न्यूज़रूम ओडिशा
ब्रेकिंग
ओडिया समाचार

ପୁଣି ଇଣ୍ଡିଗୋ ଫ୍ଲାଇଟରେ ବୋମା ଆତଙ୍କ, ମୁମ୍ବାଇରେ ଜରୁରୀ ଅବତରଣ

ମୁମ୍ବାଇ: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ଗୁଜବ ପରେ ଏହି ଫ୍ଲାଇଟ୍ ଶନିବାର ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ଏହି ଫ୍ଲାଇଟରେ ୧୭୨ ଜଣ ଯାତ୍ରୀ ଥିଲେ। ବିମାନରେ ସମ୍ପ୍ରତି ତଲାସି ଚାଲିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିମାନ ନମ୍ବର ୬ଇ-୫୩୧୪ ଆଜି ସକାଳ ପ୍ରାୟ ୬.୫୦ ସମୟରେ ଚେନ୍ନାଇରୁ ଉଡ଼ାଣ ଭରିଥିଲା। ମୁମ୍ବାଇ ଯିବାବେଳେ ଏଥିରେ ଏକ ରିମୋଟ୍ ମିଳିଥିଲା | ପାଇଲଟ୍ ଏନେଇ ମୁମ୍ବାଇ ଏୟାର [...]

Admin•1 जून 2024
Share Article:

ମୁମ୍ବାଇ: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ଗୁଜବ ପରେ ଏହି ଫ୍ଲାଇଟ୍ ଶନିବାର ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ଏହି ଫ୍ଲାଇଟରେ ୧୭୨ ଜଣ ଯାତ୍ରୀ ଥିଲେ। ବିମାନରେ ସମ୍ପ୍ରତି ତଲାସି ଚାଲିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିମାନ ନମ୍ବର ୬ଇ-୫୩୧୪ ଆଜି ସକାଳ ପ୍ରାୟ ୬.୫୦ ସମୟରେ ଚେନ୍ନାଇରୁ ଉଡ଼ାଣ ଭରିଥିଲା। ମୁମ୍ବାଇ ଯିବାବେଳେ ଏଥିରେ ଏକ ରିମୋଟ୍ ମିଳିଥିଲା | ପାଇଲଟ୍ ଏନେଇ ମୁମ୍ବାଇ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସୂଚନା ଦେଇ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ।

ଏହି ବିମାନ ସକାଳ ୮.୪୫ ରେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଥିଲା। ଅଗ୍ନିଶମ ବାହିନୀ ସହ ଆମ୍ବୁଲାନ୍ସକୁ ଷ୍ଟାଣ୍ଡବାଇ ରଖାଯାଇଥିଲା। ବୋମା ଆତଙ୍କ ମଧ୍ୟରେ ବିମାନଟି ଏକ ନିଛାଟିଆ ସ୍ଥାନକୁ ନିଆଯାଇଥିଲା ଓ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା।

ଇଣ୍ଡିଗୋ ଏକ ବିବୃତ୍ତିରେ କହିଛି ଯେ ସମସ୍ତ ଯାତ୍ରୀ ବିମାନରୁ ସୁରକ୍ଷିତ ଓହ୍ଲାଇଛନ୍ତି। ବୋମା ଗୁଜବର ତଦନ୍ତ ଜାରି ରହିଛି। ସୁରକ୍ଷା ଯାଞ୍ଚ ଶେଷ ହେବା ପରେ ବିମାନକୁ ଟର୍ମିନାଲ୍ ଅଞ୍ଚଳକୁ ଫେରାଇ ନିଆଯିବ।

ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଇଣ୍ଡିଗୋ ଫ୍ଲାଇଟରେ ଏଭଳି ବୋମା ଗୁଜବ ସୃଷ୍ଟି ହୋଇଛି | ମେ ୨୮ରେ ଦିଲ୍ଲୀରୁ ବାରାଣସୀ ଅଭିମୁଖେ ଯାଉଥିବା ୬ଇ-୨୨୧୧ ବିମାନରେ ମଧ୍ୟ ଏଭଳି ବୋମା ଗୁଜବ ପ୍ରଚାରିତ ହୋଇଥିଲା । କିନ୍ତୁ ତଲାସି ପରେ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା।

#Odia#Odisha#News
Share Article:

Related Articles