न्यूज़रूम ओडिशा
ब्रेकिंग
ओडिया समाचार

ଅସହ୍ୟ ଗ୍ରୀଷ୍ମ ତାତି : ୭ଟି ସହରର ତାପମାତ୍ରା ୪୧ ବା ଅଧିକ ଡିଗ୍ରୀ ସେଲସିୟସ, ମାଲକାନଗିରି ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ଲୋକଙ୍କୁ କଲବଲ କରୁଛି। ଆଜି ୭ଟି ସହରର ତାପମାତ୍ରା ୪୧ ଡିଗ୍ରୀ ବା ଅଧିକ ରହିଛି। ମାଲକାନଗିରି ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୧ ଦଶମିକ ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଟିଟିଲାଗଡ଼ ଦ୍ୱିତୀୟ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ଥିଲା ୪୧ ଦଶମିକ ୫ ଡିଗ୍ରୀ ସେଲସିୟସ। ବୌଦ୍ଧରେ ୪୧.୪, [...]

Admin•2 अप्रैल 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ଲୋକଙ୍କୁ କଲବଲ କରୁଛି। ଆଜି ୭ଟି ସହରର ତାପମାତ୍ରା ୪୧ ଡିଗ୍ରୀ ବା ଅଧିକ ରହିଛି। ମାଲକାନଗିରି ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୧ ଦଶମିକ ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଟିଟିଲାଗଡ଼ ଦ୍ୱିତୀୟ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ଥିଲା ୪୧ ଦଶମିକ ୫ ଡିଗ୍ରୀ ସେଲସିୟସ। ବୌଦ୍ଧରେ ୪୧.୪, ଭବାନୀପାଟଣାରେ ୪୧.୨, ନୟାଗଡ଼ରେ ୪୧, ବଲାଙ୍ଗିର ୪୧ ଓ ତାଳଚେର ୪୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଅନୁଗୁଳରେ ୪୦ ଦଶମିକ ୭ ଓ ଝାରସୁଗୁଡାରେ ୪୦ ଦଶମିକ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ମାସ ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇବ । ମାର୍ଚ୍ଚ ଶେଷ ସପ୍ତାହରୁ ରାଜ୍ୟରେ ପାରଦ ଉପରମୁହାଁ ହେବାରେ ଲାଗିଛି।

#Odia#Odisha#News
Share Article:

Related Articles