न्यूज़रूम ओडिशा
ब्रेकिंग
ओडिया समाचार

ଧରାକୋଟ: ସ୍ତ୍ରୀ କାଟିଦେଲା ସ୍ୱାମୀର ବେକ

ଭଞ୍ଜନଗର: ପାରିବାରିକ କଳହର ବିଷମ ପରିଣତି। ସ୍ତ୍ରୀ ହିଁ ମରଣାନ୍ତକ ଆକ୍ରମଣ କରି ସ୍ବାମୀଙ୍କ ଜୀବନ ନେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ବରିଗୁଡା ଗ୍ରାମରେ ଏଭଳି ଏକ ଘଟଣା କାଲି ରାତିରେ ଘଟିଛି। ପତ୍ନୀଙ୍କ ଆକ୍ରମଣରେ ସେହି ଗ୍ରାମର ୪୫ ବର୍ଷୀୟ ରୋହିତ ପାତ୍ର ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ବେକ ଓ ପିଠିକୁ ସ୍ତ୍ରୀ କସ୍ତୁରୀ ପାତ୍ର ଧାରୁଆ ଛୁରୀରେ ଗମ୍ଭୀର [...]

Admin•18 फ़रवरी 2024
Share Article:

ଭଞ୍ଜନଗର: ପାରିବାରିକ କଳହର ବିଷମ ପରିଣତି। ସ୍ତ୍ରୀ ହିଁ ମରଣାନ୍ତକ ଆକ୍ରମଣ କରି ସ୍ବାମୀଙ୍କ ଜୀବନ ନେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ବରିଗୁଡା ଗ୍ରାମରେ ଏଭଳି ଏକ ଘଟଣା କାଲି ରାତିରେ ଘଟିଛି। ପତ୍ନୀଙ୍କ ଆକ୍ରମଣରେ ସେହି ଗ୍ରାମର ୪୫ ବର୍ଷୀୟ ରୋହିତ ପାତ୍ର ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ବେକ ଓ ପିଠିକୁ ସ୍ତ୍ରୀ କସ୍ତୁରୀ ପାତ୍ର ଧାରୁଆ ଛୁରୀରେ ଗମ୍ଭୀର ଆଘାତ କରିଥିବା ଅଭିଯୋଗ ହୋଇଛି।

ପୋଲିସ ସୂଚନା ମୁତାବକ ବରିଗୁଡା ଗ୍ରାମର ରୋହିତ ପାତ୍ର ମଦ ପିଇ ନିଜ ସ୍ତ୍ରୀଙ୍କୁ ମାରପିଟ କରୁଥିଲା। ଶନିବାର ରାତିରେ କୌଣସି କଥାକୁ ନେଇ ସ୍ୱାମୀ- ସ୍ତ୍ରୀ କଥା କଥାକଟି ହୋଇଥିଲା। ଉତକ୍ଷିପ୍ତ କସ୍ତୁରୀ ଏକ ଧାରୁଆ ଛୁରୀରେ ସ୍ଵାମୀଙ୍କ ବେକ ଓ ପିଠିକୁ ଆକ୍ରମଣ କରିଥିଲା। ରୋହିତ ଗୁରୁତର ଅବସ୍ଥାରେ ପଡି ରହିଥବା ବେଳେ ତାଙ୍କୁ ଗାଁ ଲୋକେ ଆସିକା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆଜି ସକାଳେ ଧରାକୋଟ ଥାନା ପୋଲିସ ଗାଁରେ ଅଧିକ ତଦନ୍ତ କରୁଛି।

#Odia#Odisha#News
Share Article:

Related Articles