ନୂଆ ଟ୍ରାଫିକ୍ ନିୟମ: ଚାରି ବର୍ଷରୁ କମ୍ ପିଲାମାନଙ୍କ ପାଇଁ ହେଲମେଟ୍ ଓ ସୁରକ୍ଷା ବେଲ୍ଟ ବାଧ୍ୟତାମୂଳକ | News Room Odisha

ନୂଆ ଟ୍ରାଫିକ୍ ନିୟମ: ଚାରି ବର୍ଷରୁ କମ୍ ପିଲାମାନଙ୍କ ପାଇଁ ହେଲମେଟ୍ ଓ ସୁରକ୍ଷା ବେଲ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଚାରି ବର୍ଷରୁ କମ୍ ପିଲାମାନଙ୍କ ପାଇଁ ନୂଆ ଟ୍ରାଫିକ୍ ନିୟମ ଲାଗୁ କରିଛି । ଦୁଇ ଚକିଆ ଯାନରେ ଯାଉଥିଲେ ଚାରି ବର୍ଷରୁ କମ୍ ପିଲାମାନଙ୍କ ପାଇଁ ହେଲମେଟ ଏବଂ ସୁରକ୍ଷା (ହାର୍ଣ୍ଣେସ୍) ବେଲ୍ଟ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଏହାଛଡ଼ା ଏହି ବୟସର ପିଲାଙ୍କୁ ଧରି ଯାଉଥିବା ବେଳେ ବାଇକ୍ ବେଗକୁ ମାତ୍ର ୪୦ କିଲୋମିଟର ଭିତରେ ସୀମିତ ରଖିବାକୁ ପଡ଼ିବ | ମନ୍ତ୍ରଣାଳୟ ଦ୍ବାରା ସୂଚିତ ନୂଆ ନିୟମରେ ଦର୍ଶାଯାଇଛି ଯେ ଚାରି ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ପଛ ସିଟରେ ନେଇ ଯାଉଥିବା ମୋଟର ସାଇକେଲର ବେଗ ୪୦ କିଲୋମିଟରରୁ ଅଧିକ ହେବ ନାହିଁ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏହି ନୂଆ ସୁରକ୍ଷା ନିୟମ ନେଇ ବିଜ୍ଞପ୍ତି ଜାରି କରିଛି ।