न्यूज़रूम ओडिशा
ब्रेकिंग
ओडिया समाचार

ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୪୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର – ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ତାଲିକାରେ ୪୯ ଜଣ ପ୍ରାର୍ଥୀ ଅଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ପଦ୍ମପୁରରୁ ଟଙ୍କଧର ସାହୁ, ବିଜେପୁରରୁ କିଶୋର ଦଫାଦାର, ବରଗଡ଼ରୁ ନିପନ ଦାସ, ଭଟଲିରୁ ବ୍ରହ୍ମା ମହାକୁଡ଼, ବ୍ରଜରାଜନଗରରୁ କିଶୋର ପଟେଲ ଓ ତଳସରା- ପ୍ରବୋଧ ତିର୍କୀଙ୍କୁ ପ୍ରାର୍ଥୀ କରିଛି ଦଳ । ସୁନ୍ଦରଗଡ଼ରୁ ସୁଧାରାଣୀ ରାଉଡ଼ିଆ, ରଘୁନାଥପାଲୀରୁ [...]

Admin•2 अप्रैल 2024
Share Article:

ଭୁବନେଶ୍ୱର – ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ତାଲିକାରେ ୪୯ ଜଣ ପ୍ରାର୍ଥୀ ଅଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ପଦ୍ମପୁରରୁ ଟଙ୍କଧର ସାହୁ, ବିଜେପୁରରୁ କିଶୋର ଦଫାଦାର, ବରଗଡ଼ରୁ ନିପନ ଦାସ, ଭଟଲିରୁ ବ୍ରହ୍ମା ମହାକୁଡ଼, ବ୍ରଜରାଜନଗରରୁ କିଶୋର ପଟେଲ ଓ ତଳସରା- ପ୍ରବୋଧ ତିର୍କୀଙ୍କୁ ପ୍ରାର୍ଥୀ କରିଛି ଦଳ ।

ସୁନ୍ଦରଗଡ଼ରୁ ସୁଧାରାଣୀ ରାଉଡ଼ିଆ, ରଘୁନାଥପାଲୀରୁ ଗୋପାଳ ଦାସ, ରାଉରକେଲାରୁ ବୀରେନ୍ଦ୍ର ନାଥ ପଟ୍ଟନାୟକ, ରାଜଗାଙ୍ଗପୁରରୁ ରାଜନ ଏକ୍କା, ଲୋଇସିଂହାରୁ ଓମ୍‌ ପ୍ରକାଶ କୁମ୍ଭାର, ପାଟଣାଗଡ଼ରୁ ଅନୀଲ ମେହେର ବଲାଙ୍ଗିରରୁ ସମରେନ୍ଦ୍ର ମିଶ୍ର, କଣ୍ଟାବାଂଜିରୁ ସନ୍ତୋଷ ସିଂ ସାଲୁଜା ପ୍ରତିଦ୍ବନ୍ଦ୍ବିତା କରିବେ ।

ଉମରକୋଟରୁ ସନରାଜ ଗଣ୍ଡ, ଝରିଗାଁରୁ ହାରାବତୀ ଗଣ୍ଡ, ନବରଙ୍ଗପୁରରୁ ଦିଲୀପ ପ୍ରଧାନୀ, ଡାବୁଗାଁରୁ ଲିପିକା ମାଝୀ,
ଲାଞ୍ଜିଗଡ଼ରୁ ବଳଭଦ୍ର ମାଝୀ, ଜୁନାଗଡ଼ରୁ ତୁଳେଶ୍ବର ନାଏକ ଧର୍ମଗଡ଼ରୁ ଶ୍ମୀରେଖା ରାଉତ, ଭବାନୀପାଟଣାରୁ ସାଗର ଦାସ,
ନର୍ଲାରୁ ଭକ୍ତ ଚରଣ ଦାସ ଓ ବାଲିଗୁଡ଼ାରୁ ସୁରଦ ପ୍ରଧାନ ପ୍ରାର୍ଥୀ ହେବେ ।

ଜି.ଉଦୟଗିରିରୁ ପ୍ରଫୁଲ୍ଲ ପ୍ରଧାନ, ଫୁଲବାଣୀରୁ ପ୍ରତିଭା କହଁର କଣ୍ଟାମାଳରୁ ମନୋଜ ଆଚାର୍ଯ୍ୟ, ବୌଦ୍ଧରୁ ନବ ମିଶ୍ର,
ଭଞ୍ଜନଗରରୁ ପ୍ରଶାନ୍ତ ବିଷୋୟୀ, ପୋଲସରାରୁ ଅଗସ୍ତୀ ବରଦା, କବିସୂର୍ଯ୍ୟନଗରରୁ ଚିରଂଜୀବ ବିଷୋୟୀ, ସୋରଡ଼ାରୁ ହରିକ୍ରିଷ୍ଣା ରଥ, ସାନଖେମୁଣ୍ଡିରୁ ରମେଶ ଜେନା, ଚିକିଟିରୁ ରବୀନ୍ଦ୍ର ଦ୍ୟାନ ସାମନ୍ତରାୟ, ମୋହନାରୁ ଦାଶରଥୀ ଗମାଙ୍ଗ, ପାରଳାଖେମୁଣ୍ଡିରୁ ବିଜୟ ପଟ୍ଟନାୟକ,ଗୁଣପୁରରୁ ସତ୍ୟଜିତ ଗମାଙ୍ଗ, ବିଷମକଟକରୁ ନୀଳମାଧବ ହିକକା,ରାୟଗଡ଼ାରୁ ଆପଲସ୍ବାମୀ କାଡ୍ରାକା, ଲକ୍ଷ୍ମୀପୁରରୁ ପବିତ୍ର ସାଉଁନ୍ତା ନିର୍ବାଚନ ଲଢ଼ିବେ।

କଂଗ୍ରେସର ଅନ୍ୟ ପ୍ରାର୍ଥୀମାନେ ହେଲେ କୋଟପାଡ଼ରୁ ଅନାମ ଦିଆନ, ଜୟପୁରରୁ ତାରାପ୍ରସାଦ ବାହିନୀପତି, କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ, ପଟାଙ୍ଗୀରୁ ରାମଚନ୍ଦ୍ର କାଡ଼ାମ, ମାଲକାନଗିରିରୁ ମାଲା ମାଢ଼ୀ ଓ ଚିତ୍ରକୋଣ୍ଡାରୁ ମଙ୍ଗୁ ଖିଲ ।

#Odia#Odisha#News
Share Article:

Related Articles