न्यूज़रूम ओडिशा
ब्रेकिंग
ओडिया समाचार

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ସଂଧ୍ୟା ୬ରୁ ରାତି ୯ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ – ଆଜି ମାଘ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ହେବ ବନକଲାଗି ନୀତି। ଏହି ଗୁପ୍ତ ନୀତି ପାଇଁ ସନ୍ଧ୍ୟାରେ ୩ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ସଂଧ୍ୟା ୬ରୁ ରାତି ୯ ଯାଏଁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ନାହିଁ। ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯାଇ ପୁନର୍ବାର ଦର୍ଶନ ସହ ଅନ୍ୟ ନୀତିକାନ୍ତି ଆରମ୍ଭ ହେବ। ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ [...]

Admin•31 जनवरी 2024
Share Article:

ପୁରୀ – ଆଜି ମାଘ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ହେବ ବନକଲାଗି ନୀତି। ଏହି ଗୁପ୍ତ ନୀତି ପାଇଁ ସନ୍ଧ୍ୟାରେ ୩ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ସଂଧ୍ୟା ୬ରୁ ରାତି ୯ ଯାଏଁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ନାହିଁ। ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯାଇ ପୁନର୍ବାର ଦର୍ଶନ ସହ ଅନ୍ୟ ନୀତିକାନ୍ତି ଆରମ୍ଭ ହେବ।

ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଆଦି ପାରମ୍ପରିକ ରଙ୍ଗ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି।

#Odia#Odisha#News
Share Article:

Related Articles