न्यूज़रूम ओडिशा
ब्रेकिंग
ओडिया समाचार

ଏମଡିଏଚ୍-ଏଭରେଷ୍ଟ ମସଲା ବିବାଦ: ଦେଶରେ ବିକ୍ରି ହେଉଥିବା ସମସ୍ତ ମସଲା ଗୁଣ୍ଡର ମାନ ଯାଞ୍ଚ୍ କରାଯିବ

ନୂଆଦିଲ୍ଲୀ: ହଂକଂ ଓ ସିଙ୍ଗାପୁରରେ ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ୍ ଓ ଏଭରେଷ୍ଟର କିଛି ଉତ୍ପାଦ ଉପରେ କଟକଣା ଲଗାଯିବା ପରେ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ଦେଶରେ ବିକ୍ରି ହେଉଥିବା ସମସ୍ତ ମସଲା ଗୁଣ୍ଡର ମାନ ଯାଞ୍ଚ୍ କରିବାକୁ ନିଷ୍ପତ୍ତି ନେଇଛି | କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନରେ ଆସୁଥିବା ଏଫ୍ଏସ୍ଏସ୍ଏଆଇ ସମସ୍ତ ମସଲାର ନମୁନା ସଂଗ୍ରହ କରି ଯାଞ୍ଚ କରିବ । ନିକଟରେ ଏଭରେଷ୍ଟ ଏବଂ [...]

Admin•23 अप्रैल 2024
Share Article:

ନୂଆଦିଲ୍ଲୀ: ହଂକଂ ଓ ସିଙ୍ଗାପୁରରେ ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ୍ ଓ ଏଭରେଷ୍ଟର କିଛି ଉତ୍ପାଦ ଉପରେ କଟକଣା ଲଗାଯିବା ପରେ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ଦେଶରେ ବିକ୍ରି ହେଉଥିବା ସମସ୍ତ ମସଲା ଗୁଣ୍ଡର ମାନ ଯାଞ୍ଚ୍ କରିବାକୁ ନିଷ୍ପତ୍ତି ନେଇଛି | କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନରେ ଆସୁଥିବା ଏଫ୍ଏସ୍ଏସ୍ଏଆଇ ସମସ୍ତ ମସଲାର ନମୁନା ସଂଗ୍ରହ କରି ଯାଞ୍ଚ କରିବ । ନିକଟରେ ଏଭରେଷ୍ଟ ଏବଂ ଏମଡିଏଚ୍ ମସଲାରେ କୀଟନାଶକ ମିଳିବା ଯୋଗୁଁ ଏହି ପଦକ୍ଷେପ ନିଆଯାଇଛି | ସିଙ୍ଗାପୁରର ଫୁଡ୍ ଏଜେନ୍ସି ଏଭରେଷ୍ଟ ମାସାଲାର ଫିସ୍ କରୀ ମସାଲାରେ ଏଥିଲିନ ଅକ୍ସାଇଡ୍ ନାମକ କୀଟନାଶକ ମିଳିଥିବା ଦାବି କରିଥିଲା । ଏହା ପରେ ସିଙ୍ଗାପୁରରେ କମ୍ପାନୀର ମସଲା ବ୍ୟାନ୍ କରାଯାଇଥିଲା।

ଏଫ୍ଏସ୍ଏସ୍ଏଆଇ ସମସ୍ତ ରାଜ୍ୟର ଫୁଡ୍ କମିଶନରଙ୍କୁ ମସଲା କମ୍ପାନୀ ଗୁଡ଼ିକର ଉତ୍ପାଦନ ୟୁନିଟରୁ ନମୁନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛି। କୀଟନାଶକ ଏଥିଲିନ ଅକ୍ସାଇଡ ପରୀକ୍ଷା କରିବାକୁ ସକ୍ଷମ ଏକ ଲ୍ୟାବକୁ ଏଗୁଡ଼ିକୁ ପଠାଯିବ | ଯାଞ୍ଚ୍ ପ୍ରକ୍ରିୟା ଅତିକମରେ ୨୦ ଦିନ ଲାଗିବ । ଯଦି ଯାଞ୍ଚରୁ କୀଟନାଶକ ମିଳିବା ଅଭିଯୋଗ ନିଶ୍ଚିତ ହୁଏ, ତେବେ ଏହି ମସଲା କମ୍ପାନୀ ଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡ଼ା ଏଫ୍ଏସ୍ଏସ୍ଏଆଇ ସ୍ପାଇସ୍ ବୋର୍ଡ ଅଫ୍ ଇଣ୍ଡିଆକୁ ମଧ୍ୟ ସତର୍କ କରାଇଛି |

ହଂକଂର ସେଣ୍ଟର ଫର୍ ଫୁଡ୍ ସେଫ୍ଟି ଭାରତୀୟ ମସଲା ବ୍ରାଣ୍ଡ ‘ଏମଡିଏଚ୍’ର ତିନି ଏବଂ ‘ଏଭରେଷ୍ଟ’ର ଗୋଟିଏ ମସଲା ପ୍ରଡକ୍ଟ ଉପରେ କଟକଣା ଲଗାଇଥିଲା | ‘ଏମଡିଏଚ୍’ ଗ୍ରୁପର ମାଡ୍ରାସ କରୀ ପାଉଡର, ସାମ୍ବର ମସାଲା ପାଉଡର ଏବଂ କରୀ ପାଉଡର ମିକ୍ସ ମସାଲା ପାଉଡର ବ୍ୟାନ୍ କରାଯାଇଥିଲା | ଏହା ପରେ ଗତ ସପ୍ତାହରେ ସିଙ୍ଗାପୁର ଫୁଡ୍ ଏଜେନ୍ସି ମଧ୍ୟ ଏଭରେଷ୍ଟର ଫିସ୍ କରୀ ମସାଲା ପାଉଡରକୁ ବ୍ୟାନ୍ କରିଥିଲା। ଗ୍ରାହକ ମାନଙ୍କୁ ଏହି ମସଲା ବ୍ୟବହାର ନ କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଥିଲା।

#Odia#Odisha#News
Share Article:

Related Articles