न्यूज़रूम ओडिशा
ब्रेकिंग
ओडिया समाचार

ରେଳ ପ୍ରକଳ୍ପ ବିରୋଧରେ ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ

କେନ୍ଦୁଝର – ପ୍ରସ୍ତାବିତ ରେଳ ପ୍ରକଳ୍ପକୁ ବିରୋଧ କରି କେନ୍ଦୁଝରରେ ଟ୍ରକ ମାଲିକ ସଂଘର ଡାକରାରେ ଆଜି ୨୪ ଘଣ୍ଟିଆ ବନ୍ଦ ପାଳନ ହେଉଛି । କେନ୍ଦୁଝର ଶୁଆକାଟି ସ୍ଥିତ ଓଏମସି ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ସାଇଡିଂ ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପ ବିରୋଧରେ ଏହି ବନ୍ଦ ପାଳନ କରାଯାଉଛି। ରେଳ ପ୍ରକଳ୍ପ ଯୋଗୁଁ ଟ୍ରକ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯିବା ଆଶଙ୍କାରେ ଟ୍ରକ ମାଲିକ ସଂଘ ଆଜି ପୁରା ଜିଲ୍ଲାରେ ବନ୍ଦ ଡାକରା ଦେଇଛି [...]

Admin•18 मार्च 2024
Share Article:

କେନ୍ଦୁଝର – ପ୍ରସ୍ତାବିତ ରେଳ ପ୍ରକଳ୍ପକୁ ବିରୋଧ କରି କେନ୍ଦୁଝରରେ ଟ୍ରକ ମାଲିକ ସଂଘର ଡାକରାରେ ଆଜି ୨୪ ଘଣ୍ଟିଆ ବନ୍ଦ ପାଳନ ହେଉଛି । କେନ୍ଦୁଝର ଶୁଆକାଟି ସ୍ଥିତ ଓଏମସି ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ସାଇଡିଂ ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପ ବିରୋଧରେ ଏହି ବନ୍ଦ ପାଳନ କରାଯାଉଛି। ରେଳ ପ୍ରକଳ୍ପ ଯୋଗୁଁ ଟ୍ରକ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯିବା ଆଶଙ୍କାରେ ଟ୍ରକ ମାଲିକ ସଂଘ ଆଜି ପୁରା ଜିଲ୍ଲାରେ ବନ୍ଦ ଡାକରା ଦେଇଛି । ବନ୍ଦ ପାଳନକୁ ଅନେକ ସଙ୍ଗଠନ ସମର୍ଥନ କରିଛନ୍ତି। ସହରରେ ଦୋକନ ବଜାର ବନ୍ଦ ରହିବା ସହ ବସ୍ ଚଳାଚଳ ଠପ ହୋଇଛି। ଟ୍ରକ, ବସ , ଟ୍ରେନ ସହ ସରକାରୀ, ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ହୋଇଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ, ପରୀକ୍ଷା ଦେବାକୁ ଯାଉଥିବା ପିଲାଙ୍କ ସହ ମେଡ଼ିକାଲକୁ ଯାଉଥିବା ରୋଗୀଙ୍କୁ ଏହି ବନ୍ଦରୁ ବାଦ ଦିଆଯାଇଛି ।

#Odia#Odisha#News
Share Article:

Related Articles