न्यूज़रूम ओडिशा
ब्रेकिंग
ओडिया समाचार

କେଜ୍ରିୱାଲଙ୍କୁ ନୋଟିସ୍ ପରେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଅତିଶୀଙ୍କ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍

ନୂଆଦିଲ୍ଲୀ: ବିଜେପି ବିରୋଧରେ ବିଧାୟକ କିଣିବା ଉଦ୍ୟମ ଅଭିଯୋଗ ପରେ ଆମ୍ ଆଦମୀ ପାର୍ଟି (ଆପ୍) ଏବେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ତଦନ୍ତ ଘେରକୁ ଆସିଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ କ୍ରାଇମବ୍ରାଞ୍ଚ୍ ଟିମ୍ ରବିବାର ଦିଲ୍ଲୀ ଶିକ୍ଷାମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତ୍ରୀ ଅତିଶୀଙ୍କ ଘରେ ବି ନୋଟିସ୍ ଦେଇଛନ୍ତି। ପୂର୍ବରୁ କ୍ରାଇମବ୍ରାଞ୍ଚ ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ଘରେ [...]

Admin•4 फ़रवरी 2024
Share Article:

ନୂଆଦିଲ୍ଲୀ: ବିଜେପି ବିରୋଧରେ ବିଧାୟକ କିଣିବା ଉଦ୍ୟମ ଅଭିଯୋଗ ପରେ ଆମ୍ ଆଦମୀ ପାର୍ଟି (ଆପ୍) ଏବେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ତଦନ୍ତ ଘେରକୁ ଆସିଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ କ୍ରାଇମବ୍ରାଞ୍ଚ୍ ଟିମ୍ ରବିବାର ଦିଲ୍ଲୀ ଶିକ୍ଷାମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତ୍ରୀ ଅତିଶୀଙ୍କ ଘରେ ବି ନୋଟିସ୍ ଦେଇଛନ୍ତି।

ପୂର୍ବରୁ କ୍ରାଇମବ୍ରାଞ୍ଚ ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ବିଧାୟକଙ୍କ ଘୋଡା ବେପାର ମାମଲା ସମ୍ପର୍କରେ ନୋଟିସ୍ ଦେଇଥିଲେ। ଏନେଇ ତିନି ଦିନ ମଧ୍ୟରେ ପ୍ରମାଣ ଦେବାକୁ କେଜ୍ରିୱାଲଙ୍କୁ କହିଥିଲା କ୍ରାଇମବ୍ରାଞ୍ଚ୍।

ଉଲ୍ଲେଖଯୋଗ୍ୟ, ନିକଟରେ କେଜ୍ରିୱାଲ ଓ ତାଙ୍କ ମନ୍ତ୍ରୀ ଅତିଶୀ ଅଭିଯୋଗ କରିଥିଲେ ଯେ ବିଜେପି ୭ ଜଣ ଆପ୍ ବିଧାୟକଙ୍କୁ ଦଳ‌ ଛାଡ଼ିବା ପାଇଁ ୨୫ କୋଟି ଲେଖାଏଁ ଯାଚିଥିଲା। ସେମାନଙ୍କୁ ବିଜେପି ଟିକେଟରେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆଯିବ ବୋଲି ପ୍ରଲୋଭିତ କରାଯାଇଥିଲା ।

#Odia#Odisha#News
Share Article:

Related Articles