ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ ସନ୍ଥନର ମୃତ୍ୟୁ
ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାର ଅନ୍ୟତମ ଦୋଷୀ ସନ୍ଥନର ବୁଧବାର ହୃଦଘାତରେ ମୃତ୍ୟୁ ହୋଇଯାଇଛି। ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସନ୍ଥନକୁ ସୁପ୍ରିମକୋର୍ଟ ଦୁଇବର୍ଷ ତଳେ ମୁକ୍ତ କରିଥିଲେ। ସନ୍ଥନ୍ ଓରଫ୍ ଟି.ସୁଟେନ୍ଦ୍ରରାଜ(୫୫) ଜଣେ ଶ୍ରୀଲଙ୍କା ନାଗରିକ ଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ୨୦ ବର୍ଷରୁ ଅଧିକ ସମୟ ଜେଲଦଣ୍ଡ କାଟିଥିବା ୭ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ୨୦୨୨ ମସିହାରେ ମୁକ୍ତ କରିଥିଲେ । [...]
ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାର ଅନ୍ୟତମ ଦୋଷୀ ସନ୍ଥନର ବୁଧବାର ହୃଦଘାତରେ ମୃତ୍ୟୁ ହୋଇଯାଇଛି। ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସନ୍ଥନକୁ ସୁପ୍ରିମକୋର୍ଟ ଦୁଇବର୍ଷ ତଳେ ମୁକ୍ତ କରିଥିଲେ।
ସନ୍ଥନ୍ ଓରଫ୍ ଟି.ସୁଟେନ୍ଦ୍ରରାଜ(୫୫) ଜଣେ ଶ୍ରୀଲଙ୍କା ନାଗରିକ ଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ୨୦ ବର୍ଷରୁ ଅଧିକ ସମୟ ଜେଲଦଣ୍ଡ କାଟିଥିବା ୭ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ୨୦୨୨ ମସିହାରେ ମୁକ୍ତ କରିଥିଲେ । ସେମାନଙ୍କ ମଧ୍ୟରେ ସନ୍ଥନ ବି ଥିଲା ।
ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସପିଟାଲର ଡିନ୍ ଇ.ଥୀରାନିରାଜନ କହିଛନ୍ତି, ସନ୍ଥନର ବୁଧବାର ସକାଳ ୭.୫୦ରେ ମୃତ୍ୟୁ ହୋଇଛି । କିଡନୀ ସମସ୍ୟା ଯୋଗୁଁ ସନ୍ଥନ ଚିକିତ୍ସିତ ହେଉଥିଲା। ଆଜି ଭୋର ପ୍ରାୟ ୪ଟା ବେଳେ ସନ୍ଥନର ହୃଦଘାତ ହୋଇଥିଲା । ଏହା ପରେ ତାକୁ ସି.ଆର.ପି (କାର୍ଡିଓପୁଲମୋନାରୀ ରିସସିଟେସନ୍) ଦିଆଯିବା ସହ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା।ସକାଳ ୭.୫୦ରେ ତା’ର ମୃତ୍ୟୁ ହୋଇଯାଇଥିଲା ।
ପୋଷ୍ଟମର୍ଟମ ପରେ ଶବକୁ ଶ୍ରୀଲଙ୍କାକୁ ପଠାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଡିନ୍ କହିଛନ୍ତି, କିଡନୀ ଅକାମୀ ହେବାରୁ ଜାନୁଆରୀ ୨୭ରେ ତିରୁଚିରାପଲ୍ଲୀର ଏକ ସ୍ୱତନ୍ତ୍ର କ୍ୟାମ୍ପରୁ ସନ୍ଥନକୁ ଏଠାକୁ ଚିକିତ୍ସା ପାଇଁ ଅଣାଯାଇଥିଲା ।
ଜେଲରୁ ମୁକୁଳିବା ପରେ ସନ୍ଥନକୁ ତିରୁଚିରାପଲ୍ଲୀର ଏକ ସ୍ୱତନ୍ତ୍ର କ୍ୟାମ୍ପରେ ରଖାଯାଇଥିଲା।
ହିମାଚଳ ସଙ୍କଟ: ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବାକୁ କଂଗ୍ରେସର ତତ୍ପରତା, ରାଜ୍ୟପାଳଙ୍କୁ ଭେଟିଲା ବିଜେପି ବିଧାୟକ ଦଳ
Next Articleଗୁଜରାଟ ଉପକୂଳରୁ ୩,୩୦୦ କେଜି ଡ୍ରଗ୍ସ ଜବତ, ପାଞ୍ଚ ବିଦେଶୀ ନାଗରିକ ଗିରଫ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
