ଅଶ୍ବିନ-କୁଲଦୀପଙ୍କ ଯାଦୁକରୀ ପ୍ରଦର୍ଶନ, ସିରିଜ୍ ବିଜୟରୁ ୧୫୨ ରନ୍ ଦୂରରେ ଭାରତ
ରାଞ୍ଚି: ସ୍ପିନ ଯୋଡ଼ି ଅଶ୍ବିନ ଓ କୁଲଦୀପଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଭାରତ ଚତୁର୍ଥ ଟେଷ୍ଟରେ ବିଜୟ ସୁଯୋଗ ସୃଷ୍ଟି କରିଛି । ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଦ୍ୱିତୀୟ ଇନିଂସରେ ଇଂଲଣ୍ଡକୁ ୧୪୫ ରନରେ ଆଉଟ୍ କରିଦେଇଛି। ଫଳରେ ଏହି ମ୍ୟାଚ୍ ସହ ସିରିଜ୍ ଜିତିବାକୁ ଭାରତ ଆଗରେ ୧୯୨ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଛି । ଏହାର ଜବାବରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ କୌଣସି ଓ୍ବିକେଟ୍ [...]
ରାଞ୍ଚି: ସ୍ପିନ ଯୋଡ଼ି ଅଶ୍ବିନ ଓ କୁଲଦୀପଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଭାରତ ଚତୁର୍ଥ ଟେଷ୍ଟରେ ବିଜୟ ସୁଯୋଗ ସୃଷ୍ଟି କରିଛି । ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଦ୍ୱିତୀୟ ଇନିଂସରେ ଇଂଲଣ୍ଡକୁ ୧୪୫ ରନରେ ଆଉଟ୍ କରିଦେଇଛି। ଫଳରେ ଏହି ମ୍ୟାଚ୍ ସହ ସିରିଜ୍ ଜିତିବାକୁ ଭାରତ ଆଗରେ ୧୯୨ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଛି । ଏହାର ଜବାବରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ କୌଣସି ଓ୍ବିକେଟ୍ ନ ହରାଇ ୪୦ ରନ୍ କରିନେଇଛି । କ୍ୟାପଟେନ୍ ରୋହିତ ଶର୍ମା ୨୪ ଓ ଯଶସ୍ବୀ ଜୈସୱାଲ ୧୬ ରନ୍ କରି ଅପରାଜିତ ରହିଛନ୍ତି । ସମସ୍ତ ୧୦ ଓ୍ବିକେଟ୍ ଅକ୍ଷୁଣ୍ଣ ଥିବାବେଳେ ଭାରତକୁ ବିଜୟ ପାଇଁ ଆଉ ମାତ୍ର ୧୫୨ ରନ୍ ଦରକାର । ଯଦି ଭାରତ ଏହି ଟେଷ୍ଟ ମ୍ୟାଚ୍ ଜିତେ, ତେବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୩-୧ରେ ଅଗ୍ରଣୀ ହାସଲ କରିବ |
ପୂର୍ବରୁ ଭାରତ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର୍ ୨୧୯/୭ରୁ ଆଗକୁ ଖେଳିଥିବା ବେଳେ ଓ୍ବିକେଟ୍ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲଙ୍କ ଲଢ଼ୁଆ ପାଳି ଓ ନିମ୍ନଭାଗ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଅବଦାନ ସହାୟତାରେ ୩୦୭ ରନ୍ କରିଥିଲା । କ୍ୟାରିୟରର କେବଳ ଦ୍ବିତୀୟ ଟେଷ୍ଟ ଖେଳୁଥିବା ଜୁରେଲ ପ୍ରଶଂସନୀୟ ଧୈର୍ଯ୍ୟ ଓ ପରିପକ୍ବତା ଦେଖାଇଥିଲେ । ସେ ୧୪୬ ବଲରେ ୬ଟି ଚୌକା ଓ ୪ଟି ଛକା ସହାୟତାରେ ଗୁରୁତ୍ବପୂର୍ଣ୍ଣ ୯୦ ରନ୍ କରି ମ୍ୟାଚକୁ ଫେରିବା ପାଇଁ ଭାରତର ବାଟ ଫିଟାଇଥିଲେ । ଜୁରେଲ ଅଷ୍ଟମ ୱିକେଟରେ କୁଲଦୀପ (୨୮)ଙ୍କ ସହ ୭୫ ରନ୍ ଓ ନବମ ଓ୍ବିକେଟରେ ଆକାଶଦୀପ(୯)ଙ୍କ ସହ ୪୦ ରନ୍ ଯୋଗ କରିଥିଲେ । ଇଂଲଣ୍ଡ ପ୍ରଥମ ଇନିଂସ୍ ଭିତ୍ତିରେ କେବଳ ୪୬ ରନର ଅଗ୍ରଣୀ ହାସଲ କରିଥିଲା ।
ତେବେ ଦ୍ବିତୀୟ ଇନିଂସରେ ଅଶ୍ବିନ ଓ କୁଲଦୀପ ଇଂଲଣ୍ଡ ବ୍ୟାଟରଙ୍କୁ ଘାଇଲା କରିଥିଲେ । ଭାରତ ପକ୍ଷରୁ ଅଶ୍ୱିନ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ କୁଲଦୀପ ଯାଦବ ୪ଟି ୱିକେଟ୍ ହାତେଇଥିଲେ । ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ।
ବିଜେଡି ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ
Next Articleଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କଟକ ନିଆଳି ଥାନା ଏଏସଆଇ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
