न्यूज़रूम ओडिशा
ब्रेकिंग
ओडिया समाचार

ଆଇଏମ୍ଏଫ୍ ର‌ ଆକଳନ: ଲୋକଙ୍କ ଚାକିରି ଖାଇବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏବେ ଲୋକଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି । ଏହି ଟେକ୍ନୋଲୋଜି ଦ୍ବାରା ଅନେକ ଜଟିଳ କାର୍ଯ୍ୟ କମ୍ ସମୟ ମଧ୍ୟରେ ହେଇପାରୁଛି । ଏଭଳି ସ୍ଥଳେ ଅନେକ କମ୍ପାନୀ ମାନବ ସମ୍ବଳ ଉପରେ ନିର୍ଭର କରିବା ପରିବର୍ତ୍ତେ ଏଣିକି ଏଆଇ ଟେକ୍ନୋଲୋଜିର ବ୍ୟବହାର ପାଇଁ ଆଗ୍ରହ ପ୍ରକାଶ କଲେଣି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିଶ୍ବର ଲକ୍ଷାଧିକ ଚାକିରିଆ ଲୋକଙ୍କୁ ଅସୁବିଧାରେ ପକାଇପାରେ ବୋଲି ଆନ୍ତର୍ଜାତୀୟ ମୁଦ୍ରା [...]

Admin•16 जनवरी 2024
Share Article:

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏବେ ଲୋକଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି । ଏହି ଟେକ୍ନୋଲୋଜି ଦ୍ବାରା ଅନେକ ଜଟିଳ କାର୍ଯ୍ୟ କମ୍ ସମୟ ମଧ୍ୟରେ ହେଇପାରୁଛି । ଏଭଳି ସ୍ଥଳେ ଅନେକ କମ୍ପାନୀ ମାନବ ସମ୍ବଳ ଉପରେ ନିର୍ଭର କରିବା ପରିବର୍ତ୍ତେ ଏଣିକି ଏଆଇ ଟେକ୍ନୋଲୋଜିର ବ୍ୟବହାର ପାଇଁ ଆଗ୍ରହ ପ୍ରକାଶ କଲେଣି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିଶ୍ବର ଲକ୍ଷାଧିକ ଚାକିରିଆ ଲୋକଙ୍କୁ ଅସୁବିଧାରେ ପକାଇପାରେ ବୋଲି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଏକ ଆକଳନରେ କୁହାଯାଇଛି।

ଏକ ରିପୋର୍ଟ ଅନୁଯାୟୀ, ଆଇଏମ୍ଏଫ୍ ଆକଳନରେ କୁହାଯାଇଛି ଯେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ତଥା ଏଆଇ ଟୁଲ୍ ଯୋଗୁଁ ବିଶ୍ବର ପ୍ରାୟ ୪୦% ଚାକିରୀ ପ୍ରଭାବିତ ହେବ। ଉନ୍ନତ ଅର୍ଥନୀତି ଥିବା ଦେଶଗୁଡିକ ଉଦୀୟମାନ ବଜାର ଏବଂ ସ୍ୱଳ୍ପ ଆୟକାରୀ ଦେଶ ଅପେକ୍ଷା ଅଧିକ ବିପଦର ସମ୍ମୁଖୀନ ହେବେ |

ଆଇଏମ୍ଏଫ୍ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟଲିନା ଜର୍ଜିଆଭା ଏହି ଅଧ୍ୟୟନ ନେଇ ଏକ ବ୍ଲଗ୍ ପୋଷ୍ଟରେ କହିଛନ୍ତି, “ଅଧିକାଂଶ କ୍ଷେତ୍ରରେ, ଏଇ ଟେକ୍ନୋଲୋଜି ସମସ୍ୟା ବଢ଼ାଇବ । ଏଭଳି ପରିସ୍ଥିତି ଏଡାଇବା ପାଇଁ ସରକାରମାନେ ସକ୍ରିୟ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଯୋଗୁଁ ଚାକିରି କ୍ଷେତ୍ରରେ ଆୟ ଅସମାନତା ବୃଦ୍ଧି ପାଇବ। ତେବେ ଏହି ଟେକ୍ନୋଲୋଜି ଅଧିକ ଦରମା ପାଉଥିବା ଲୋକଙ୍କ ପାଇଁ କେତେ ଉପଯୁକ୍ତ ବିକଳ୍ପ ହେବ ତାହା ଉପରେ ଏହା ନିର୍ଭର କରିବ |

ଆଇଏମ୍ଏଫ୍ ଆକଳନ ଅନୁଯାୟୀ, ଯଦିଓ ଏଆଇ କିଛି ଚାକିରୀର ସଂପୂର୍ଣ୍ଣ ସ୍ଥାନ ନେଇପାରିବ ନାହିଁ, ତେବେ ଏହା ମନୁଷ୍ୟକୃତ କିଛି କାର୍ଯ୍ୟର ପରିପୂରକ ହେବ | ଉନ୍ନତ ଅର୍ଥନୀତି ସମ୍ପନ୍ନ ଦେଶ ଗୁଡିକରେ ପ୍ରାୟ ୬୦% ଚାକିରି ଏଆଇ ଟେକ୍ନୋଲୋଜି ଦ୍ୱାରା ପ୍ରଭାବିତ ହୋଇପାରେ | ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଜର୍ଜିଆଭାଙ୍କ ମତ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମରେ ଚର୍ଚ୍ଚାର ବିଷୟ ପାଲଟିଛି।

#Odia#Odisha#News
Share Article:

Related Articles