न्यूज़रूम ओडिशा
ब्रेकिंग
ओडिया समाचार

ଦୀନେଶ କୁମାର ତ୍ରିପାଠୀ ନୂଆ ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ଭାରତୀୟ ନୌସେନାର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଆଡମିରାଲ ଆର୍ ହରିକୁମାରଙ୍କ ସ୍ଥାନ ନେବେ। ଆର୍ ହରି କୁମାର ଏପ୍ରିଲ ୩୦ରେ ଅବସର ନେଉଛନ୍ତି। ତାଙ୍କ ଅବସର ପରେ ଦୀନେଶ କୁମାର ତ୍ରିପାଠୀ ନୌସେନା ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିବେ। ମେ ୧୫, ୧୯୬୪ରେ ଜନ୍ମ ଗ୍ରହଣ କରିଥିବା ଦୀନେଶ କୁମାର ତ୍ରିପାଠୀ ଜୁଲାଇ ୧, ୧୯୮୫ରେ ଭାରତୀୟ ନୌସେନାରେ ନିଯୁକ୍ତ ହୋଇଥିଲେ। ସେ [...]

Admin•19 अप्रैल 2024
Share Article:

ନୂଆଦିଲ୍ଲୀ: ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ଭାରତୀୟ ନୌସେନାର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଆଡମିରାଲ ଆର୍ ହରିକୁମାରଙ୍କ ସ୍ଥାନ ନେବେ। ଆର୍ ହରି କୁମାର ଏପ୍ରିଲ ୩୦ରେ ଅବସର ନେଉଛନ୍ତି। ତାଙ୍କ ଅବସର ପରେ ଦୀନେଶ କୁମାର ତ୍ରିପାଠୀ ନୌସେନା ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିବେ।

ମେ ୧୫, ୧୯୬୪ରେ ଜନ୍ମ ଗ୍ରହଣ କରିଥିବା ଦୀନେଶ କୁମାର ତ୍ରିପାଠୀ ଜୁଲାଇ ୧, ୧୯୮୫ରେ ଭାରତୀୟ ନୌସେନାରେ ନିଯୁକ୍ତ ହୋଇଥିଲେ। ସେ ୩୯ ବର୍ଷ ଧରି ନୌସେନାର‌ ବିଭିନ୍ନ ପଦପଦବୀରେ ଦକ୍ଷତାର‌ ସହ ଦାୟିତ୍ଵ ନିର୍ବାହ କରିଛନ୍ତି । ନୌସେନା ଷ୍ଟାଫର ଉପମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବେ କାର୍ଯ୍ୟ କରିଥିଲେ ।

#Odia#Odisha#News
Share Article:

Related Articles