न्यूज़रूम ओडिशा
ब्रेकिंग
ओडिया समाचार

ଇତିହାସ ରଚିଲେ ବୁମରା, ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ

ଦୁବାଇ: ଆଇସିସି ତରଫରୁ ଜାରି ସଦ୍ୟତମ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଜସପ୍ରୀତ ବୁମରା ଏକ ନମ୍ବର ବୋଲର ହୋଇଛନ୍ତି। ଏଥିସହ ବୁମରା ଇତିହାସ ରଚିଛନ୍ତି | ପ୍ରଥମ ଥର ପାଇଁ ଜଣେ ଭାରତୀୟ ଦ୍ରୁତ ବୋଲର ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତିି । ବୁମରାଙ୍କ ପୂର୍ବରୁ କପିଳ ଦେବ ୧୯୭୨ରେ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ବିଶାଖାପଟନମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ୯ଟି ଓ୍ବିକେଟ୍ ସହ ଭାରତର ବିଜୟରେ ନାୟକ ସାଜିଥିଲେ [...]

Admin•7 फ़रवरी 2024
Share Article:

ଦୁବାଇ: ଆଇସିସି ତରଫରୁ ଜାରି ସଦ୍ୟତମ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଜସପ୍ରୀତ ବୁମରା ଏକ ନମ୍ବର ବୋଲର ହୋଇଛନ୍ତି। ଏଥିସହ ବୁମରା ଇତିହାସ ରଚିଛନ୍ତି | ପ୍ରଥମ ଥର ପାଇଁ ଜଣେ ଭାରତୀୟ ଦ୍ରୁତ ବୋଲର ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତିି । ବୁମରାଙ୍କ ପୂର୍ବରୁ କପିଳ ଦେବ ୧୯୭୨ରେ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ବିଶାଖାପଟନମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ୯ଟି ଓ୍ବିକେଟ୍ ସହ ଭାରତର ବିଜୟରେ ନାୟକ ସାଜିଥିଲେ ବୁମରା ।

ବୁମରାଙ୍କ ଚମତ୍କାର ପ୍ରଦର୍ଶନ ଆଧାରରେ ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୧୦୬ ରନରେ ହରାଇ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ ସ୍ଥିତିକୁ ଆଣିଥିଲା। ବିଶାଖାପଟନମ ଟେଷ୍ଟରେ ମ୍ୟାଚ୍ ବିଜୟୀ ପ୍ରଦର୍ଶନ ବଳରେ ବୁମରା ତିନୋଟି ସ୍ଥାନ ହାସଲ କରି ବୋଲିଂ ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ବୁମରା ନିଜ ସାଥି ଖେଳାଳି ତଥା ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ହଟାଇ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତିି।

ଅଶ୍ୱିନ ଗତ ବର୍ଷ ମାର୍ଚ୍ଚରୁ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ମାତ୍ର ତିନୋଟି ୱିକେଟ୍ ନେଇଥିଲେ । ସଦ୍ୟତମ ର଼୍ୟାଙ୍କିଙ୍ଗରେ ସେ ଦୁଇଟି ସ୍ଥାନ ହରାଇ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିୟମସନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବିଶାଖାପଟନମ ଟେଷ୍ଟର ପ୍ରଥମ ଇନିଂସରେ ଚମତ୍କାର ଦ୍ୱିଶତକ ହାସଲ କରିଥିବା ଭାରତର ଯୁବ ଓପନର୍ ଯଶସ୍ବୀ ଜୈସୱାଲ ୩୭ ସ୍ଥାନ ଲମ୍ଫ ସହ ୨୯ ନମ୍ବରରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଜୋ ରୁଟ୍ ତୃତୀୟ ସ୍ଥାନରେ ଅଛନ୍ତି।

#Odia#Odisha#News
Share Article:

Related Articles