ବଙ୍ଗୋପସାଗରରେ ଲଘୁଚାପ : ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଜାରି ହେଲା ଅଂରେଜ ୱାର୍ଣ୍ଣିଂ | News Room Odisha

ବଙ୍ଗୋପସାଗରରେ ଲଘୁଚାପ : ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଜାରି ହେଲା ଅଂରେଜ ୱାର୍ଣ୍ଣିଂ

ଭୁବନେଶ୍ୱର- ରାଜ୍ୟର ୭ଟି ଜିଲ୍ଲାରେ ଆଜିଠାରୁ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି । ଉତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ ବୋଲି କହିଛି ଆଂଚଳିକ ପାଣିପାଗ ବିଭାଗ ।

ବିଶେଷକରି, ମୟୂରଭଂଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳରୁ ବର୍ଷା ହେବ । ଏସବୁ ଜିଲ୍ଲା ପାଇଁ ଅରେଂଜ ୱାର୍ନିଂ ଜାରି କରାଯାଇଛି । କଟକ, ପୁରୀ, ଜଗତସିଂହପୁର, ଖୋର୍ଧା, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର ,ଅନୁଗୁଳ , ଦେବଗଡ ଓ କଳାହାଣ୍ଡି ଜିଲ୍ଲା ପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି ।