ପଶ୍ଚିମବଙ୍ଗରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ କାର୍ ଉପରକୁ ଟେକାମାଡ଼
ପାଟନା: ପଶ୍ଚିମବଙ୍ଗରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। ମାଲଦାର ହରିଶ୍ଚନ୍ଦ୍ରପୁରରେ ରାହୁଲଙ୍କ ଗାଡ଼ି ଉପରକୁ ଟେକାମାଡ଼ ହୋଇଥିଲା । ଏଥିରେ ରାହୁଲ ଗାନ୍ଧୀଙ୍କ କାର୍ କାଚ ଭାଙ୍ଗି ଯାଇଛି। ଅଧୀର ରଞ୍ଜନ ଚୌଧୁରୀଙ୍କ ଅଭିଯୋଗ ଉପରେ ଟିଏମସି ପ୍ରତିକ୍ରିୟା ରଖିଛି । ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ଆକ୍ରମଣ ପାଇଁ ଶାସକ ଟିଏମସିଙ୍କୁ ଦାୟୀ କରିଛନ୍ତିି। [...]
ପାଟନା: ପଶ୍ଚିମବଙ୍ଗରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। ମାଲଦାର ହରିଶ୍ଚନ୍ଦ୍ରପୁରରେ ରାହୁଲଙ୍କ ଗାଡ଼ି ଉପରକୁ ଟେକାମାଡ଼ ହୋଇଥିଲା । ଏଥିରେ ରାହୁଲ ଗାନ୍ଧୀଙ୍କ କାର୍ କାଚ ଭାଙ୍ଗି ଯାଇଛି। ଅଧୀର ରଞ୍ଜନ ଚୌଧୁରୀଙ୍କ ଅଭିଯୋଗ ଉପରେ ଟିଏମସି ପ୍ରତିକ୍ରିୟା ରଖିଛି । ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ଆକ୍ରମଣ ପାଇଁ ଶାସକ ଟିଏମସିଙ୍କୁ ଦାୟୀ କରିଛନ୍ତିି। ଚୌଧୁରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଟିଏମସି । ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲା କାରଣରୁ ଏହି ଘଟଣା ଘଟିଛି ବୋଲି ଟିଏମସି କହିଛି ।
ଟେକାମାଡ଼ ଯୋଗୁଁ ରାହୁଲ ଗାନ୍ଧୀଙ୍କ କାରର ପଛ ଝରକା କାଚ ଭାଙ୍ଗି ଯାଇଛି। ତେବେ ରାହୁଲ ଗାନ୍ଧୀ ଆହତ ହୋଇନାହାଁନ୍ତି । ରାହୁଲ ଗାନ୍ଧୀ କାରରୁ ଓହ୍ଲାଇ ତାଙ୍କ କ୍ଷତିଗ୍ରସ୍ତ କାର୍ ଝରକା ଯାଞ୍ଚ କରୁଥିବା ଟିଭି ଫୁଟେଜରେ ଦେଖିବାକୁ ମିଳୁଛି । ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବିହାରରୁ ପଶ୍ଚିମବଙ୍ଗକୁ ଦ୍ବିତୀୟ ଥର ପ୍ରବେଶ କରୁଥିବାବେଳେ ମାଲଦାର ହରିଶ୍ଚନ୍ଦ୍ରପୁର ଠାରେ ରାହୁଲ ଗାନ୍ଧୀଙ୍କ କାର୍ ଉପରେ ଆକ୍ରମଣ ହୋଇଥିଲା।
CM Launches LAccMI Bus Service in Three More Districts
Next Articleଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡିର ପଞ୍ଚମ ସମନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
