न्यूज़रूम ओडिशा
ब्रेकिंग
ओडिया समाचार

ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୮ ଡିଗ୍ରୀ ସେଲସିୟସ ଟପିଲା ତାପମାତ୍ରା

ଭୁବନେଶ୍ୱର – ରାଜ୍ୟରେ ପୁଣି ବଢ଼ିଛି ତାତି । ଚଳିତ ବର୍ଷ ପ୍ରଥମ ଥର ପାଇଁ କୌଣସି ସହରରେ ଦିନର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ପାରଳାଖେମୁଣ୍ଡିରେ ମଙ୍ଗଳବାର ଦିନର ସର୍ବୋଚ୍ଚ ତାପମାତ୍ରା ୩୮. ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ନୟାଗଡ଼, ମାଲକାନଗିରି ଓ ବୌଦ୍ଧରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରେ ରହିଥିଲା। ଆସନ୍ତା ସପ୍ତାହରୁ କିଛି ଅଞ୍ଚଳରେ ପାରଦ ଆହୁରି ଉପରମୁହାଁ ହେବ ବୋଲି ପୂର୍ବାନୁମାନ କରାଯାଇଛି। [...]

Admin•6 मार्च 2024
Share Article:

ଭୁବନେଶ୍ୱର – ରାଜ୍ୟରେ ପୁଣି ବଢ଼ିଛି ତାତି । ଚଳିତ ବର୍ଷ ପ୍ରଥମ ଥର ପାଇଁ କୌଣସି ସହରରେ ଦିନର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ପାରଳାଖେମୁଣ୍ଡିରେ ମଙ୍ଗଳବାର ଦିନର ସର୍ବୋଚ୍ଚ ତାପମାତ୍ରା ୩୮. ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ନୟାଗଡ଼, ମାଲକାନଗିରି ଓ ବୌଦ୍ଧରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରେ ରହିଥିଲା। ଆସନ୍ତା ସପ୍ତାହରୁ କିଛି ଅଞ୍ଚଳରେ ପାରଦ ଆହୁରି ଉପରମୁହାଁ ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଏଣେ ରାଜ୍ୟରେ ପଶ୍ଚିମାଝଡ ସକ୍ରିୟ ରହିଥିବା ବେଳେ ଉପକୂଳ ଓଡ଼ିଶାର ସୃଷ୍ଟି ହୋଇଛି ଏକ ଗୁରୁଚାପ ବଳୟ । ଏହାଦ୍ବାରା ରାଜ୍ୟକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେଉଛି । ଆଗାମୀ ୪ ଦିନ ଯାଏଁ କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି।

#Odia#Odisha#News
Share Article:

Related Articles