न्यूज़रूम ओडिशा
ब्रेकिंग
ओडिया समाचार

ଆସନ୍ତା ୨୦ରୁ ମାଟ୍ରିକ ପରୀକ୍ଷା : ଶୃଙ୍ଖଳିତ ପରିଚାଳନା ପାଇଁ ବୋର୍ଡର ଏକାଧିକ ପଦକ୍ଷେପ

କଟକ – ଚଳିତମାସ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ପରୀକ୍ଷାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ତତ୍ପରତା ପ୍ରକାଶ କରି ଏକାଧିକ ପଦକ୍ଷେପ ଗ୍ରହଣ କରିଛି । ପରୀକ୍ଷାରେ କପି ରୋକିବାକୁ ନୂଆ ଫର୍ମୂଲା ଆପଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ଏଣିକି ପରୀକ୍ଷା ପାଇଁ ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ [...]

Admin•4 फ़रवरी 2024
Share Article:

କଟକ – ଚଳିତମାସ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ପରୀକ୍ଷାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ତତ୍ପରତା ପ୍ରକାଶ କରି ଏକାଧିକ ପଦକ୍ଷେପ ଗ୍ରହଣ କରିଛି । ପରୀକ୍ଷାରେ କପି ରୋକିବାକୁ ନୂଆ ଫର୍ମୂଲା ଆପଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ଏଣିକି ପରୀକ୍ଷା ପାଇଁ ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସାଢ଼େ ୭ଟାରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଛଡ଼ାଯିବ। ୮ଟା ୧୫ମିନିଟ୍‌‌ ପରେ ଆଉ କାହାକୁ ପରୀକ୍ଷା ହଲ୍‌‌କୁ ପ୍ରବେଶ ଅନୁମତି ମିଳିବ ନାହିଁ ।

ଏଥର ପ୍ରଥମଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ। ପ୍ରଶ୍ନପତ୍ର ଆସିବାଠାରୁ ପରୀକ୍ଷା ଶେଷ ହୋଇ ଉତ୍ତରଖାତା ଯିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ପର୍ଯ୍ୟବେକ୍ଷକ ତଦାରଖ କରିବେ। ବିଇଓ, ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ଦାୟିତ୍ଵରେ ରହିବ । ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌‌ ଫୋନ୍‌‌ ନେଇପାରିବେ ନାହିଁ।

ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ପାଇଁ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ବୋର୍ଡ ପକ୍ଷରୁ ଏଥର ୩ ହଜାର ୭୩ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ଥାନାକୁ ନୋଡାଲ୍‌‌ ସେଣ୍ଟର କରାଯାଇଛି।

୨୦ ତାରିଖରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଖାତା ଦେଖା ସରିବ। ଚଳିତବର୍ଷଠାରୁ ପୁଣି ପୁରୁଣା ଢାଞ୍ଚାରେ ପରୀକ୍ଷା ହେବ। ଅର୍ଥାତ ୫୦ ମାର୍କ ସବଜେକ୍ଟିଭ୍‌‌ ଏବଂ ୫୦ ମାର୍କ ଅବଜେକ୍ଟିଭ୍‌‌ ପ୍ରଶ୍ନ ଆସିବ।

#Odia#Odisha#News
Share Article:

Related Articles