न्यूज़रूम ओडिशा
ब्रेकिंग
ओडिया समाचार

ରାଜକୋଟରେ ଯଶସ୍ବୀଙ୍କ ଡବଲ ଧମାକା, ଇଂଲଣ୍ଡକୁ ୫୫୭ ରନର ବିଶାଳ ଟାର୍ଗେଟ୍

ରାଜକୋଟ୍: ଯଶସ୍ବୀ ଜୈସୱାଲଙ୍କ ଲଗାତାର ଦ୍ବିତୀୟ ଦ୍ୱିଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ୫୫୭ ରନ୍‌ର ବିଶାଳ ଲକ୍ଷ୍ୟ ଦେଇଛି। ପ୍ରଥମ ଇନିଂସ ଭିତ୍ତିରେ ୧୨୬ ରନର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ୱିତୀୟ ଇନିଂସରେ ୪୩୦/୪ ରନ୍ ସ୍କୋରରେ ପାଳି ଘୋଷଣା କରିଛି। ତୃତୀୟ ଦିବସରେ ୧୦୪ ରନ୍ କରି ରିଟାୟର ହର୍ଟ ହୋଇ ପ୍ୟାଭିଲିୟନ ଲେଉଟିଥିବା ଯଶସ୍ବୀ ଆଜି ଚତୁର୍ଥ ଦିନରେ କ୍ରିଜକୁ ଫେରି ଦ୍ୱିଶତକ ପୂରଣ କରିଥିଲେ। ଯଶସ୍ବୀ [...]

Admin•18 फ़रवरी 2024
Share Article:

ରାଜକୋଟ୍: ଯଶସ୍ବୀ ଜୈସୱାଲଙ୍କ ଲଗାତାର ଦ୍ବିତୀୟ ଦ୍ୱିଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ୫୫୭ ରନ୍‌ର ବିଶାଳ ଲକ୍ଷ୍ୟ ଦେଇଛି। ପ୍ରଥମ ଇନିଂସ ଭିତ୍ତିରେ ୧୨୬ ରନର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ୱିତୀୟ ଇନିଂସରେ ୪୩୦/୪ ରନ୍ ସ୍କୋରରେ ପାଳି ଘୋଷଣା କରିଛି। ତୃତୀୟ ଦିବସରେ ୧୦୪ ରନ୍ କରି ରିଟାୟର ହର୍ଟ ହୋଇ ପ୍ୟାଭିଲିୟନ ଲେଉଟିଥିବା ଯଶସ୍ବୀ ଆଜି ଚତୁର୍ଥ ଦିନରେ କ୍ରିଜକୁ ଫେରି ଦ୍ୱିଶତକ ପୂରଣ କରିଥିଲେ। ଯଶସ୍ବୀ ଅପରାଜିତ ୨୧୪ ରନର ଚିତ୍ତାକର୍ଷକ ପାଳି ଖେଳିଥିଲେ। ତାଙ୍କର ଏହି ଚମତ୍କାର ଇନିଂସରେ ୧୪ଟି ଚୌକା ଓ ୧୨ଟି ଛକା ସାମିଲ ଥିଲା । ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ଏହି ଯୁବ ଭାରତୀୟ ବ୍ୟାଟର ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ୍ ଆକ୍ରମଙ୍କ ସମକକ୍ଷ ହୋଇଛନ୍ତି। ଯଶସ୍ବୀଙ୍କ ଏହା କ୍ରମାଗତ ଦ୍ବିତୀୟ ଦ୍ୱିଶତକ। ସେ ବିଶାଖାପଟନମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମଧ୍ୟ ୨୦୭ ରନ୍ କରିଥିଲେ ।

ଶୁଭମାନ ଗିଲ୍ ଦୁର୍ଭାଗ୍ୟଜନକ ଭାବେ ଶତକରୁ ବଞ୍ଚିତ ହୋଇଥିଲେ । ଗିଲ୍ ୯୧ ରନର ବ୍ୟକ୍ତିଗତ ସ୍କୋରରେ ରନ୍ ଆଉଟ୍ ହୋଇଥିଲେ। ଡେବୁଟାଣ୍ଟ ସରଫରାଜ ଖାନ କ୍ରମାଗତ ଦ୍ବିତୀୟ ଅର୍ଦ୍ଧଶତକ ହାସଲ କରି ପୁଣି ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ। ପ୍ରଥମ ଇନିଂସରେ ୬୨ ରନ୍ କରିଥିବା ସରଫରାଜ ଦ୍ବିତୀୟ ଇନିଂସରେ ଅପରାଜିତ ୬୮ ରନ୍‌ କରିଥିଲେ । ନାଇଟ୍ ଓ୍ବାଚମ୍ୟାନ୍ କୁଲଦୀପ ଯାଦବ ୨୭ ରନର ଯୋଗଦାନ କରିଥିଲେ ।

ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ବିଶାଳ ଟାର୍ଗେଟ୍ ଦେଇ ଭାରତ ସିରିଜରେ ୨-୧ ଅଗ୍ରଣୀ ହାସଲ କରିବା ପାଇଁ ସୁଯୋଗ ସୃଷ୍ଟି କରିଛି। ଭାରତ ପାଇଁ ଆଉ ଏକ ଭଲ ଖବର ହେଉଛି ଷ୍ଟାର ସ୍ପିନର ଅଶ୍ବିନ ଦଳ ସହ ଯୋଗ ଦେଇଛନ୍ତି । ଦ୍ବିତୀୟ ଦିନର ଖେଳ ଶେଷ ପରେ ତାଙ୍କ ମା’ଙ୍କ ଅସୁସ୍ଥତା ଯୋଗୁଁ ଅଶ୍ଵିନ ଚେନ୍ନାଇ ଯାଇଥିଲେ ।

#Odia#Odisha#News
Share Article:

Related Articles