न्यूज़रूम ओडिशा
ब्रेकिंग
ओडिया समाचार

ସୁନା ଚୋରା ଚାଲାଣ ଅଭିଯୋଗରେ ଏୟାର ହଷ୍ଟେସ୍ ଗିରଫ, ମଳଦ୍ୱାରରେ ଲୁଚାଇ ଆଣୁଥିଲେ ସୁନା

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ଅଭିଯୋଗରେ କେରଳ ପୋଲିସ ଜଣେ ଏୟାର ହଷ୍ଟେସଙ୍କୁ ଗିରଫ କରିଛି। ଏୟାର ଇଣ୍ଡିଆର ଏୟାର ହଷ୍ଟେସ ସୁରଭି ଖାତୁନ ମଳଦ୍ୱାରରେ ୯୬୦ ଗ୍ରାମ ସୁନା ଲୁଚାଇ ଭାରତ ଆଣିଥିବା ଅଭିଯୋଗ ହୋଇଛି। କେରଳର କନ୍ନୁର ବିମାନ ବନ୍ଦରରେ ଏୟାର ହଷ୍ଟେସଙ୍କୁ ଗିରଫ କରାଯାଇଥିଲା । ସୁରଭି ଖାତୁନ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଏୟାର ହଷ୍ଟେସ ଭାବେ ଚାକିରି କରନ୍ତି। ଖାତୁନ୍ ମେ ୨୮ରେ ମସ୍କାଟରୁ କନ୍ନୁର ଆସୁଥିବା ଏୟାର ଇଣ୍ଡିଆ ଫ୍ଲାଇଟର [...]

Admin•31 मई 2024
Share Article:

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ଅଭିଯୋଗରେ କେରଳ ପୋଲିସ ଜଣେ ଏୟାର ହଷ୍ଟେସଙ୍କୁ ଗିରଫ କରିଛି। ଏୟାର ଇଣ୍ଡିଆର ଏୟାର ହଷ୍ଟେସ ସୁରଭି ଖାତୁନ ମଳଦ୍ୱାରରେ ୯୬୦ ଗ୍ରାମ ସୁନା ଲୁଚାଇ ଭାରତ ଆଣିଥିବା ଅଭିଯୋଗ ହୋଇଛି। କେରଳର କନ୍ନୁର ବିମାନ ବନ୍ଦରରେ ଏୟାର ହଷ୍ଟେସଙ୍କୁ ଗିରଫ କରାଯାଇଥିଲା ।

ସୁରଭି ଖାତୁନ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଏୟାର ହଷ୍ଟେସ ଭାବେ ଚାକିରି କରନ୍ତି। ଖାତୁନ୍ ମେ ୨୮ରେ ମସ୍କାଟରୁ କନ୍ନୁର ଆସୁଥିବା ଏୟାର ଇଣ୍ଡିଆ ଫ୍ଲାଇଟର ଜଣେ କ୍ୟାବିନ କ୍ରୁ ସଦସ୍ୟ ଥିଲେ। କନ୍ନୁର ବିମାନବନ୍ଦରରେ ଡିଆରଆଇ ଅଧିକାରୀମାନେ ତଲାସି କଲାବେଳେ ତାଙ୍କ ଠାରୁ ଚୋରା ଚାଲାଣର ସୁନା ଜବତ କରାଯାଇଥିଲା। ସେ ଏହି ସୁନା ମଳଦ୍ୱାରରେ ଲୁଚାଇ ଆଣୁଥିଲେ। ପରେ ସୁରଭି ଖାତୁନଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ତାଙ୍କୁ ୧୪ ଦିନିଆ ହାଜତକୁ ପଠାଯାଇଛି। ରିପୋର୍ଟ ମୁତାବକ ଖାତୁନ୍ ପୂର୍ବରୁ ଅନେକ ଥର ସୁନା ଚୋରା ଚାଲାଣ କରିଛନ୍ତି। ତେବେ ଜଣେ ଏୟାର ହୋଷ୍ଟେସ୍ ସୁନା ଚୋରା ଚାଲାଣ ଅଭିଯୋଗରେ ଗିରଫ ହେବା ଭାରତରେ ଏହା ପ୍ରଥମ ଘଟଣା । ସୂଚନାନୁସାରେ, ଡିଆରଆଇ ଟିମ୍ ଏୟାର ହଷ୍ଟେସଙ୍କୁ ପଚରାଉଚରା କରୁଛି ।

#Odia#Odisha#News
Share Article:

Related Articles