न्यूज़रूम ओडिशा
ब्रेकिंग
ओडिया समाचार

ବିମାନ ବିଳମ୍ବ ହେଲେ ଯାତ୍ରୀମାନଙ୍କୁ ହ୍ବାଟସଆପ୍, ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ଦିଆଯିବ, ଡିଜିସିଏ ଜାରି କଲା ଏସ୍ଓପି

ନୂଆଦିଲ୍ଲୀ: ଘନ କୁହୁଡି ଯୋଗୁଁ ଦିଲ୍ଲୀରୁ ଅନେକ ବିମାନ ବିଳମ୍ବ ଓ ବାତିଲ ହେଉଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କିଛି ବିମାନ ୧୦ ରୁ ୧୨ ଘଣ୍ଟା ବିଳମ୍ବରେ ଚାଲୁଛି । ଫଳରେ ଯାତ୍ରୀମାନେ ହଟହଟା ହେଉଛନ୍ତି | ବିମାନ ଉଡ଼ାଣରେ ବିଳମ୍ବ ଯୋଗୁଁ ଗତକାଲି ଦିଲ୍ଲୀ ବିମାନବନ୍ଦରରେ ଜଣେ ଯାତ୍ରୀ ପାଇଲଟଙ୍କୁ ମାଡ଼ ମାରିଥିଲେ । ବିମାନ ଚଳାଚଳ ସମ୍ପର୍କିତ ସୂଚନା ପ୍ରଦାନକୁ ବ୍ୟବସ୍ଥିତ କରିବା ପାଇଁ ବେସାମରିକ ବିମାନ [...]

Admin•16 जनवरी 2024
Share Article:

ନୂଆଦିଲ୍ଲୀ: ଘନ କୁହୁଡି ଯୋଗୁଁ ଦିଲ୍ଲୀରୁ ଅନେକ ବିମାନ ବିଳମ୍ବ ଓ ବାତିଲ ହେଉଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କିଛି ବିମାନ ୧୦ ରୁ ୧୨ ଘଣ୍ଟା ବିଳମ୍ବରେ ଚାଲୁଛି । ଫଳରେ ଯାତ୍ରୀମାନେ ହଟହଟା ହେଉଛନ୍ତି | ବିମାନ ଉଡ଼ାଣରେ ବିଳମ୍ବ ଯୋଗୁଁ ଗତକାଲି ଦିଲ୍ଲୀ ବିମାନବନ୍ଦରରେ ଜଣେ ଯାତ୍ରୀ ପାଇଲଟଙ୍କୁ ମାଡ଼ ମାରିଥିଲେ । ବିମାନ ଚଳାଚଳ ସମ୍ପର୍କିତ ସୂଚନା ପ୍ରଦାନକୁ ବ୍ୟବସ୍ଥିତ କରିବା ପାଇଁ ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ବିମାନ ସେବା ପାଇଁ ନିର୍ଦ୍ଦେଶାବଳୀ (ଏସ୍ଓପି) ଜାରି କରିଛି। ବିମାନ ବିଳମ୍ବ ସମ୍ପର୍କରେ ଯାତ୍ରୀମାନଙ୍କୁ ହ୍ବାଟସଆପ୍, ଏସ୍ଏମ୍ଏସ୍ କିମ୍ବା ଇ-ମେଲ ମାଧ୍ୟମରେ ସୂଚନା ଦେବାକୁ କୁହାଯାଇଛି।

ଡିଜିସିଏ କହିଛି, କୁହୁଡ଼ି କିମ୍ବା ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ କାରଣରୁ ଯେଉଁ ବିମାନ ବିଳମ୍ବ ହେବା ସମ୍ଭାବନା ରହିଛି, ତାକୁ ସମ୍ପୃକ୍ତ ଏୟାରଲାଇନ ଆଗୁଆ ବାତିଲ କରିପାରିବେ। ଏହାଛଡ଼ା ଯଦି ଏପରି ପରିସ୍ଥିତିରେ କୌଣସି ବିମାନ ୩ ଘଣ୍ଟାରୁ ଅଧିକ ବିଳମ୍ବ ହୁଏ, ତେବେ ତାହା ବାତିଲ କରାଯାଇ ପାରିବ ଯାହା ଦ୍ୱାରା ଯାତ୍ରୀଙ୍କ ଭିଡ଼ କମିବ ।

#Odia#Odisha#News
Share Article:

Related Articles