न्यूज़रूम ओडिशा
ब्रेकिंग
ओडिया समाचार

ନାକା ଚେକିଂ ବେଳେ ବରଗଡ଼ ଜିଲ୍ଲା ଝାରବନ୍ଧରୁ ୬ ଲକ୍ଷରୁ ଅଧିକ ଟଙ୍କା ଜବତ

ବରଗଡ଼ – ବରଗଡ ଜିଲ୍ଲାରୁ ପୁଣି ଜବତ ହୋଇଛି ପୁଳା ପୁଳା ଟଙ୍କା । ବରଗଡ ଜିଲ୍ଲା ଝାରବନ୍ଧ ଥାନା ଡଭା ଛକରେ ପୋଲିସର ନାକା ଚେକିଂ ବେଳେ ଦୁଇ ବାଇକ ଆରୋହୀଙ୍କ ଠାରୁ ୬ ଲକ୍ଷ ୫୨ ହଜାର ୮ ଶହ ଟଙ୍କା ଜବତ କରାଯାଇଛି । ହୋଇଛି । ବଲାଙ୍ଗୀର ଜିଲ୍ଲାର ମିତ୍ରଭାନୁ ସାହୁ ଓ ମନୋଜ ସାହୁ ନାମକ ଦୁଇ ଯୁବକ ବାଇକରେ ଟଙ୍କା ନେଇ ଯାଉଥିଲେ । ଟଙ୍କା କାହାର ଓ [...]

Admin•19 अप्रैल 2024
Share Article:

ବରଗଡ଼ – ବରଗଡ ଜିଲ୍ଲାରୁ ପୁଣି ଜବତ ହୋଇଛି ପୁଳା ପୁଳା ଟଙ୍କା । ବରଗଡ ଜିଲ୍ଲା ଝାରବନ୍ଧ ଥାନା ଡଭା ଛକରେ ପୋଲିସର ନାକା ଚେକିଂ ବେଳେ ଦୁଇ ବାଇକ ଆରୋହୀଙ୍କ ଠାରୁ ୬ ଲକ୍ଷ ୫୨ ହଜାର ୮ ଶହ ଟଙ୍କା ଜବତ କରାଯାଇଛି । ହୋଇଛି । ବଲାଙ୍ଗୀର ଜିଲ୍ଲାର ମିତ୍ରଭାନୁ ସାହୁ ଓ ମନୋଜ ସାହୁ ନାମକ ଦୁଇ ଯୁବକ ବାଇକରେ ଟଙ୍କା ନେଇ ଯାଉଥିଲେ । ଟଙ୍କା କାହାର ଓ କୁଆଡେ ଯାଉଥିଲା ଏନେଇ ପୋଲିସ ଅଧିକ ଯାଞ୍ଚ ଚଳାଇଛି ।

ବୁଧବାର ବରଗଡ଼ ସଦର ଥାନା ହଳଦୀପାଲି ଛକଠାରେ ଯାଞ୍ଚ ବେଳେ ମଧ୍ୟ ୧୦ ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ। ଏକ ପିକ୍ଅପ୍ ଭ୍ୟାନରୁ ଜବତ ହୋଇଥିଲା ଟଙ୍କା । ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ ଭ୍ୟାନରୁ ମିଳିଥିଲା ।

#Odia#Odisha#News
Share Article:

Related Articles