ଆଇପିଏଲ ଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଦୀନେଶ କାର୍ତ୍ତିକ
ନୂଆଦିଲ୍ଲୀ: ଆଇପିଏଲରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତରଫରୁ ପ୍ରତିନିଧିତ୍ୱ କରିଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମ୍ୟାଚ୍ରେ ପରାଜୟ ପରେ ଅନ୍ତର୍ଜାତୀୟ ଓ ଆଇପିଏଲ୍ କ୍ୟାରିୟରକୁ ଅଲବିଦା କହିଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ଆବିର୍ଭାବ ପରେ କାର୍ତ୍ତିକଙ୍କ ଅନ୍ତର୍ଜାତୀୟ କ୍ୟାରିୟର ପ୍ରଭାବିତ ହୋଇଥିଲେ ମଧ୍ୟ ସେ ନିଜ ପ୍ରଦର୍ଶନ ଦ୍ବାରା ପ୍ରଶଂସକଙ୍କ ହୃଦୟ ଜିଣି ପାରିଥିଲେ । ଆଇପିଏଲ୍ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠି କାର୍ତ୍ତିକଙ୍କ [...]
ନୂଆଦିଲ୍ଲୀ: ଆଇପିଏଲରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତରଫରୁ ପ୍ରତିନିଧିତ୍ୱ କରିଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମ୍ୟାଚ୍ରେ ପରାଜୟ ପରେ ଅନ୍ତର୍ଜାତୀୟ ଓ ଆଇପିଏଲ୍ କ୍ୟାରିୟରକୁ ଅଲବିଦା କହିଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ଆବିର୍ଭାବ ପରେ କାର୍ତ୍ତିକଙ୍କ ଅନ୍ତର୍ଜାତୀୟ କ୍ୟାରିୟର ପ୍ରଭାବିତ ହୋଇଥିଲେ ମଧ୍ୟ ସେ ନିଜ ପ୍ରଦର୍ଶନ ଦ୍ବାରା ପ୍ରଶଂସକଙ୍କ ହୃଦୟ ଜିଣି ପାରିଥିଲେ ।
ଆଇପିଏଲ୍ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠି କାର୍ତ୍ତିକଙ୍କ ଚାହିଦା କେବେ କମିନଥିଲା । ନିଜ ୨୦ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ଅନେକ ଥର ଜାତୀୟ ଦଳରୁ ଇନ୍-ଆଉଟ୍ ହୋଇଥିବା କାର୍ତ୍ତିକ ଭାରତ ପାଇଁ ୨୬ଟି ଟେଷ୍ଟ, ୯୪ଟି ଦିନିକିଆ ଏବଂ ୬୦ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। କିଛି ସମୟ ଧରି ଭାଷ୍ୟକାର ଭୂମିକା ତୁଲାଇ ଆସୁଥିବା କାର୍ତ୍ତିକ ୩୮ ବର୍ଷ ବୟସରେ ମଧ୍ୟ ୱିକେଟ୍ ପଛରେ ଅତି ଚଞ୍ଚଳ ଥିଲେ । ଏହାଛଡ଼ା ବ୍ୟାଟ୍ ସହିତ ଚତୁର ସଟ୍ ଖେଳି ଆଜି ପର୍ଯ୍ୟନ୍ତ ନିଜକୁ ପ୍ରାସଙ୍ଗିକ ରଖିଥିଲେ।
ଆଇପିଏଲର ଏହି ସିଜନରେ ବ୍ୟାଟ୍ ସହିତ ନିଜ ଶକ୍ତି ପ୍ରଦର୍ଶନ କରିବା ପରେ କାର୍ତ୍ତିକ ନିଜକୁ ଜାତୀୟ ଦଳ ପାଇଁ ଉପଲବ୍ଧ କରାଇଥିଲେ । କିନ୍ତୁ ଭାରତୀୟ ଚୟନକର୍ତ୍ତା ମାନେ ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ ବେଳେ କାର୍ତ୍ତିକ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଇଂଲଣ୍ଡର ମାଇକେଲ ଆଥର୍ଟନ୍ ହଠାତ୍ ଏକ ପଡକାଷ୍ଟରେ ଏହା ଖୁଲାସା କରିଦେବା ପରେ ତାଙ୍କ ଯୋଜନା ବିଷୟରେ ବିଶ୍ୱ ଜାଣିବାକୁ ପାଇଥିଲା। ୨୦୦୮ରେ ଆରମ୍ଭ ହେବା ପରଠୁ କାର୍ତ୍ତିକ ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଆସିଥିଲେ।
ସେ ଏହି ଟି-୨୦ ଲିଗର ୧୭ ସିଜନରେ ୬ଟି ଦଳର ପ୍ରତିନିଧିତ୍ୱ କରିଥିଲେ ଏବଂ ୫୦୦୦ ରୁ ଅଧିକ ରନ୍ କରିଥିଲେ। ୱିକେଟ୍ ପଛରେ ମଧ୍ୟ ସେ ୧୪୫ କ୍ୟାଚ୍ ନେବା ସହିତ ୩୭ଟି ଷ୍ଟମ୍ପିଂ କରିଛନ୍ତି। ୨୦୧୩ରେ ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଥିଲା ସେ ଏହି ଦଳର ଅଂଶବିଶେଷ ଥିଲେ । ଏହି ସମୟ ମଧ୍ୟରେ ସେ ବିଭିନ୍ନ କ୍ରମରେ ବ୍ୟାଟିଂ କରିଥିଲେ। ତେବେ ଆରସିବି ସହିତ ଗତ ତିନି ବର୍ଷ ଧରି ଫିନିସର ଭୂମିକାରେ ଚମତ୍କାର ପ୍ରଦର୍ଶନ କରିଥିଲେ କାର୍ତ୍ତିକ।
ସେ ୨୦୨୨ ଆଇପିଏଲ୍ ସିଜନରେ ୧୮୩ ଷ୍ଟ୍ରାଇକ୍ ରେଟ୍ ସହ ୩୩୦ ରନ୍ କରି ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ତାହା ଜାତୀୟ ଦଳ ସହ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ପାଲଟିଥିଲା।
ତାମିଲନାଡୁର ଏହି ଓ୍ବିକେଟ୍ କିପର ବ୍ୟାଟ୍ସମ୍ୟାନ ମାତ୍ର ୧୯ ବର୍ଷ ବୟସରେ ଭାରତୀୟ ଦଳ ପାଇଁ ଦିନିକିଆ ଡେବ୍ୟୁ କରିଥିଲେ। ନିଜ ପଦାର୍ପଣ ମ୍ୟାଚରେ ସେ ତତ୍କାଳୀନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନଙ୍କୁ ଚମତ୍କାର ଭାବରେ ଷ୍ଟମ୍ପ କରି ଏହି ମ୍ୟାଚକୁ ସବୁଦିନ ପାଇଁ ସ୍ମରଣୀୟ କରିପାରିଥିଲେ। ତିନି ମାସ ପରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ, କିନ୍ତୁ ଖରାପ ପ୍ରଦର୍ଶନ ଏବଂ ଧୋନିଙ୍କ ଆବିର୍ଭାବ ଯୋଗୁଁ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଗ୍ରାଫ୍ ବଢ଼ି ନଥିଲା।
ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ଧୋନିଙ୍କ ସ୍ଥାନ ପକ୍କ ହେବା ସହ କାର୍ତ୍ତିକଙ୍କୁ ୨୦୦୭ ମସିହାରେ ଇଂଲଣ୍ଡ ଗସ୍ତରେ ଇନିଂସ ଓପନ୍ କରିବାକୁ କୁହାଯାଇଥିଲା । ସେହି ଗସ୍ତରେ ଦଳର ଟେଷ୍ଟ ସିରିଜ ବିଜୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା।
୨୦୧୦ ରୁ ୨୦୧୭ ମଧ୍ୟରେ ଆଇପିଏଲରେ କାର୍ତ୍ତିକଙ୍କ ଚାହିଦା ରହିଥିଲା । କିନ୍ତୁ ଜାତୀୟ ଦଳରେ ତାଙ୍କୁ ଆଉ ସ୍ଥାନ ମିଳିନଥିଲା। ୨୦୧୭ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଭାରତ ପାକିସ୍ତାନ ଠାରୁ ପରାସ୍ତ ହେବା ପରେ ସେ ଜାତୀୟ ଦଳକୁ ଫେରିଥିଲେ। ଏହା ପରେ ସେ ୨୦୧୯ ବିଶ୍ୱକପ ପର୍ଯ୍ୟନ୍ତ ଭାରତୀୟ ଦଳର ନିୟମିତ ଅଂଶବିଶେଷ ରହିଲେ।
ଏହି ସମୟ ମଧ୍ୟରେ ୨୦୧୮ରେ ସେ କଲମ୍ବୋରେ ବାଂଲାଦେଶ ବିପକ୍ଷରେ ନିଦାହସ୍ ଟ୍ରଫିର ଫାଇନାଲରେ ଶେଷ ବଲରେ ଛକା ମାରି ଦଳକୁ ସ୍ମରଣୀୟ ବିଜୟ ଦେଇଥିଲେ। ଏହି ମ୍ୟାଚ୍ରେ ସେ ୮ଟି ବଲରେ ୨୯ ରନ୍ର ଅପରାଜିତ ଇନିଂସ ଖେଳିଥିଲେ। ଦୁଇମାସ ପରେ ସେ ୮ ବର୍ଷର ବ୍ୟବଧାନ ପରେ ଟେଷ୍ଟ ଦଳକୁ ଫେରିଥିଲେ, କିନ୍ତୁ କ୍ରମାଗତ ସ୍ଥିର ପ୍ରଦର୍ଶନ ଦେଇପାରିନଥିଲେ।
ଦିନିକିଆ ବିଶ୍ୱକପ୍ (୨୦୧୯)ରେ ସେ କେବଳ ତିନିଟି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିଲେ, ତନ୍ମଧ୍ୟରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍ ବି ଥିଲା | ୨୦୨୨ ଟି-୨୦ ବିଶ୍ୱକପରେ ଦଳକୁ ଫେରିବା ପରେ ସେ ଆଶାନୁରୂପ ପ୍ରଦର୍ଶନ କରିପାରି ନଥିଲେ । ତିନୋଟି ମ୍ୟାଚରେ କାର୍ତ୍ତିକ ମାତ୍ର ୧୩ ରନ୍ କରିଥିଲେ। ଏହା ପରେ ତାଙ୍କ ପାଇଁ ଭାରତୀୟ ଦଳର ଦ୍ବାର ବନ୍ଦ ହୋଇଯାଇଥିଲା।
ସେ ନିଜେ ସ୍ୱୀକାର କରିଥିଲେ ଯେ ଭାରତୀୟ ଦଳରେ ଧୋନିଙ୍କ ଗୁରୁତ୍ବ ଓ ଉପସ୍ଥିତି ପାଇଁ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ପ୍ରଭାବିତ ହୋଇଥିଲା । କିନ୍ତୁ ଧୋନିଙ୍କ ଭଳି ଖେଳାଳିଙ୍କ ଛାଇରେ ରହିବାରେ କୌଣସି ଲଜ୍ଜା ନାହିଁ ବୋଲି ମଧ୍ୟ କାର୍ତ୍ତିକ ମାନିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ନିରାଶା ସତ୍ତ୍ୱେ ସେ ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିଲେ।
ବିରାଟ କୋହଲିଙ୍କ ନେତୃତ୍ୱରେ ଆରସିବି ଖେଳାଳିମାନେ ବୁଧବାର ଦଳରେ ତାଙ୍କର ଅବଦାନକୁ ପ୍ରଶଂସା କରିଥିଲେ। କାର୍ତ୍ତିକ ଖୁବ୍ ଶୀଘ୍ର କମେଣ୍ଟେରୀ ବକ୍ସକୁ ଫେରିବେ । ତାଙ୍କୁ ଆଇପିଏଲ୍ ବାହାରେ ଅର୍ଥାତ ବିଦେଶୀ ଟି-୨୦ ଲିଗରେ ଦେଖିବାକୁ ମିଳିବ ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର : ଦିନକ ପରେ ୬ ଲୋକସଭା, ୪୨ ବିଧାନସଭା ଆସନରେ ଭୋଟ୍
Next Articleନାତି ପ୍ରଜ୍ବଳ ରେଭନ୍ନାଙ୍କୁ କଡ଼ା ଚେତାବନୀ ଦେଲେ ଦେବେଗୌଡା, ସ୍ବଦେଶ ଫେରି ଆତ୍ମସମର୍ପଣ କରିବାକୁ କହିଲେ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
