न्यूज़रूम ओडिशा
ब्रेकिंग
ओडिया समाचार

ବେଙ୍ଗାଲୁରୁ କାଫେ ବିସ୍ଫୋରଣ: ଅଭିଯୁକ୍ତର ନୂଆ ଫଟୋ ଜାରି କଲା ଏନ୍ଆଇଏ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ବିସ୍ଫୋରଣ ଅଭିଯୁକ୍ତର ନୂଆ ଫଟୋ ଜାରି କରିଛି ଏନ୍ଆଇଏ । ମାର୍ଚ୍ଚ ୧ରେ ଘଟିଥିବା ଏହି ବିସ୍ଫୋରଣରେ ୧୦ ଜଣ ଆହତ ହୋଇଥିଲେ । ଏନଆଇଏ ମାର୍ଚ୍ଚ ୩ରେ ଏହି ମାମଲାର ତଦନ୍ତ ହାତକୁ ନେଇଥିଲା। ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା‌ ପାଇଁ ଏନଆଇଏ ଲୋକଙ୍କ ସାହାଯ୍ୟ ଲୋଡିଛି। ରମେଶ୍ୱରମ୍ କାଫେ ବିସ୍ଫୋରଣର ପ୍ରାୟ ଏକ ଘଣ୍ଟା ପରେ ମୁଖ୍ୟ ସନ୍ଦିଗ୍ଧ ଅଭିଯୁକ୍ତ ଏକ ବସ୍‌ରେ ଚଢୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି [...]

Admin•9 मार्च 2024
Share Article:

ବେଙ୍ଗାଲୁରୁ: ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ବିସ୍ଫୋରଣ ଅଭିଯୁକ୍ତର ନୂଆ ଫଟୋ ଜାରି କରିଛି ଏନ୍ଆଇଏ । ମାର୍ଚ୍ଚ ୧ରେ ଘଟିଥିବା ଏହି ବିସ୍ଫୋରଣରେ ୧୦ ଜଣ ଆହତ ହୋଇଥିଲେ । ଏନଆଇଏ ମାର୍ଚ୍ଚ ୩ରେ ଏହି ମାମଲାର ତଦନ୍ତ ହାତକୁ ନେଇଥିଲା। ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା‌ ପାଇଁ ଏନଆଇଏ ଲୋକଙ୍କ ସାହାଯ୍ୟ ଲୋଡିଛି।

ରମେଶ୍ୱରମ୍ କାଫେ ବିସ୍ଫୋରଣର ପ୍ରାୟ ଏକ ଘଣ୍ଟା ପରେ ମୁଖ୍ୟ ସନ୍ଦିଗ୍ଧ ଅଭିଯୁକ୍ତ ଏକ ବସ୍‌ରେ ଚଢୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି । ଭିଡିଓର ଟାଇମଷ୍ଟ୍ୟାମ୍ପରେ ତାରିଖ ଓ ସମୟ ମାର୍ଚ୍ଚ ୧, ଅପରାହ୍ନ ୨.୦୩ ବୋଲି ସ୍ପଷ୍ଟ ଦେଖାଯାଉଛି । ରାମେଶ୍ଵରମ କାଫେରେ ମଧ୍ୟାହ୍ନ ୧୨.୫୬ରେ ବିସ୍ଫୋରଣ ଘଟିଥିଲା । ଟି-ସାର୍ଟ, କ୍ୟାପ୍ ଏବଂ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବୋମା ଭର୍ତ୍ତି ବ୍ୟାଗ କାଫେରେ ରଖି ପଳାଇଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା ।

ସେହି ଦିନ (ମାର୍ଚ୍ଚ ୧) ରାତି ପ୍ରାୟ ୯ଟା ବେଳେ ଅନ୍ୟ ଏକ ସିସିଟିଭି ଫୁଟେଜରେ ଅଭିଯୁକ୍ତ ଜଣକ ଏକ ବସଷ୍ଟାଣ୍ଡ ଭିତରେ ବୁଲୁଥିବା ସିସିଟିଭି ଫୁଟେଜରେ ଦେଖାଯାଇଥିଲା। ସନ୍ଦିଗ୍ଧ ସମ୍ପର୍କରେ ସୂଚନା ଦେଲେ ୧୦ ଲକ୍ଷ ପୁରସ୍କାର ଘୋଷଣା କରିସାରିଛି ଏନଆଇଏ ।

ଘଟଣାର ତଦନ୍ତରେ ଏନଆଇଏକୁ ବେଙ୍ଗାଲୁରୁ ପୋଲିସର କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ ସହଯୋଗ କରୁଛି। ଏହି ମାମଲାରେ ବଲାରୀ ଜିଲ୍ଲାର କୌଲ ବଜାରର ଜଣେ ଲୁଗା ବ୍ୟବସାୟୀ ଓ ନିଷିଦ୍ଧ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ସହ ଜଡ଼ିତ ଜଣେ କ୍ୟାଡରଙ୍କୁ ଅଟକ ରଖାଯାଇଛି ।

ମାମଲାର ତଦନ୍ତ କରୁଥିବା ଟିମ୍ ଅନୁଯାୟୀ, ଘଟଣା ପରେ ସନ୍ଦିଗ୍ଧ ବ୍ୟକ୍ତି ନିଜର ପୋଷାକ ବଦଳାଇ ତୁମାକୁରୁ, ବଲାରୀ, ବିଦର ଏବଂ ଭଟକଲ ସହ ବିଭିନ୍ନ ସ୍ଥାନକୁ ବସ୍ ଯୋଗେ ଯାଇଥିଲା। ପରିଚୟ ଏଡାଇବା ପାଇଁ ସନ୍ଦିଗ୍ଧ ବ୍ୟକ୍ତି ବାରମ୍ବାର ନିଜ ରୂପ ଓ ପୋଷାକ ବଦଳାଇଥିଲା ।

ଅନ୍ୟପକ୍ଷରେ ବିସ୍ଫୋରଣର ୮ ଦିନ ପରେ ରାମେଶ୍ୱରମ୍ କାଫେ ଶନିବାର (ମାର୍ଚ୍ଚ ୯) ଠାରୁ କଡ଼ା ସୁରକ୍ଷା ସହିତ ଖୋଲିଛି | ପୂର୍ବ ଅପେକ୍ଷା ସୁରକ୍ଷା ବ୍ୟବସ୍ଥା ସୁଦୃଢ କରାଯାଇଛି। କାଫେର ପ୍ରବେଶ ପଥରେ ମେଟାଲ୍ ଡିଟେକ୍ଟର୍ ଲଗାଯାଇଛି। ଗ୍ରାହକଙ୍କ ସ୍କ୍ରିନିଂ ମଧ୍ୟ କରାଯାଉଛି।

#Odia#Odisha#News
Share Article:

Related Articles