न्यूज़रूम ओडिशा
ब्रेकिंग
ओडिया समाचार

ଆପକୁ ପୁଣି ଝଟକା, ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନର ଦିନକ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍)କୁ ପୁଣି ଏକ‌‌ ବଡ଼ ଝଟକା ଲାଗିଛି । ମନି ଲଣ୍ଡରିଂ ମାମଲାରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ୧୦ ଘଣ୍ଟା ପଚରାଉଚରା ପରେ ଇଡି ଗିରଫ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅମାନତୁଲ୍ଲା ଖାନ ଗୁରୁବାର ଇଡିରେ ହାଜର ହୋଇଥିଲେ। ଓଖଲା ବିଧାୟକ ଅମାନତୁଲ୍ଲା ଖାନ ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଥିବାବେଳେ ୩୨ ଜଣଙ୍କୁ ବେଆଇନ ଭାବେ ନିଯୁକ୍ତ କରିଥିବା [...]

Admin•18 अप्रैल 2024
Share Article:

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନର ଦିନକ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍)କୁ ପୁଣି ଏକ‌‌ ବଡ଼ ଝଟକା ଲାଗିଛି । ମନି ଲଣ୍ଡରିଂ ମାମଲାରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ୧୦ ଘଣ୍ଟା ପଚରାଉଚରା ପରେ ଇଡି ଗିରଫ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅମାନତୁଲ୍ଲା ଖାନ ଗୁରୁବାର ଇଡିରେ ହାଜର ହୋଇଥିଲେ।

ଓଖଲା ବିଧାୟକ ଅମାନତୁଲ୍ଲା ଖାନ ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଥିବାବେଳେ ୩୨ ଜଣଙ୍କୁ ବେଆଇନ ଭାବେ ନିଯୁକ୍ତ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ ୱାକଫ ବୋର୍ଡର ସମ୍ପତ୍ତି ବେଆଇନ ଭାବେ ଭଡ଼ା ଦେଇଥିବା ଅଭିଯୋଗ ମଧ୍ୟ ରହିଛି। ଅମାନତୁଲ୍ଲା ଖାନଙ୍କର ଅନେକ ଘନିଷ୍ଠ ବନ୍ଧୁ ମଧ୍ୟ ଏହି ଅନିୟମିତତାରେ ସମ୍ପୃକ୍ତ ଥିବା କୁହାଯାଇଛି। ତାଙ୍କର କିଛି ନିକଟ ସମ୍ପର୍କୀୟଙ୍କ ଘରେ ଇଡି ଚଢ଼ାଉ କରି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି।

#Odia#Odisha#News
Share Article:

Related Articles