न्यूज़रूम ओडिशा
ब्रेकिंग
ओडिया समाचार

ତିହାରରେ କେଜ୍ରିୱାଲଙ୍କୁ ଇନସୁଲିନ ଦିଆଗଲା

ନୂଆଦିଲ୍ଲୀ: ବ୍ଲଡ୍ ସୁଗାର ସ୍ତର ବୃଦ୍ଧି ପରେ ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇନସୁଲିନ୍ ଦିଆଯାଇଛି। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ର ଡାକ୍ତରଙ୍କ ପରାମର୍ଶ କ୍ରମେ କେଜ୍ରିୱାଲଙ୍କୁ ସୋମବାର ସନ୍ଧ୍ୟାରେ ଦୁଇ ଡୋଜ୍ ଇନସୁଲିନ୍ ଦିଆଯାଇଥିଲା ବୋଲି ତିହାରର ଜଣେ ଅଧିକାରୀ କହିଛନ୍ତି। ସନ୍ଧ୍ୟା ପ୍ରାୟ ୭ଟା ବେଳେ ତାଙ୍କ ବ୍ଲଡ୍ ସୁଗାର ସ୍ତର ୨୧୭ ଥିଲା ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା। ଏହା ପରେ ତିହାରରେ କେଜ୍ରିୱାଲଙ୍କ ଦାୟିତ୍ୱରେ ଥିବା [...]

Admin•23 अप्रैल 2024
Share Article:

ନୂଆଦିଲ୍ଲୀ: ବ୍ଲଡ୍ ସୁଗାର ସ୍ତର ବୃଦ୍ଧି ପରେ ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇନସୁଲିନ୍ ଦିଆଯାଇଛି। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ର ଡାକ୍ତରଙ୍କ ପରାମର୍ଶ କ୍ରମେ କେଜ୍ରିୱାଲଙ୍କୁ ସୋମବାର ସନ୍ଧ୍ୟାରେ ଦୁଇ ଡୋଜ୍ ଇନସୁଲିନ୍ ଦିଆଯାଇଥିଲା ବୋଲି ତିହାରର ଜଣେ ଅଧିକାରୀ କହିଛନ୍ତି।

ସନ୍ଧ୍ୟା ପ୍ରାୟ ୭ଟା ବେଳେ ତାଙ୍କ ବ୍ଲଡ୍ ସୁଗାର ସ୍ତର ୨୧୭ ଥିଲା ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା। ଏହା ପରେ ତିହାରରେ କେଜ୍ରିୱାଲଙ୍କ ଦାୟିତ୍ୱରେ ଥିବା ଡାକ୍ତରମାନେ ତାଙ୍କୁ ଇନସୁଲିନ୍ ଦେବାକୁ ନିଷ୍ପତ୍ତି ନେଇଥିଲେ।

କେଜ୍ରିୱାଲଙ୍କ ବ୍ଲଡ୍ ସୁଗାର ଏକ ନିର୍ଦ୍ଦିଷ୍ଟ ସ୍ତରରୁ ଅଧିକ ହେଲେ ତାଙ୍କୁ ଇନସୁଲିନ୍ ଦିଆଯାଇପାରେ ବୋଲି ଏପ୍ରିଲ୍ ୨୦ରେ ଏକ ଭିଡିଓ କନଫରେନ୍ସିଂ ଜରିଆରେ ଏମ୍ସ ବିଶେଷଜ୍ଞମାନେ ତିହାର ଜେଲର ଡ଼ାକ୍ତରଙ୍କୁ ପରାମର୍ଶ ଦେଇଥିଲେ।

ଇତିମଧ୍ୟରେ ଆମ ଆଦମୀ ପାର୍ଟି (ଆପ୍) ଦାବି କରିଛି ଯେ ତିହାରରେ କେଜ୍ରିୱାଲଙ୍କ ବ୍ଲଡ୍ ସୁଗାର ସ୍ତର ୩୨୦ ଅତିକ୍ରମ କରିଛି। କେଜ୍ରିୱାଲଙ୍କୁ ପ୍ରଥମ ଥର ପାଇଁ ଜେଲରେ ଇନସୁଲିନ୍ ଦିଆଯାଇଛି ଯଦିଓ ତାଙ୍କ ବ୍ଲଡ୍ ସୁଗାର ଗତ କିଛି ଦିନ ଧରି ବଢ଼ି ଚାଲିଥିଲା ।

#Odia#Odisha#News
Share Article:

Related Articles