ପ୍ରଥମ ଥର ୟୁନେସ୍କୋର ବିଶ୍ୱ ଐତିହ୍ୟ କମିଟିର ଅଧ୍ୟକ୍ଷତା କରିବ ଭାରତ
ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ପାଇଁ ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିର ଅଧ୍ୟକ୍ଷତା କରିବା ସୁଯୋଗ ପାଇଛି। ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିର ପରବର୍ତ୍ତୀ ବୈଠକ ଜୁଲାଇ ୨୧ ରୁ ୩୧ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ | ଏଥିରେ ଅଧ୍ୟକ୍ଷତା କରିବ ଭାରତ। ୟୁନେସ୍କୋର ଭାରତର ସ୍ଥାୟୀ ପ୍ରତିନିଧୀ ବିଶାଲ ଭି ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ବୈଠକ ବର୍ଷକୁ ଥରେ ଆୟୋଜିତ ହୋଇଥାଏ | ଏହି କମିଟି ବିଶ୍ୱ ଐତିହ୍ୟର ସଂରକ୍ଷଣ ଏବଂ [...]
ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ପାଇଁ ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିର ଅଧ୍ୟକ୍ଷତା କରିବା ସୁଯୋଗ ପାଇଛି। ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିର ପରବର୍ତ୍ତୀ ବୈଠକ ଜୁଲାଇ ୨୧ ରୁ ୩୧ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ | ଏଥିରେ ଅଧ୍ୟକ୍ଷତା କରିବ ଭାରତ। ୟୁନେସ୍କୋର ଭାରତର ସ୍ଥାୟୀ ପ୍ରତିନିଧୀ ବିଶାଲ ଭି ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ବୈଠକ ବର୍ଷକୁ ଥରେ ଆୟୋଜିତ ହୋଇଥାଏ | ଏହି କମିଟି ବିଶ୍ୱ ଐତିହ୍ୟର ସଂରକ୍ଷଣ ଏବଂ ଚିହ୍ନଟ ପାଇଁ କାର୍ଯ୍ୟ କରେ |
ୟୁନେସ୍କୋ କ’ଣ?
ୟୁନେସ୍କୋ ଜାତିସଂଘର ୧୯୩ ସଦସ୍ୟ ବିଶିଷ୍ଟ ଏକ ସଂସ୍ଥା | ଏଥିରେ ୧୧ ସହଯୋଗୀ ସଦସ୍ୟ ବି ଅଛନ୍ତି | ୧୬ ନଭେମ୍ବର ୧୯୩୫ରେ ୟୁନେସ୍କୋର ଗଠନ ହୋଇଥିଲା | ଏହାର ମୁଖ୍ୟାଳୟ ଫ୍ରାନ୍ସର ପ୍ୟାରିସରେ ରହିଛି | ଏହାଛଡ଼ା ବିଶ୍ୱବ୍ୟାପୀ ଏହାର ୫୩ଟି ଆଞ୍ଚଳିକ କାର୍ଯ୍ୟାଳୟ ଅଛି | ୟୁନେସ୍କୋ ଅଧୀନରେ ସାରା ବିଶ୍ୱରେ ୪୦ଟି ଆନ୍ତର୍ଜାତୀୟ ଦିବସ ପାଳନ କରାଯାଏ | ୟୁନେସ୍କୋ ବିଶ୍ବର ବହୁ ପୁରାତନ ତଥା ଐତିହାସିକ କୀର୍ତ୍ତିରାଜି ଗୁଡ଼ିକର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରିଥାଏ | ଏହାଛଡ଼ା ବିଶ୍ୱର ୩୩୨ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ ସହିତ ୟୁନେସ୍କୋର ସମ୍ପର୍କ ରହିଛି |
ୟୁନେସ୍କୋର ପ୍ରଥମ ସମ୍ମିଳନୀ ୧୦ ନଭେମ୍ବର ୧୯୪୬ରେ ଅନୁଷ୍ଠିତ ହୋଇଥିଲା | ଏଥିରେ ପ୍ରାୟ ୩୦ଟି ଦେଶ ଅଂଶଗ୍ରହଣ କରିଥିଲେ। ସ୍ୱାଧୀନତା ପରଠାରୁ ଭାରତ ଏହାର ସଦସ୍ୟ ରହିଆସିଛି। ୧୯୫୧ରେ ଭାରତ, ଜାପାନ, ୧୯୫୩ରେ ପଶ୍ଚିମ ଜର୍ମାନୀ ଏବଂ ସ୍ପେନ୍ ଏବଂ ୧୯୫୪ରେ ସୋଭିଏତ୍ ୟୁନିଅନ୍ ମଧ୍ୟ ଏହାର ସଦସ୍ୟ ହୋଇଥିଲେ।
ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ନୟାଗଡ଼ ଏମଭିଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
Next Articleମହଙ୍ଗା ପଡ଼ିବ ଭାରତ ବିରୋଧୀ ଆଭିମୁଖ୍ୟ ! ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିରୋଧୀଙ୍କ ପ୍ରସ୍ତୁତି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
