न्यूज़रूम ओडिशा
ब्रेकिंग
ओडिया समाचार

ଇଡିର ଅଭିଯୋଗ ପରେ କେଜ୍ରିୱାଲଙ୍କୁ ସମନ ଜାରି କଲେ କୋର୍ଟ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଭିଯୋଗ ଆଧାରରେ ଦିଲ୍ଲୀର ଏକ କୋର୍ଟ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛନ୍ତିି । ତାଙ୍କୁ ଫେବୃଆରୀ ୧୭ରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ପାଞ୍ଚ ଥର ସମନ ସତ୍ତ୍ୱେ ସେ କାହିଁକି ଇଡିରେ ହାଜର ହୋଇନଥିଲେ ତାର କାରଣ ଦର୍ଶାଇବାକୁ‌ କେଜ୍ରିୱାଲଙ୍କୁ କହିଛନ୍ତିି କୋର୍ଟ । କେଜ୍ରିୱାଲଙ୍କୁ ୫ ଥର ସମନ ସତ୍ତ୍ୱେ ହାଜର ନ ହେବାରୁ ଇଡି ଫେବୃଆରୀ [...]

Admin•7 फ़रवरी 2024
Share Article:

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଭିଯୋଗ ଆଧାରରେ ଦିଲ୍ଲୀର ଏକ କୋର୍ଟ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛନ୍ତିି । ତାଙ୍କୁ ଫେବୃଆରୀ ୧୭ରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ପାଞ୍ଚ ଥର ସମନ ସତ୍ତ୍ୱେ ସେ କାହିଁକି ଇଡିରେ ହାଜର ହୋଇନଥିଲେ ତାର କାରଣ ଦର୍ଶାଇବାକୁ‌ କେଜ୍ରିୱାଲଙ୍କୁ କହିଛନ୍ତିି କୋର୍ଟ । କେଜ୍ରିୱାଲଙ୍କୁ ୫ ଥର ସମନ ସତ୍ତ୍ୱେ ହାଜର ନ ହେବାରୁ ଇଡି ଫେବୃଆରୀ ୩ରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲା ।

ଅନ୍ୟପକ୍ଷରେ କୋର୍ଟରେ ଇଡି ଅଭିଯୋଗ ସମ୍ପର୍କରେ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶୀ କହିଛନ୍ତି – ବିଜେପି ଓ ମୋଦୀ ବିରୋଧୀଙ୍କୁ ଧ୍ବଂସ କରିବା ପାଇଁ ଇଡିକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଏହି ତାଲିକାରେ କେଜ୍ରିୱାଲ ଏକ ନମ୍ବରରେ ଅଛନ୍ତି।

ଫେବୃଆରୀ ୨ରେ ଇଡି କେଜ୍ରିୱାଲଙ୍କୁ ପଞ୍ଚମ ସମନ ପଠାଇଥିଲା। ଏହା‌ ପୂର୍ବରୁ ଜାନୁଆରୀ ୧୭, ଜାନୁଆରୀ ୩, ଡିସେମ୍ବର ୨୧ ଓ ନଭେମ୍ବର ୨ରେ କେଜ୍ରିୱାଲଙ୍କୁ ଜେରା ପାଇଁ ଡାକିଥିଲା ଇଡି। ହେଲେ କେଜ୍ରିୱାଲ ଇଡି ସମନକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ହାଜର ହୋଇନଥିଲେ । ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ଦୁଇ ନମ୍ବର କୁହାଯାଉଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଜେଲରେ ଅଛନ୍ତି।

#Odia#Odisha#News
Share Article:

Related Articles