न्यूज़रूम ओडिशा
ब्रेकिंग
ओडिया समाचार

୨୦୦୦ କୋଟିର ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ଫିଲ୍ମ ପ୍ରଡ୍ୟୁସର ଗିରଫ

ଚେନ୍ନାଇ: ବିଦେଶରେ ୨୦୦୦ କୋଟିର ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ଦକ୍ଷିଣ ଭାରତର ଜଣେ ଫିଲ୍ମ ନିର୍ମାତା ଜାଫର ସାଦିକଙ୍କୁ ଶନିବାର (ମାର୍ଚ୍ଚ ୯) ଗିରଫ କରିଛି । ଏନସିବି ଜାଫରଙ୍କୁ ୪ ମାସ ହେଲା ଖୋଜୁଥିଲା। ଜାଫର ତାମିଲନାଡୁର ଶାସକ ଦଳ ଦ୍ରାବିଡ ମୁନ୍ନେତ୍ରା କଜଗମ (ଡିଏମକେ)ର ଜଣେ ପୂର୍ବତନ କର୍ମୀ । ମଦୁରାଇର ଦୁଇ ରେଳ ଯାତ୍ରୀ ଏବଂ ଚେନ୍ନାଇର ଏକ ଡମ୍ପିଂ ୟାର୍ଡରୁ ୧୮୦ କୋଟି [...]

Admin•9 मार्च 2024
Share Article:

ଚେନ୍ନାଇ: ବିଦେଶରେ ୨୦୦୦ କୋଟିର ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ଦକ୍ଷିଣ ଭାରତର ଜଣେ ଫିଲ୍ମ ନିର୍ମାତା ଜାଫର ସାଦିକଙ୍କୁ ଶନିବାର (ମାର୍ଚ୍ଚ ୯) ଗିରଫ କରିଛି । ଏନସିବି ଜାଫରଙ୍କୁ ୪ ମାସ ହେଲା ଖୋଜୁଥିଲା। ଜାଫର ତାମିଲନାଡୁର ଶାସକ ଦଳ ଦ୍ରାବିଡ ମୁନ୍ନେତ୍ରା କଜଗମ (ଡିଏମକେ)ର ଜଣେ ପୂର୍ବତନ କର୍ମୀ ।

ମଦୁରାଇର ଦୁଇ ରେଳ ଯାତ୍ରୀ ଏବଂ ଚେନ୍ନାଇର ଏକ ଡମ୍ପିଂ ୟାର୍ଡରୁ ୧୮୦ କୋଟି ମୂଲ୍ୟର ମିଥାମଫେଟାମାଇନ୍ ଜବତ ହେବାର ପ୍ରାୟ ସପ୍ତାହ ପରେ ଗିରଫ ହୋଇଛନ୍ତି ସାଦିକ। କୁହାଯାଉଛି ଯେ ଜାଫର ଏହି ଡ୍ରଗ୍ସ ଶ୍ରୀଲଙ୍କାକୁ ଚୋରା ଚାଲାଣ କରୁଥିଲେ।

ଏନସିବି ସୂଚନା ଅନୁଯାୟୀ, ଜାଫର ସାଦିକ ହେଉଛନ୍ତି ଭାରତ-ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡ ଡ୍ରଗ୍ସ ଟ୍ରାଫିକିଂ ନେଟୱାର୍କର କିଙ୍ଗପିନ୍। ସେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡକୁ ୨୦୦୦ କୋଟି ମୂଲ୍ୟର ଡ୍ରଗ୍ସ ଚୋରା ଚାଲାଣ କରିଥିବା ଅଭିଯୋଗ ହୋଇଛି। ଏନସିବିର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଜାଫର ମୋଟ ୪୫ ଥର ବିଦେଶରେ ୩୫୦୦ କିଲୋଗ୍ରାମ ସିଉଡୋଫେଡ୍ରାଇନ୍ ଡ୍ରଗ୍ ବିକ୍ରି କରିଛନ୍ତି। ସିଉଡୋଫେଡ୍ରାଇନ୍ ହେଉଛି ଏକ ଉତ୍ତେଜକ ଓ ଶକ୍ତି ବର୍ଦ୍ଧକ ଡ୍ରଗ୍।

#Odia#Odisha#News
Share Article:

Related Articles