न्यूज़रूम ओडिशा
ब्रेकिंग
ओडिया समाचार

ଛତିଶଗଡର ବିଜାପୁରରେ ଏନକାଉଣ୍ଟର, ଟଳିଲେ ୯ ନକ୍ସଲ

ବିଜାପୁର: ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ସୁରକ୍ଷା ବାହିନୀର ଏହି ଅପରେସନରେ ୯ ଜଣ ନକ୍ସଲ ନିହତ ହୋଇଛନ୍ତି । ଜଣେ ଅଧିକାରୀ କହିଛନ୍ତି, ଗଙ୍ଗାଲୁର ପୋଲିସ ଥାନା ଅଞ୍ଚଳରେ ନକ୍ସଲ ଗତିବିଧି ସମ୍ପର୍କରେ ସୂଚନା ପାଇବା ପରେ ନକ୍ସଲ ବିରୋଧୀ ଅପରେସନ ପାଇଁ ସୋମବାର ସୁରକ୍ଷା ବାହିନୀକୁ ପଠାଯାଇଥିଲା। ଏହି ଟିମରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି), ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) [...]

Admin•2 अप्रैल 2024
Share Article:

ବିଜାପୁର: ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ସୁରକ୍ଷା ବାହିନୀର ଏହି ଅପରେସନରେ ୯ ଜଣ ନକ୍ସଲ ନିହତ ହୋଇଛନ୍ତି ।

ଜଣେ ଅଧିକାରୀ କହିଛନ୍ତି, ଗଙ୍ଗାଲୁର ପୋଲିସ ଥାନା ଅଞ୍ଚଳରେ ନକ୍ସଲ ଗତିବିଧି ସମ୍ପର୍କରେ ସୂଚନା ପାଇବା ପରେ ନକ୍ସଲ ବିରୋଧୀ ଅପରେସନ ପାଇଁ ସୋମବାର ସୁରକ୍ଷା ବାହିନୀକୁ ପଠାଯାଇଥିଲା। ଏହି ଟିମରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି), ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ସିଆରପିଏଫର କୋବ୍ରା ବାଟାଲିୟନର ଯବାନ ସାମିଲ ହୋଇଥିଲେ। ଏହି ଟିମ୍ ଲେଣ୍ଡ୍ରା ଗାଁ ଜଙ୍ଗଲରେ କମ୍ବିଂ ଅପରେସନ ଚଳାଇଥିବା ବେଳେ ନକ୍ସଲମାନେ ଆଜି ସକାଳ ପ୍ରାୟ ୬ଟା ସମୟରେ ଗୁଳିମାଡ଼ କରିଥିଲେ। ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲା ।

ପୋଲିସ ଅଧିକାରୀ କହିଛନ୍ତି, କିଛି ସମୟ ପାଇଁ ଗୁଳି ବିନିମୟ ପରେ ନକ୍ସଲମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ପରେ ସର୍ଚ୍ଚ ଅପରେସନ ବେଳେ ସେଠାରେ ୯ ଜଣ ନକ୍ସଲଙ୍କ ମୃତଦେହ ମିଳିଥିଲା । ଏହାଛଡ଼ା ଅଟୋମେଟିକ୍ ଲାଇଟ୍ ମେସିନ୍ ବନ୍ଧୁକ (ଏଲ୍ଏମଜି), ‘ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍’ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସେ କହିଛନ୍ତିି ।

ଏହି ଘଟଣା ସହ ଚଳିତ ବର୍ଷ ବିଜାପୁର ଜିଲ୍ଲା ସମେତ ବସ୍ତର ଅଞ୍ଚଳରେ ସୁରକ୍ଷା ବାହିନୀ ସହିତ ପୃଥକ ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ୪୧ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି ବୋଲି ପୋଲିସ ଅଧିକାରୀ କହିଛନ୍ତି।

ସୁକମା ଜିଲ୍ଲା ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଛି, ଯେଉଁଠି ଏପ୍ରିଲ ୧୯ରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହେବ।

#Odia#Odisha#News
Share Article:

Related Articles