न्यूज़रूम ओडिशा
ब्रेकिंग
ओडिया समाचार

ମହଙ୍ଗା ପଡ଼ିବ ଭାରତ ବିରୋଧୀ ଆଭିମୁଖ୍ୟ ! ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିରୋଧୀଙ୍କ ପ୍ରସ୍ତୁତି

ମାଲେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ମାଳଦ୍ୱୀପ ପାଇଁ ମହଙ୍ଗା ପଡ଼ିପାରେ। ଭାରତ ପକ୍ଷରୁ ତୀବ୍ର ଆପତ୍ତି ପରେ ମାଲଦ୍ୱୀପ ଏହାର ତିନି ମନ୍ତ୍ରୀ ମାଲଶା ସରିଫ, ମରିୟମ ଶିଉନା ଏବଂ ଅବଦୁଲ୍ଲା ମହଜୁମ ମାଜିଦଙ୍କୁ ନିଲମ୍ବିତ କରିଥିଲା । ତଥାପି ଏହି ବିବାଦ ଥମିବା ଭଳି ଲାଗୁନି । ଭାରତ ଭଳି ବନ୍ଧୁତ୍ବପୂର୍ଣ୍ଣ ସହଯୋଗୀକୁ ଅପମାନିତ କରି ଏବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜ ଦେଶରେ ହିଁ ବିରୋଧର [...]

Admin•9 जनवरी 2024
Share Article:

ମାଲେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ମାଳଦ୍ୱୀପ ପାଇଁ ମହଙ୍ଗା ପଡ଼ିପାରେ। ଭାରତ ପକ୍ଷରୁ ତୀବ୍ର ଆପତ୍ତି ପରେ ମାଲଦ୍ୱୀପ ଏହାର ତିନି ମନ୍ତ୍ରୀ ମାଲଶା ସରିଫ, ମରିୟମ ଶିଉନା ଏବଂ ଅବଦୁଲ୍ଲା ମହଜୁମ ମାଜିଦଙ୍କୁ ନିଲମ୍ବିତ କରିଥିଲା । ତଥାପି ଏହି ବିବାଦ ଥମିବା ଭଳି ଲାଗୁନି । ଭାରତ ଭଳି ବନ୍ଧୁତ୍ବପୂର୍ଣ୍ଣ ସହଯୋଗୀକୁ ଅପମାନିତ କରି ଏବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜ ଦେଶରେ ହିଁ ବିରୋଧର ସମ୍ମୁଖୀନ ହେଉଛନ୍ତି । ମାଳଦ୍ୱୀପର ବିରୋଧୀ ଦଳ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି। ଡେମୋକ୍ରାଟିକ୍ ପାର୍ଟି ଅଫ୍ ମାଲଦ୍ୱୀପର ନେତା ଏପରି ଦାବି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ମାଲଦ୍ୱୀପର ହାଇ କମିଶନରଙ୍କୁ ଡକାଇ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ କହିଥିବାରୁ ଏହି ପ୍ରସଙ୍ଗରେ ଭାରତ କେତେ ଗମ୍ଭୀର ତାହା ଅନୁମେୟ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମୁଇଜୁଙ୍କୁ ହଟାଇବାକୁ ମାଲଦ୍ୱୀପର ସଂଖ୍ୟାଲଘୁ ନେତା ଅଲି ଅଜିମ ଅପିଲ କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଦେଶର ବୈଦେଶିକ ନୀତିର ସ୍ଥିରତା ବଜାୟ ରଖିବା ଏବଂ କୌଣସି ପଡ଼ୋଶୀ ଦେଶ ସହ ସମ୍ପର୍କ ଚ୍ଛିନ୍ନ ନ ହେବା ପାଇଁ ଆମେ ଡେମୋକ୍ରାଟ୍ ମାନେ ପ୍ରତିବଦ୍ଧ।

ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଯୋଗୁଁ ମାଲଦ୍ୱୀପକୁ ବଡ଼ ଝଟକା ଲାଗିଛି। ଭାରତୀୟ ପର୍ଯ୍ୟଟକମାନେ ମାଲଦ୍ୱୀପ ପାଇଁ ସେମାନଙ୍କ ବୁକିଂ ବାତିଲ କରୁଛନ୍ତି। ଏହା ମାଲଦ୍ୱୀପର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରଭାବିତ କରିପାରେ | ମାଳଦ୍ୱୀପର ପର୍ଯ୍ୟଟନ ସଂଗଠନ ମଧ୍ୟ ନିଜ ଦେଶର ସରକାରଙ୍କ ଭାରତ ବିରୋଧୀ ଆଚରଣ ପାଇଁ ଅସନ୍ତୁଷ୍ଟ ଥିବା କୁହାଯାଉଛି। ମାଲଦ୍ୱୀପ ଆସୋସିଏସନ୍ ଅଫ୍ ଟୁରିଜିମ୍ ଇଣ୍ଡଷ୍ଟ୍ରି (ଏମ୍ଏଟିଆଇ) ଏକ ବୟାନ ଜାରି କରି ଭାରତ ବିରୋଧୀ ବିବାଦୀୟ ମନ୍ତବ୍ୟକୁ ନିନ୍ଦା କରିବା ସହ କ୍ଷମା ମଧ୍ୟ ମାଗିଛି।

ମାଲଦ୍ୱୀପ ପର୍ଯ୍ୟଟନ ସଂଘ କହିଛି ଯେ ଭାରତ ଆମର ନିକଟତମ ପଡ଼ୋଶୀ ତଥା ସହଯୋଗୀ। ଯେତେବେଳେ ବି ଆମ ଦେଶ ସଙ୍କଟରେ ପଡ଼ିଥାଏ, ଭାରତରୁ ସର୍ବ ପ୍ରଥମ ସହାୟତା ଆସିଛି | କୋଭିଡ-୧୯ ପରେ ଏହାର ପର୍ଯ୍ୟଟନ କ୍ଷେତ୍ରର ପୁନରୁଦ୍ଧାର କରିବାରେ ମାଳଦ୍ୱୀପକୁ ଭାରତ ବେଶ୍ ସାହାଯ୍ୟ ମଧ୍ୟ କରିଥ‌ିଲା ।

#Odia#Odisha#News
Share Article:

Related Articles