ନାତି ପ୍ରଜ୍ବଳ ରେଭନ୍ନାଙ୍କୁ କଡ଼ା ଚେତାବନୀ ଦେଲେ ଦେବେଗୌଡା, ସ୍ବଦେଶ ଫେରି ଆତ୍ମସମର୍ପଣ କରିବାକୁ କହିଲେ
ବେଙ୍ଗାଲୁରୁ: ଜନତା ଦଳ (ସେକ୍ୟୁଲାର) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଯୌନ ନିର୍ଯାତନା ଅଭିଯୋଗ ପରଠୁ ଫେରାର ଥିବା ତାଙ୍କ ନାତି ପ୍ରଜ୍ବଳ ରେଭନ୍ନାଙ୍କୁ ଗୁରୁବାର କଡ଼ା ଚେତାବନୀ ଦେଇ ସ୍ବଦେଶ ଫେରିବାକୁ କହିଛନ୍ତିି। ତୁରନ୍ତ ସ୍ବଦେଶ ଫେରି ତଦନ୍ତର ସାମ୍ନା କରିବାକୁ ପ୍ରଜ୍ବଳଙ୍କୁ କହିଛନ୍ତିି ଦେବଗୌଡା। ତାଙ୍କ ନାତି ତଥା ନିଜ ଦଳର ନିଲମ୍ବିତ ସାଂସଦ ପ୍ରଜ୍ବଳ ରେଭନ୍ନଙ୍କ ବିରୋଧରେ ଚାଲିଥିବା ତଦନ୍ତରେ ତାଙ୍କର କିମ୍ବା ତାଙ୍କ ପରିବାର ହସ୍ତକ୍ଷେପ କରିବେ ନାହିଁ [...]
ବେଙ୍ଗାଲୁରୁ: ଜନତା ଦଳ (ସେକ୍ୟୁଲାର) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଯୌନ ନିର୍ଯାତନା ଅଭିଯୋଗ ପରଠୁ ଫେରାର ଥିବା ତାଙ୍କ ନାତି ପ୍ରଜ୍ବଳ ରେଭନ୍ନାଙ୍କୁ ଗୁରୁବାର କଡ଼ା ଚେତାବନୀ ଦେଇ ସ୍ବଦେଶ ଫେରିବାକୁ କହିଛନ୍ତିି। ତୁରନ୍ତ ସ୍ବଦେଶ ଫେରି ତଦନ୍ତର ସାମ୍ନା କରିବାକୁ ପ୍ରଜ୍ବଳଙ୍କୁ କହିଛନ୍ତିି ଦେବଗୌଡା।
ତାଙ୍କ ନାତି ତଥା ନିଜ ଦଳର ନିଲମ୍ବିତ ସାଂସଦ ପ୍ରଜ୍ବଳ ରେଭନ୍ନଙ୍କ ବିରୋଧରେ ଚାଲିଥିବା ତଦନ୍ତରେ ତାଙ୍କର କିମ୍ବା ତାଙ୍କ ପରିବାର ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି ଦେବଗୌଡା। ପ୍ରଜ୍ବଳ ଅନେକ ମହିଳାଙ୍କ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଅନେକ ଭିଡ଼ିଓ ସାମ୍ନାକୁ ଆସିବା ପରେ ପ୍ରଜ୍ଜ୍ବଳ ଏପ୍ରିଲ ୨୭ରେ ଜର୍ମାନୀ ପଳାଇଥିଲେ।
ଦେବଗୌଡା ତାଙ୍କୁ ଭାରତ ଫେରି ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ କହିଛନ୍ତିି। ଜେଡି (ଏସ୍) ମୁଖ୍ୟ କହିଛନ୍ତିି ଯେ ତାଙ୍କ ନାତି ଯଦି ଦୋଷୀ ସାବ୍ୟସ୍ତ ହୁଏ ତେବେ ତାଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯିବା ଉଚିତ।
ଦେବଗୌଡା (୯୨) ଏକ ବିବୃତ୍ତିରେ କହିଛନ୍ତି, “ଏହି ସମୟରେ ମୁଁ କେବଳ ଗୋଟିଏ କାମ ହିଁ କରିପାରିବି। ମୁଁ ପ୍ରଜ୍ବଳଙ୍କୁ କଡ଼ା ଚେତାବନୀ ଦେବା ସହ ସେ ଯେଉଁଠି ବି ଅଛନ୍ତି ସେଠାରୁ ଭାରତ ଫେରି ପୋଲିସ ନିକଟରେ ଆତ୍ମସମର୍ପଣ କରିବା ଏବଂ ଆଇନଗତ ପ୍ରକ୍ରିୟାର ସାମ୍ନା କରିବାକୁ କହିବି। ”
ଦେବଗୌଡା କହିଛନ୍ତି, “ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ଯାହା କରୁଛି ତାହା ଅପିଲ ନୁହେଁ, ବରଂ ଏକ ଚେତାବନୀ। ଯଦି ସେ ଏହି ଚେତାବନୀ ପ୍ରତି ଧ୍ୟାନ ନ ଦିଅନ୍ତି, ତେବେ ତାଙ୍କୁ ମୋର ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିବ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଆଇନ ତାର କାମ କରିବ, କିନ୍ତୁ ପରିବାର କଥା ନ ଶୁଣିଲେ ତାକୁ ସମ୍ପୂର୍ଣ୍ଣ ବାସନ୍ଦ କରାଯିବ। ଯଦି ତାଙ୍କ (ପ୍ରଜ୍ବଳ) ମନରେ ମୋ’ ପ୍ରତି ସମ୍ମାନ ଅଛି, ତେବେ ତାଙ୍କୁ ତୁରନ୍ତ ଫେରିବାକୁ ପଡ଼ିବ। ”
ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡା କହିଛନ୍ତି, “ମୁଁ ମଧ୍ୟ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତରେ ଯେଭଳି ମୋର କିମ୍ବା ମୋ ପରିବାର ସଦସ୍ୟଙ୍କ ଦ୍ବାରା କୌଣସି ହସ୍ତକ୍ଷେପ ନ ହୁଏ ତାହା ମୁ ସୁନିଶ୍ଚିତ କରିବି। ”
ପ୍ରଜ୍ବଳଙ୍କ ଯୌନ କେଳେଙ୍କାରୀ ସମ୍ପର୍କରେ ସେ ଅବଗତ ନଥିଲେ କିମ୍ବା ତାଙ୍କୁ ସୁରକ୍ଷା ଦେବାକୁ ତାଙ୍କର ଇଚ୍ଛା ନଥିଲା। ସେ ତାଙ୍କର ଗତିବିଧି ଏବଂ ବିଦେଶ ଯିବା ବିଷୟରେ ମଧ୍ୟ ସେ ଅବଗତ ନଥିଲେ ବୋଲି ଦେବଗୌଡା କହିଛନ୍ତି।
ପ୍ରଜ୍ବଳ ରେଭନ୍ନା (୩୩) କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ଏନଡିଏ ପ୍ରାର୍ଥୀ ଅଟନ୍ତି। ସେ ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ତାଙ୍କର ବହୁ ସଂଖ୍ୟକ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ସେ ଦେଶ ଛାଡ଼ି ବିଦେଶରେ ଲୁଚିଛନ୍ତି। ଭାଇରାଲ ଭିଡିଓଉ ଗୁଡିକରେ ସେ ମହିଳାମାନଙ୍କୁ ଧମକ ଚମକ ଦେଇ ଯୌନ ନିର୍ଯାତନା ଦେଉଥିବା ଦେଖିବାକୁ ମିଳୁଛି।
ପ୍ରଜ୍ବଳଙ୍କ ବିରୋଧରେ ଦୁଇଟି ବଳାତ୍କାର ମାମଲା ରୁଜୁ ହୋଇଛି। କର୍ଣ୍ଣାଟକ ପୋଲିସ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିବା ବେଳେ ଇଣ୍ଟରପୋଲ ବ୍ଲୁ କର୍ଣ୍ଣର ନୋଟିସ ମଧ୍ୟ ଜାରି ହୋଇଛି।
ପ୍ରଜ୍ବଳଙ୍କ ରେଭନ୍ନାଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ କରିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କେନ୍ଦ୍ରକୁ ଚିଠି ଲେଖିଛନ୍ତି।
ଆଇପିଏଲ ଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଦୀନେଶ କାର୍ତ୍ତିକ
Next Articleଜଗତସିଂହପୁର ଲୋକସଭା ନିର୍ବାଚନ କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ବିରୋଧୀ ଦଳକୁ ଶାଣିତ ଆକ୍ରମଣ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
