न्यूज़रूम ओडिशा
ब्रेकिंग
ओडिया समाचार

ଆଜି ପୁଣି ଆରମ୍ଭ ହେବ ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ

ନୂଆଦିଲ୍ଲୀ: କିସାନ ମଜଦୂର ମୋର୍ଚ୍ଚା ଏବଂ ସଂଯୁକ୍ତ କିସାନ ମୋର୍ଚ୍ଚା (ଅଣରାଜନୈତିକ)ର ଆହ୍ବାନରେ ଦେଶର ଅନେକ କୃଷକ ସଂଗଠନ ବୁଧବାର (ମାର୍ଚ୍ଚ ୬) ଠାରୁ ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦିଲ୍ଲୀ ପୋଲିସ ଏହାର କର୍ମଚାରୀ ମାନଙ୍କୁ ଜାତୀୟ ରାଜଧାନୀର ଟିକରୀ, ସୀଙ୍ଘୁ, ଗାଜୀପୁର ସୀମା, ରେଳବାଇ ଏବଂ ମେଟ୍ରୋ ଷ୍ଟେସନ ତଥା ବସଷ୍ଟାଣ୍ଡ ଭଳି ସ୍ଥାନରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି। କୃଷକ [...]

Admin•6 मार्च 2024
Share Article:

ନୂଆଦିଲ୍ଲୀ: କିସାନ ମଜଦୂର ମୋର୍ଚ୍ଚା ଏବଂ ସଂଯୁକ୍ତ କିସାନ ମୋର୍ଚ୍ଚା (ଅଣରାଜନୈତିକ)ର ଆହ୍ବାନରେ ଦେଶର ଅନେକ କୃଷକ ସଂଗଠନ ବୁଧବାର (ମାର୍ଚ୍ଚ ୬) ଠାରୁ ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦିଲ୍ଲୀ ପୋଲିସ ଏହାର କର୍ମଚାରୀ ମାନଙ୍କୁ ଜାତୀୟ ରାଜଧାନୀର ଟିକରୀ, ସୀଙ୍ଘୁ, ଗାଜୀପୁର ସୀମା, ରେଳବାଇ ଏବଂ ମେଟ୍ରୋ ଷ୍ଟେସନ ତଥା ବସଷ୍ଟାଣ୍ଡ ଭଳି ସ୍ଥାନରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି।

କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଗଠନ – କିସାନ ମଜଦୂର ମୋର୍ଚ୍ଚା ଏବଂ ସଂଯୁକ୍ତ କିସାନ ମୋର୍ଚ୍ଚା (ଅଣ ରାଜନୈତିକ) ମାର୍ଚ୍ଚ ୩ରେ ଦେଶର ବିଭିନ୍ନ କୃଷକ ସଂଘ ଗୁଡ଼ିକୁ ବୁଧବାର ଦିଲ୍ଲୀରେ ପହଞ୍ଚିବାକୁ ଆହ୍ବାନ ଦେଇଥିଲେ ।

କୃଷକ ନେତା ସରବନ ସିଂହ ପାଣ୍ଢେର୍ କହିଛନ୍ତି, ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍ଏସପି) ଉପରେ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ନେଇ ସେମାନେ ମାର୍ଚ୍ଚ ୧୦ରେ ଚାରି ଘଣ୍ଟା ଧରି ଦେଶବ୍ୟାପୀ ରେଳ ରୋକୋ ଆନ୍ଦୋଳନ ପାଇଁ ଡ଼ାକରା ଦେଇଛନ୍ତି। ଚାଷୀଙ୍କ ବଳିଦାନ ବୃଥା ଯିବ ନାହିଁ । ସେମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ସେ କହିଛନ୍ତିି ।

ଏମ୍ଏସପି ସତେତ ବିଭିନ୍ନ ଦାବି ନେଇ ଫେବୃଆରୀ ୧୩ରେ ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଆରମ୍ଭ ହୋଇଥିଲା। ତେବେ ସୁରକ୍ଷା ବାହିନୀ ସେମାନଙ୍କୁ ପଞ୍ଜାବ ଓ ହରିୟାଣା ମଧ୍ୟରେ ଶମ୍ଭୁ ଏବଂ ଖନୌରୀ ସୀମାରେ ଅଟକାଇଥିଲେ। ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା ।

#Odia#Odisha#News
Share Article:

Related Articles