न्यूज़रूम ओडिशा
ब्रेकिंग
ओडिया समाचार

ନିର୍ବାଚନୀ ବଣ୍ଡ୍ ନେଇ ସୁପ୍ରିମକୋର୍ଟରେ ପୁଣି ପିଟିସନ, ମାର୍ଚ୍ଚ ୧, ୨୦୧୮ ରୁ ଏପ୍ରିଲ ୧୧, ୨୦୧୯ ପର୍ଯ୍ୟନ୍ତ ତଥ୍ୟ ସାର୍ବଜନୀନ କରିବାକୁ ଦାବି

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ନେଇ ସୁପ୍ରିମକୋର୍ଟରେ ପୁଣି ଏକ ପିଟିସନ ଦାୟର ହୋଇଛି। ଏଥିରେ ୧ ମାର୍ଚ୍ଚ ୨୦୧୮ ଠାରୁ ୧୧ ଏପ୍ରିଲ ୨୦୧୯ ମଧ୍ୟରେ କିଣାଯାଇଥିବା ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କରିବାକୁ ଦାବି କରାଯାଇଛି । ନିର୍ବାଚନୀ ବଣ୍ଡ୍ ଯୋଜନା ଆରମ୍ଭ ହେବା ପରଠାରୁ ରାଜନୈତିକ ଦଳଗୁଡିକ ପାଇଥିବା ଚାନ୍ଦା ବିଷୟରେ ଭୋଟରମାନେ ଜାଣିବାକୁ ହକଦାର ବୋଲି ଆବେଦନରେ କୁହାଯାଇଛି । ଗତ ମାସରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ କେନ୍ଦ୍ରର ନିର୍ବାଚନୀ ବଣ୍ଡ୍ [...]

Admin•18 मार्च 2024
Share Article:

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ନେଇ ସୁପ୍ରିମକୋର୍ଟରେ ପୁଣି ଏକ ପିଟିସନ ଦାୟର ହୋଇଛି। ଏଥିରେ ୧ ମାର୍ଚ୍ଚ ୨୦୧୮ ଠାରୁ ୧୧ ଏପ୍ରିଲ ୨୦୧୯ ମଧ୍ୟରେ କିଣାଯାଇଥିବା ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କରିବାକୁ ଦାବି କରାଯାଇଛି ।

ନିର୍ବାଚନୀ ବଣ୍ଡ୍ ଯୋଜନା ଆରମ୍ଭ ହେବା ପରଠାରୁ ରାଜନୈତିକ ଦଳଗୁଡିକ ପାଇଥିବା ଚାନ୍ଦା ବିଷୟରେ ଭୋଟରମାନେ ଜାଣିବାକୁ ହକଦାର ବୋଲି ଆବେଦନରେ କୁହାଯାଇଛି ।

ଗତ ମାସରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ କେନ୍ଦ୍ରର ନିର୍ବାଚନୀ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରିଥିଲେ । ଏହି ଯୋଜନା ଅଧୀନରେ ରାଜନୈତିକ ଦଳମାନଙ୍କୁ ଗୋପନରେ ଚାନ୍ଦା ଦିଆଯାଉଥିଲା । ଏହା ବାକ୍ ସ୍ବାଧୀନତା ଓ ସୂଚନା ଅଧିକାରର‌ ଉଲ୍ଲଙ୍ଘନ ବୋଲି କହିଥିଲେ ସୁପ୍ରିମକୋର୍ଟ ।

ଏହି ଯୋଜନା ଅନ୍ତର୍ଗତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)କୁ ୧୨ ଏପ୍ରିଲ ୨୦୧୯ ରୁ ଫେବୃଆରୀ ୧୫, ୨୦୨୪ ପର୍ଯ୍ୟନ୍ତ କିଣାଯାଇଥିବା ବଣ୍ଡର ବିବରଣୀ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ କୋର୍ଟ ନିକଟରେ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ନିର୍ଦ୍ଦେଶ ଅନୁସାରେ ଏସବିଆଇ ଏହି ତଥ୍ୟ ଦେଇଛି, ଯାହା ନିର୍ବାଚନ କମିଶନ ସାର୍ବଜନୀନ କରିଛନ୍ତିି ।

‘ନାଗରିକ ଅଧିକାର ଟ୍ରଷ୍ଟ’ ପକ୍ଷରୁ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ ମାର୍ଚ୍ଚ ୨୦୧୮ ରୁ ଏପ୍ରିଲ ୨୦୧୯ ମଧ୍ୟରେ ୪,୦୦୨ କୋଟି ମୂଲ୍ୟର ବିକ୍ରି ହୋଇଥିବା ୯,୧୫୯ ବଣ୍ଡର ତଥ୍ୟ ମଧ୍ୟ ପ୍ରକାଶ କରାଯିବା ଉଚିତ।

ଏହି ଆବେଦନରେ, ମାର୍ଚ୍ଚ ୧, ୨୦୧୮ ରୁ ଏପ୍ରିଲ ୧୧, ୨୦୧୯ ପର୍ଯ୍ୟନ୍ତ ବିକ୍ରି ଏବଂ ନଗଦୀକରଣ ହୋଇଥିବା ନିର୍ବାଚନୀ ବଣ୍ଡର ସବିଶେଷ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେବା ପାଇଁ ଏସବିଆଇକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି ।

#Odia#Odisha#News
Share Article:

Related Articles