न्यूज़रूम ओडिशा
ब्रेकिंग
ओडिया समाचार

ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡିର ପଞ୍ଚମ ସମନ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଇଡି ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି । କେଜ୍ରିୱାଲଙ୍କୁ ଇଡିର ଏହା ପଞ୍ଚମ ସମନ। ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ କେଜ୍ରିୱାଲ ପୂର୍ବରୁ ଇଡିର ଚାରି ଥର ସମନ ସତ୍ତ୍ୱେ ହାଜର ହୋଇନଥିଲେ । କେନ୍ଦ୍ରୀୟ ସଂସ୍ଥା କେଜ୍ରିୱାଲଙ୍କୁ ଜାନୁଆରୀ ୧୮, ଜାନୁଆରୀ ୩, ଡିସେମ୍ବର ୨୧ ଏବଂ ନଭେମ୍ବର ୨ରେ ସମନ [...]

Admin•31 जनवरी 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଇଡି ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି । କେଜ୍ରିୱାଲଙ୍କୁ ଇଡିର ଏହା ପଞ୍ଚମ ସମନ।

ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ କେଜ୍ରିୱାଲ ପୂର୍ବରୁ ଇଡିର ଚାରି ଥର ସମନ ସତ୍ତ୍ୱେ ହାଜର ହୋଇନଥିଲେ । କେନ୍ଦ୍ରୀୟ ସଂସ୍ଥା କେଜ୍ରିୱାଲଙ୍କୁ ଜାନୁଆରୀ ୧୮, ଜାନୁଆରୀ ୩, ଡିସେମ୍ବର ୨୧ ଏବଂ ନଭେମ୍ବର ୨ରେ ସମନ ଜାରି କରିଥିଲା। ତେବେ ଇଡି ସମନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ‘ବେଆଇନ’ ବୋଲି କହି ଏଡ଼ାଇ ଯାଇଥିଲେ। ସଦ୍ୟତମ ସମନ୍ ସହ ଇଡି ତାଙ୍କୁ ଫେବୃଆରୀ ୨ରେ ହାଜର ହେବାକୁ କହିଛି ‌।

ଦିଲ୍ଲୀର ଆପ୍ ସରକାରଙ୍କ ୨୦୨୧-୨୨ର ଅବକାରୀ ନୀତି ଯୋଗୁଁ କିଛି ମଦ ବ୍ୟବସାୟୀଙ୍କୁ ବେଶ୍ ଲାଭ ହୋଇଥିଲା ବୋଲି ଅଭିଯୋଗ ହୋଇଛି । ଏଥିପାଇଁ ସେମାନେ ଲାଞ୍ଚ ଦେଇଥିଲେ । ତେବେ ଆପ୍ ଏହି ଅଭିଯୋଗକୁ ଅସ୍ୱୀକାର କରିଆସିଛି ।

ପରେ ଏହି ନୀତିକୁ ପ୍ରତ୍ୟାହାର କରିଥିଲେ କେଜ୍ରିୱାଲ ସରକାର। ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମନି ଲଣ୍ଡରିଂ ଆଇନ (ପିଏମ୍ଏଲ୍ଏ) ଅଧୀନରେ ଇଡି ମଧ୍ୟ ମାମଲା ରୁଜୁ କରିଥିଲା ।

#Odia#Odisha#News
Share Article:

Related Articles