न्यूज़रूम ओडिशा
ब्रेकिंग
ओडिया समाचार

ଆଜିଠୁ ବଜେଟ୍ ଅଧିବେଶନ, ଲୋକସଭା ନିର୍ବାଚନ ପୂର୍ବରୁ ସଂସଦର ଶେଷ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏହା ହେଉଛି ଶେଷ ବଜେଟ୍ ତଥା ସଂସଦର ଶେଷ ଅଧିବେଶନ। ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ନୂଆ ସରକାର ଦାୟିତ୍ବ ଗ୍ରହଣ କରିବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ। ନୂଆ ସରକାର ଗଠନ ପର୍ଯ୍ୟନ୍ତ କେବଳ ସରକାରୀ ଖର୍ଚ୍ଚ [...]

Admin•31 जनवरी 2024
Share Article:

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏହା ହେଉଛି ଶେଷ ବଜେଟ୍ ତଥା ସଂସଦର ଶେଷ ଅଧିବେଶନ। ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ନୂଆ ସରକାର ଦାୟିତ୍ବ ଗ୍ରହଣ କରିବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ।

ନୂଆ ସରକାର ଗଠନ ପର୍ଯ୍ୟନ୍ତ କେବଳ ସରକାରୀ ଖର୍ଚ୍ଚ ପୂରଣ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରାଯିବ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଲୋକସଭା ନିର୍ବାଚନ ପରେ ନିର୍ବାଚିତ ନୂଆ ସରକାର ଜୁଲାଇରେ ଉପସ୍ଥାପନ କରିବେ। ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଅନ୍ତରୀଣ ବଜେଟରୁ ସାଧାରଣ ଲୋକଙ୍କ ଅନେକ ଆଶା ରହିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ସାଧାରଣ ଜନତାଙ୍କ ପାଇଁ ବଜେଟରେ ସରକାର କିଛି ରିଲିଫ୍ ଘୋଷଣା କରିବେ ବୋଲି ଆଶା କରାଯାଉଛି। ତେବେ ବଜେଟ୍ ଅଧିବେଶନରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ସମ୍ଭାବନା ରହିଛି।

ବଜେଟ୍ ଅଧିବେଶନ ପୂର୍ବରୁ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବଜେଟ୍ ଅଧିବେଶନର ଏଜେଣ୍ଡା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ରାଷ୍ଟ୍ରପତି ଶାସନ ଅଧୀନରେ ଥିବା ଜମ୍ମୁ କାଶ୍ମୀର ପାଇଁ ମଧ୍ୟ ଅର୍ଥମନ୍ତ୍ରୀ ସୀତାରମଣ ବଜେଟ୍ ଉପସ୍ଥାପନ କରିବେ। ଯୋଶୀ କହିଛନ୍ତି, ଫେବୃଆରୀ ୯ରେ ଶେଷ ହେବାକୁ ଥିବା ୧୭ତମ ଲୋକସଭାର ଏହି ସଂକ୍ଷିପ୍ତ ଅଧିବେଶନର ମୁଖ୍ୟ ଏଜେଣ୍ଡା ହେଉଛି ରାଷ୍ଟ୍ରପତିଙ୍କ ସମ୍ବୋଧନ, ଅନ୍ତରୀଣ ବଜେଟ୍ ପ୍ରସ୍ତୁତି, ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଓ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜବାବ ।

ସର୍ବଦଳୀୟ ବୈଠକରେ ବିରୋଧୀ ଦଳର ନେତାମାନେ ଅନେକ ପ୍ରସଙ୍ଗ ଉଠାଇଥିଲେ। କଂଗ୍ରେସର ବରିଷ୍ଠ ନେତା କେ.ସୁରେଶ କହିଥିଲେ ଯେ ଏହି ଅଧିବେଶନରେ ତାଙ୍କ ଦଳ ବେକାରୀ ସମସ୍ୟା, ମୁଦ୍ରାସ୍ଫୀତି, କୃଷି ସଙ୍କଟ ଓ ମଣିପୁର ହିଂସା ଆଦି ପ୍ରସଙ୍ଗ ଉଠାଇବ। ତୃଣମୂଳ କଂଗ୍ରେସ ନେତା ସୁଦୀପ ବନ୍ଦୋପାଧ୍ୟାୟ କହିଥିଲେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ପଶ୍ଚିମବଙ୍ଗର ପ୍ରାପ୍ୟକୁ ବି ଅର୍ଥମନ୍ତ୍ରୀ ଅନ୍ତରୀଣ ବଜେଟରେ ସାମିଲ କରିବା ଉଚିତ।

#Odia#Odisha#News
Share Article:

Related Articles