ଟି-୨୦ ବିଶ୍ୱକପରୁ ଓହରିଲେ ବେନ୍ ଷ୍ଟୋକ୍ସ
ଲଣ୍ଡନ: ଇଂଲଣ୍ଡର ଷ୍ଟାର ଖେଳାଳି ବେନ୍ ଷ୍ଟୋକ୍ସ ଆଗାମୀ ଟି-୨୦ ବିଶ୍ୱକପରୁ ଓହରି ଯାଇଛନ୍ତି । ସେ ତାଙ୍କ ବୋଲିିଂ ଉପରେ ଧ୍ୟାନ ଦେବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଷ୍ଟୋକ୍ସ କହିଛନ୍ତି। ସେ କହିଛନ୍ତି, ଏହି ‘ବଳିଦାନ’ ତାଙ୍କୁ ପୂର୍ଣ୍ଣ ଶକ୍ତିରେ ବୋଲିଂ କରିବାକୁ ଫିଟନେସ୍ ହାସଲ ଉପରେ ଧ୍ୟାନ ଦେବା ପାଇଁ ସହାୟକ ହେବ । ସେ ନିକଟ ଭବିଷ୍ୟତରେ ସେହି ଅଲରାଉଣ୍ଡର ହେବାକୁ ଚାହୁଁଛି ଯାହା ସେ ହେବାକୁ ଚାହୁଁଥିଲି ବୋଲି [...]
ଲଣ୍ଡନ: ଇଂଲଣ୍ଡର ଷ୍ଟାର ଖେଳାଳି ବେନ୍ ଷ୍ଟୋକ୍ସ ଆଗାମୀ ଟି-୨୦ ବିଶ୍ୱକପରୁ ଓହରି ଯାଇଛନ୍ତି । ସେ ତାଙ୍କ ବୋଲିିଂ ଉପରେ ଧ୍ୟାନ ଦେବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଷ୍ଟୋକ୍ସ କହିଛନ୍ତି। ସେ କହିଛନ୍ତି, ଏହି ‘ବଳିଦାନ’ ତାଙ୍କୁ ପୂର୍ଣ୍ଣ ଶକ୍ତିରେ ବୋଲିଂ କରିବାକୁ ଫିଟନେସ୍ ହାସଲ ଉପରେ ଧ୍ୟାନ ଦେବା ପାଇଁ ସହାୟକ ହେବ । ସେ ନିକଟ ଭବିଷ୍ୟତରେ ସେହି ଅଲରାଉଣ୍ଡର ହେବାକୁ ଚାହୁଁଛି ଯାହା ସେ ହେବାକୁ ଚାହୁଁଥିଲି ବୋଲି ଏହି ଷ୍ଟାର ଖେଳାଳି କହିଛନ୍ତିି।
ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି-୨୦ ବିଶ୍ୱକପର ଦୁଇ ମାସ ପୂର୍ବରୁ ଇଂଲଣ୍ଡର ଟେଷ୍ଟ ଅଧିନାୟକ ଷ୍ଟୋକ୍ସ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)କୁ ଜଣାଇ ଦେଇଛନ୍ତି। ଷ୍ଟୋକ୍ସ ଚଳିତ ଆଇପିଏଲରୁ ମଧ୍ୟ ଓହରିବାକୁ ପୂର୍ବରୁ ଘୋଷଣା କରିଥିଲେ।
ଇସିବି ଦ୍ବାରା ଜାରି ଏକ ବିବୃତ୍ତିରେ ଷ୍ଟୋକ୍ସ କହିଛନ୍ତି, ମୁଁ କଠିନ ପରିଶ୍ରମ କରୁଛି । ବୋଲିଂ ଫିଟନେସ୍ ହାସଲ କରିବା ଉପରେ ମୋର ଧ୍ୟାନ ରହିଛି ଯାହା ଦ୍ବାରା ମୁଁ କ୍ରିକେଟର ସମସ୍ତ ଫର୍ମାଟରେ ପୁଣି ଅଲରାଉଣ୍ଡର ଭୂମିକା ଗ୍ରହଣ କରିପାରିବି ।
ସେ କହିଛନ୍ତି, ଆଇପିଏଲ ଏବଂ ବିଶ୍ୱକପରୁ ଦୂରେଇ ରହିବା ‘ବଳିଦାନ’ ହେବ ଯାହା ମୋତେ ନିକଟ ଭବିଷ୍ୟତରେ ମୋତେ ଅଲରାଉଣ୍ଡର ହେବାରେ ସହାୟକ ହେବ ।
ଟେଷ୍ଟ ସିରିଜ୍ ପାଇଁ ଭାରତ ଗସ୍ତରେ ଷ୍ଟୋକ୍ସ ଇଂଲଣ୍ଡର ଅଧିନାୟକ ଥିଲେ । ତେବେ ତାଙ୍କ ଦଳ ଏହି ଗସ୍ତରେ ୧-୪ରେ ସିରିଜ୍ ହାରିଥିଲା। ସେ କହିଛନ୍ତି, ଏହି ଗସ୍ତ ସମୟରେ ସେ ଅନୁଭବ କରିଥିଲେ ଯେ ସେ ବୋଲିଂ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନୁହଁନ୍ତି ।
୨୦୨୨ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଗତ ଟି-୨୦ ବିଶ୍ୱକପ ଜିତିଥିବା ଇଂଲଣ୍ଡ କାରିବିୟାନରେ ଟାଇଟଲ ଡିଫେଣ୍ଡ୍ କରିବ। ଏମସିଜିରେ ଖେଳାଯାଇଥିବା ଫାଇନାଲରେ ପାକିସ୍ତାନ ବିପକ୍ଷରେ ପାଞ୍ଚ ୱିକେଟ୍ ବିଜୟରେ ଷ୍ଟୋକ୍ସ ବିଜୟ ସୂଚକ ସଟ୍ ମାରିଥିଲେ ।
କେକେଆର୍-ରୟାଲ୍ସ, ଗୁଜରାଟ-ଦିଲ୍ଲୀ ଆଇପିଏଲ୍ ମ୍ୟାଚ୍ କାର୍ଯ୍ୟସୂଚୀରେ ପରିବର୍ତ୍ତନ
Next Articleଅସହ୍ୟ ଗ୍ରୀଷ୍ମ ତାତି : ୭ଟି ସହରର ତାପମାତ୍ରା ୪୧ ବା ଅଧିକ ଡିଗ୍ରୀ ସେଲସିୟସ, ମାଲକାନଗିରି ସବୁଠୁ ଉତ୍ତପ୍ତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
