ବ୍ରିଟେନରୁ ୧ ଲକ୍ଷ କିଲୋ ସୁନା ଫେରାଇ ଆଣିଲା ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ରିଟେନରେ ଜମା ରଖିଥିବା ନିଜ ୧୦୦ ଟନ୍ (ପ୍ରାୟ ୧ ଲକ୍ଷ କିଲୋଗ୍ରାମ) ସୁନା ଫେରାଇ ଆଣିଛି। ୧୯୯୧ ପରଠୁ ପ୍ରଥମ ଥର ଏତେ ପରିମାଣର ସୁନା ଭାରତୀୟ ରାଜକୋଷକୁ ଆସିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୪ ଶେଷ ସୁଦ୍ଧା ରିଜର୍ଭ ବ୍ୟାଙ୍କ ପାଖରେ ମୋଟ ୮୨୨.୧ ଟନ୍ ସୁନା ଥିଲା । ସେଥିମଧ୍ୟରୁ ୪୧୩.୮ ଟନ୍ ବିଦେଶରେ ଜମା ରଖାଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ସୁନା [...]
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ରିଟେନରେ ଜମା ରଖିଥିବା ନିଜ ୧୦୦ ଟନ୍ (ପ୍ରାୟ ୧ ଲକ୍ଷ କିଲୋଗ୍ରାମ) ସୁନା ଫେରାଇ ଆଣିଛି। ୧୯୯୧ ପରଠୁ ପ୍ରଥମ ଥର ଏତେ ପରିମାଣର ସୁନା ଭାରତୀୟ ରାଜକୋଷକୁ ଆସିଛି।
ସଦ୍ୟତମ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୪ ଶେଷ ସୁଦ୍ଧା ରିଜର୍ଭ ବ୍ୟାଙ୍କ ପାଖରେ ମୋଟ ୮୨୨.୧ ଟନ୍ ସୁନା ଥିଲା । ସେଥିମଧ୍ୟରୁ ୪୧୩.୮ ଟନ୍ ବିଦେଶରେ ଜମା ରଖାଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ସୁନା କିଣୁଥିବା କେନ୍ଦ୍ରୀୟ ବ୍ୟାଙ୍କ ତାଲିକାରେ ଆରବିଆଇ ମଧ୍ୟ ସାମିଲ ହୋଇଛି । ଗତ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କର ସୁନା ଭଣ୍ଡାର ୨୭.୫ ଟନ୍ ବୃଦ୍ଧି ପାଇଛି।
ଭାରତକୁ ୧୦୦ ଟନ୍ ସୁନା ଫେରାଇ ଆଣିବା ସହଜ ନଥିଲା। ଏଥିପାଇଁ ବହୁ ମାସ ପୂର୍ବରୁ ଯୋଜନା କରାଯାଇଥିଲା । ଅର୍ଥ ମନ୍ତ୍ରଣାଳୟ, ଆରବିଆଇ ଏବଂ ସରକାରଙ୍କ ଅନ୍ୟ ବିଭାଗ ମଧ୍ୟରେ ସମନ୍ଵୟ ସହ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତାରେ ଏହି ଯୋଜନାର ସଫଳ କାର୍ଯ୍ୟକାରି କରାଯାଇଛି।
ଭାରତରକୁ ସୁନା ଆଣିବା ପାଇଁ ରିଜର୍ଭ ବ୍ୟାଙ୍କକୁ ଅବକାରୀ ଶୁଳ୍କ ଛାଡ଼ କରାଯାଇଛି। କିନ୍ତୁ ଆମଦାନୀ ଉପରେ ଲାଗୁ ଇଣ୍ଟିଗ୍ରେଟେଡ୍ ଜିଏସଟିରେ କୌଣସି ରିହାତି ଦିଆଯାଇ ନାହିଁ। କାରଣ ଏହି ଟିକସ ରାଜ୍ୟମାନଙ୍କୁ ଆବଣ୍ଟିତ କରାଯାଇଥାଏ।
ସୁନା ଆଣିବା ପାଇଁ ଏକ ସ୍ୱତନ୍ତ୍ର ବିମାନ ବ୍ୟବହାର କରାଯାଇଥିଲା | ଆମ ଦେଶରେ ମୁମ୍ବାଇର ମିଣ୍ଟ ରୋଡରେ ଥିବା ପୁରୁଣା ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ କୋଠାରେ ସୁନା ରଖାଯାଏ। ଏହାଛଡ଼ା ନାଗପୁର ସ୍ଥିତ ଭଲ୍ଟରେ ମଧ୍ୟ ସୁନା କଡ଼ା ସୁରକ୍ଷା ସହିତ ରଖାଯାଏ ।
ଆରବିଆଇ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ସୁନା ଜମା ରଖେ । ସମସ୍ତ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ବିଭିନ୍ନ ସ୍ଥାନରେ ସୁନା ରଖିବାକୁ ଚାହାଁନ୍ତି, ଯାହାଦ୍ୱାରା ଏଥିସହ ଜଡ଼ିତ ରିସ୍କ କମିଯିବ । ସର୍ବପ୍ରଥମେ ସୁନାର ସୁରକ୍ଷାକୁ ପ୍ରାଥମିକତା ଦିଆଯାଏ ।
ଯଦି ବିପର୍ଯ୍ୟୟ କିମ୍ବା ରାଜନୈତିକ ଅସ୍ଥିରତା କାରଣରୁ ଦେଶର ଆର୍ଥିକ ଅବସ୍ଥା ବିଗିଡ଼ି ଯାଏ, ତେବେ ଏହାର ମୁକାବିଲା ପାଇଁ ବିଦେଶରେ ରଖାଯାଇଥିବା ସୁନା କାମରେ ଆସିଥାଏ। ଯେତେବେଳେ ୧୯୯୧ରେ ଭାରତର ଅର୍ଥନୀତି ଭୁଶୁଡ଼ିବା ଦ୍ୱାରଦେଶରେ ପହଞ୍ଚି ଯାଇଥିଲା, ଜିନିଷ ଆମଦାନୀ କରିବାକୁ ଭାରତ ସରକାରଙ୍କ ପାଖରେ ଡଲାର ନଥିଲା । ସେତେବେଳେ ସୁନା ବନ୍ଧକ ରଖି ଅନ୍ତର୍ଜାତୀୟ ବଜାରରୁ ଟଙ୍କା ଉଠାଇ ଭାରତ ଏହି ଆର୍ଥିକ ସଙ୍କଟରୁ ମୁକୁଳିଥିଲା ।
Odisha SRC Advises People Not to Venture out Between 11 am to 3 pm
Next Articleସୁନା ଚୋରା ଚାଲାଣ ଅଭିଯୋଗରେ ଏୟାର ହଷ୍ଟେସ୍ ଗିରଫ, ମଳଦ୍ୱାରରେ ଲୁଚାଇ ଆଣୁଥିଲେ ସୁନା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
