ଆସନ୍ତାକାଲିଠୁ ଲୋକସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନରେ ପଡ଼ିବ ଭୋଟ୍, ୧୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ
ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଆରମ୍ଭ ହେଉଛି ଲୋକସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ମତଦାନ ସହ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ନିର୍ବାଚନୀ ମହାପର୍ବର ହେବ ଶୁଭାରମ୍ଭ । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ମୋଟ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ପ୍ରଥମ ପର୍ଯ୍ୟାୟରେ ଯେଉଁ ହାଇ ପ୍ରୋଫାଇଲ୍ ପ୍ରାର୍ଥୀମାନଙ୍କ ଭାଗ୍ୟ ପରୀକ୍ଷା ହେବ ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ, ସର୍ବାନନ୍ଦ [...]
ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଆରମ୍ଭ ହେଉଛି ଲୋକସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ମତଦାନ ସହ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ନିର୍ବାଚନୀ ମହାପର୍ବର ହେବ ଶୁଭାରମ୍ଭ । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ମୋଟ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।
ପ୍ରଥମ ପର୍ଯ୍ୟାୟରେ ଯେଉଁ ହାଇ ପ୍ରୋଫାଇଲ୍ ପ୍ରାର୍ଥୀମାନଙ୍କ ଭାଗ୍ୟ ପରୀକ୍ଷା ହେବ ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ, ସର୍ବାନନ୍ଦ ସୋନୋୱାଲ, ଭୁପେନ୍ଦ୍ର ଯାଦବଙ୍କ ସହ କଂଗ୍ରେସର ଗୌରବ ଗୋଗୋଇ ଓ ଡିଏମକେର କନିମୋଜି ପ୍ରମୁଖ ନେତା/ନେତ୍ରୀ ଅଛନ୍ତି।
ଏହା ସହ ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶ (୬୦ଟି ଆସନ) ଏବଂ ସିକ୍କିମ (୩୨ଟି ଆସନ)ରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ୧.୮୭ ଲକ୍ଷ ମତଦାନ କେନ୍ଦ୍ରରେ ୧୮ ଲକ୍ଷରୁ ଅଧିକ ନିର୍ବାଚନ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ୧୬.୬୩ କୋଟିରୁ ଅଧିକ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରୁ ୮.୪ କୋଟି ପୁରୁଷ ହୋଇଥିବା ବେଳେ ୮.୨୩ କୋଟି ମହିଳା ଏବଂ ୧୧,୩୭୧ ତୃତୀୟ ଲିଙ୍ଗୀ ଭୋଟର ସାମିଲ । ୩୫.୬୭ ଲକ୍ଷ ଲୋକ ପ୍ରଥମ ଥର ଭୋଟ ଦେବେ | ଏହା ସହିତ ୨୦-୨୯ ବର୍ଷ ବୟସ ବର୍ଗର ୩.୫୧ କୋଟି ଯୁବ ଭୋଟର ଅଛନ୍ତି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜେପି ନେତୃତ୍ଵାଧୀନ ଏନଡିଏ ପୂର୍ବାପେକ୍ଷା ଅଧିକ ଆସନ ଜିତି କ୍ରମାଗତ ତୃତୀୟ ଥର ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୨୦୧୪ ଓ ୨୦୧୯ ନିର୍ବାଚନରେ କ୍ରମାଗତ ପରାଜୟ ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପ୍ରତ୍ୟାବର୍ତ୍ତନ ଆଶା ରଖିଛି।
ପ୍ରଥମ ପର୍ଯ୍ୟାୟରେ ଯେଉଁ ରାଜ୍ୟ ଗୁଡ଼ିକରେ ସବୁ ଆସନରେ ମତଦାନ ହେବ ସେଗୁଡିକ ହେଲା ତାମିଲନାଡୁ (୩୯), ଉତ୍ତରାଖଣ୍ଡ (୫), ଅରୁଣାଚଳ ପ୍ରଦେଶ (୨), ମେଘାଳୟ (୨), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧), ମିଜୋରାମ (୧), ନାଗାଲାଣ୍ଡ (୧)), ପୁଡୁଚେରୀ (୧), ସିକ୍କିମ୍ (୧)) ଏବଂ ଲକ୍ଷଦ୍ବୀପ (୧) ।
ଏହାଛଡ଼ା ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶରେ ୬, ଆସାମ ୫, ମହାରାଷ୍ଟ୍ରର ୫, ବିହାରର ୪, ପଶ୍ଚିମବଙ୍ଗର ୩, ମଣିପୁରର ୨ ଏବଂ ତ୍ରିପୁରା, ଜମ୍ମୁ କାଶ୍ମୀର ଏବଂ ଛତିଶଗଡ଼ରେ ଗୋଟିଏ ଲେଖାଏଁ ଆସନରେ ବି ଭୋଟ୍ ପଡ଼ିବ ।
ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ବୁଧବାର ସନ୍ଧ୍ୟାରେ ଶେଷ ହୋଇଥିଲା।
ଗଡକରୀ, ସୋନୋୱାଲ ଏବଂ ଯାଦବଙ୍କ ବ୍ୟତୀତ ଅନ୍ୟ ୬ ଜଣ କେନ୍ଦ୍ରମନ୍ତ୍ରୀ – କିରେନ ରିଜିଜୁ, ସଞ୍ଜୀବ ବାଲାନ, ଜିତେନ୍ଦ୍ର ସିଂ, ଅର୍ଜୁନ ରାମ ମେଘୱାଲ, ଏଲ ମୁରୁଗାନ ଏବଂ ନିଶିଥ ପରମାଣିକଙ୍କ ସହ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ – ବିପ୍ଲବ କୁମାର ଦେବ (ତ୍ରିପୁରା) ଏବଂ ନବାମ ତୁକି (ଅରୁଣାଚଳ ପ୍ରଦେଶ) ଓ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ୍ ମଧ୍ୟ ଏହି ପର୍ଯ୍ୟାୟରେ ମଇଦାନରେ ଅଛନ୍ତି।
୨୦୧୯ ନିର୍ବାଚନରେ ୟୁପିଏ ଏହି ୧୦୨ଟି ଆସନ ମଧ୍ୟରୁ ୪୫ ଏବଂ ଏନଡିଏ ୪୧ ଆସନ ଜିତିଥିଲା।
୪୦ ଡିଗ୍ରୀ ସେଲସିୟସ ଉପରେ ରାଜ୍ୟର ୩୨ ସହର, ୪୩.୬ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ
Next Articleଆପକୁ ପୁଣି ଝଟକା, ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କଲା ଇଡି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
