न्यूज़रूम ओडिशा
ब्रेकिंग
ओडिया समाचार

ପ୍ରଚାର ବେଳେ କହ୍ନେୟା କୁମାରଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ପ୍ରଚାର ବେଳେ କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ଆକ୍ରମଣ ହୋଇଛି । ଦିଲ୍ଲୀର ଉସମାନପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ନିଜ ସମର୍ଥକଙ୍କ ସହ କହ୍ନେୟା ଶୁକ୍ରବାର ଏଠାରେ ପ୍ରଚାର କରୁଥିବା ବେଳେ ଜଣେ ଯୁବକ କହ୍ନେୟା କୁମାରଙ୍କୁ ଫୁଲମାଳ ପିନ୍ଧାଇବା ବାହାନାରେ ତାଙ୍କୁ ଚାପୁଡ଼ା ମାରିଥିଲେ । କହ୍ନେୟା ଉତ୍ତର ପୂର୍ବ ଦିଲ୍ଲୀ ଆସନରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ଆମ୍ ଆଦମୀ ପାର୍ଟି (ଆପ୍) ମହିଳା କାଉନସିଲର ଛାୟା ଶର୍ମାଙ୍କ ସହ [...]

Admin•18 मई 2024
Share Article:

ନୂଆଦିଲ୍ଲୀ: ପ୍ରଚାର ବେଳେ କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ଆକ୍ରମଣ ହୋଇଛି । ଦିଲ୍ଲୀର ଉସମାନପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ନିଜ ସମର୍ଥକଙ୍କ ସହ କହ୍ନେୟା ଶୁକ୍ରବାର ଏଠାରେ ପ୍ରଚାର କରୁଥିବା ବେଳେ ଜଣେ ଯୁବକ କହ୍ନେୟା କୁମାରଙ୍କୁ ଫୁଲମାଳ ପିନ୍ଧାଇବା ବାହାନାରେ ତାଙ୍କୁ ଚାପୁଡ଼ା ମାରିଥିଲେ । କହ୍ନେୟା ଉତ୍ତର ପୂର୍ବ ଦିଲ୍ଲୀ ଆସନରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି।

ଆମ୍ ଆଦମୀ ପାର୍ଟି (ଆପ୍) ମହିଳା କାଉନସିଲର ଛାୟା ଶର୍ମାଙ୍କ ସହ ମଧ୍ୟ ଦୁର୍ବବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । କହ୍ନେୟା କୁମାରଙ୍କୁ ଚାପୁଡ଼ା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବକ କହ୍ନେୟା କୁମାରଙ୍କ ନିକଟକୁ ଆସି ପ୍ରଥମେ ତାଙ୍କୁ ଏକ ବଡ଼ ଫୁଲମାଳ ପିନ୍ଧାଇଥିଲେ ଏବଂ ପରେ ହଠାତ୍ ତାଙ୍କୁ ଚାପୁଡ଼ା ମାରିବା ସହ କହ୍ନେୟା କୁମାରଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ପରେ କହ୍ନେୟା କୁମାରଙ୍କ ସମର୍ଥକମାନେ ଅଭିଯୁକ୍ତ ଯୁବକକୁ କାବୁ କରି ତାଙ୍କୁ ପିଟୁଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି।

ତାଙ୍କ ଉପରେ ଆକ୍ରମଣ ପାଇଁ କହ୍ନେୟା କୁମାର ତାଙ୍କ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ତଥା ବିଜେପି ସାଂସଦ ମନୋଜ ତିୱାରୀଙ୍କୁ ଦାୟୀ କରିଛନ୍ତି।

କହ୍ନେୟା କୁମାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, କହ୍ନେୟାଙ୍କୁ ପ୍ରବଳ ଜନସମର୍ଥନ ଦେଖି ମନୋଜ ତିୱାରୀ ଛାନିଆ ହୋଇଯାଇଛନ୍ତି। ତେଣୁ ସେ ତାଙ୍କ ଗୁଣ୍ଡା ପଠାଇ କହ୍ନେୟାଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି । ଜନସାଧାରଣ ଏହି ହିଂସାର ଜବାବ ମେ ୨୫ରେ ଭୋଟ୍ ଜରିଆରେ ଦେବେ ।

#Odia#Odisha#News
Share Article:

Related Articles