न्यूज़रूम ओडिशा
ब्रेकिंग
ओडिया समाचार

ହିମାଚଳ ସଙ୍କଟ: ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବାକୁ କଂଗ୍ରେସର ତତ୍ପରତା, ରାଜ୍ୟପାଳଙ୍କୁ ଭେଟିଲା ବିଜେପି ବିଧାୟକ ଦଳ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ରାଜ୍ୟସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ସପକ୍ଷରେ ୬ ଜଣ କଂଗ୍ରେସ ବିଧାୟକ ଭୋଟ୍ ଦେବା ପରେ ଦଳର ସର୍ବୋଚ୍ଚ ନେତୃତ୍ୱ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ପାଇଁ ସକ୍ରିୟ ହୋଇଯାଇଛି ‌। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ୬ ଜଣ ଅସନ୍ତୁଷ୍ଟ ବିଧାୟକଙ୍କ ସହ ଆଲୋଚନା କରିବା ପାଇଁ ବରିଷ୍ଠ ନେତା ଭୁପେନ୍ଦ୍ର ସିଂହ ହୁଡ଼ା ଏବଂ ଡି.କେ ଶିବକୁମାରଙ୍କୁ ନିଯୁକ୍ତ କରିଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ [...]

Admin•28 फ़रवरी 2024
Share Article:

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ରାଜ୍ୟସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ସପକ୍ଷରେ ୬ ଜଣ କଂଗ୍ରେସ ବିଧାୟକ ଭୋଟ୍ ଦେବା ପରେ ଦଳର ସର୍ବୋଚ୍ଚ ନେତୃତ୍ୱ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ପାଇଁ ସକ୍ରିୟ ହୋଇଯାଇଛି ‌।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ୬ ଜଣ ଅସନ୍ତୁଷ୍ଟ ବିଧାୟକଙ୍କ ସହ ଆଲୋଚନା କରିବା ପାଇଁ ବରିଷ୍ଠ ନେତା ଭୁପେନ୍ଦ୍ର ସିଂହ ହୁଡ଼ା ଏବଂ ଡି.କେ ଶିବକୁମାରଙ୍କୁ ନିଯୁକ୍ତ କରିଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ କାର୍ଯ୍ୟଶୈଳୀରେ ନିରାଶ ହୋଇ ଏହି ୬ ଜଣ ବିଧାୟକ ତାଙ୍କୁ ହଟାଇବାକୁ ଦାବି କରୁଛନ୍ତି।

ସୂତ୍ରରୁ ପ୍ରକାଶ, ରାଜ୍ୟରେ କଂଗ୍ରେସ ସରକାର ପ୍ରତି ବିପଦ ସୃଷ୍ଟି ହୋଇଥିବା ବେଳେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ହୁଡା ଏବଂ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଶିବକୁମାର ବୁଧବାର ସକାଳେ ସିମଲାରେ ପହଞ୍ଚିବେ।

ଏହି ୬ ଜଣ ଅସନ୍ତୁଷ୍ଟ ବିଧାୟକ ମଙ୍ଗଳବାର ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଦେବା ପରେ ସିମଲା ଠାରୁ ହରିୟାଣା ଅଭିମୁଖେ ଯାତ୍ରା କରିଛନ୍ତି। ସେମାନେ ବିଜେପି ସହ ଯୋଗାଯୋଗରେ ଥିବା ଜଣାପଡିଛି। ଏହି ଘଟଣାକ୍ରମ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ପ୍ରତି ଘୋର ସଙ୍କଟକୁ ଦର୍ଶାଉଛି ।

ଅନ୍ୟପକ୍ଷରେ ରାଜ୍ୟସଭା ନିର୍ବାଚନରେ ବିଜୟ ପରେ ବିରୋଧୀ ଦଳ ନେତା ଜୟରାମ ଠାକୁରଙ୍କ ନେତୃତ୍ୱରେ ବିଜେପି ବିଧାୟକ ଦଳ ବୁଧବାର ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲାଙ୍କୁ ଭେଟିଛନ୍ତି । କଂଗ୍ରେସ ସରକାର ବହୁମତ ହରାଇଛନ୍ତି ବୋଲି ଦାବି କରିବା ସହ ଅନାସ୍ଥା ପ୍ରସ୍ତାବ ଆଣିବୁ ବୋଲି କହିଛି ବିଜେପି ।

#Odia#Odisha#News
Share Article:

Related Articles