ଭାରତରେ ରହିଛି ଏପରି ଏକ ମନ୍ଦିର, ଯେଉଁଠି ସୂର୍ଯ୍ୟଙ୍କ କିରଣ ପଡିଲେ ନଇଁଯାଏ ମନ୍ଦିର
ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ମନ୍ଦିରଗୁଡ଼ିକର ବିଶେଷ ଗୁରୁତ୍ୱ ରହିଛି । ଦେଶରେ ସୂର୍ଯ୍ୟ ଭଗବାନଙ୍କୁ ଉତ୍ସର୍ଗୀକୃତ ଅନେକ ରହସ୍ୟମୟ ମନ୍ଦିର ଅଛି । ବିଶ୍ୱାସ କରାଯାଏ କଳିଯୁଗରେ ସୂର୍ଯ୍ୟ ଭଗବାନ ହେଉଛନ୍ତି ଏକମାତ୍ର ଭଗବାନ ଯିଏ ଏକ ଦୃଶ୍ୟମାନ ଭଗବାନ ଭାବରେ ପରିଗଣିତ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ରାଶି ଗ୍ରହଗୁଡିକ ଶାନ୍ତ ହୁଏ। କିନ୍ତୁ ଜାଣନ୍ତି କି ଏପର ଏକ ମନ୍ଦିର ରହିଛି ଯେଉଁଠି ସୂର୍ଯ୍ୟ [...]
ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ମନ୍ଦିରଗୁଡ଼ିକର ବିଶେଷ ଗୁରୁତ୍ୱ ରହିଛି । ଦେଶରେ ସୂର୍ଯ୍ୟ ଭଗବାନଙ୍କୁ ଉତ୍ସର୍ଗୀକୃତ ଅନେକ ରହସ୍ୟମୟ ମନ୍ଦିର ଅଛି । ବିଶ୍ୱାସ କରାଯାଏ କଳିଯୁଗରେ ସୂର୍ଯ୍ୟ ଭଗବାନ ହେଉଛନ୍ତି ଏକମାତ୍ର ଭଗବାନ ଯିଏ ଏକ ଦୃଶ୍ୟମାନ ଭଗବାନ ଭାବରେ ପରିଗଣିତ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ରାଶି ଗ୍ରହଗୁଡିକ ଶାନ୍ତ ହୁଏ।
କିନ୍ତୁ ଜାଣନ୍ତି କି ଏପର ଏକ ମନ୍ଦିର ରହିଛି ଯେଉଁଠି ସୂର୍ଯ୍ୟ କିରଣ ପଡିଲେ ମନ୍ଦିର ସ୍ୱୟଂଚାଳିତ ଭାବେ ବଙ୍କା ହୋଇଯାଏ ।
ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା , କିନ୍ତୁ ଏପରି ଏକ ମନ୍ଦିର ଉତ୍ତରାଖଣ୍ଡର ପିଥୋରାଗଡରେ ରହିଛି । ମନ୍ଦିରଟି ଗ୍ରାନାଇଟ୍ ପଥରରେ ନିର୍ମିତ । ଏହି ମନ୍ଦିରକୁ ବାହ୍ୟରୁ ଦେଖିଲେ ଏହା ପୂର୍ବ ଆଡକୁ ଢଳି ରହିଛି । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ମନ୍ଦିରଟି ଦଶମ ଶତାବ୍ଦୀରେ ନିର୍ମିତ ହୋଇଥିଲା।
କୁହାଯାଏ କି ମନ୍ଦିରଟି ଅନେକ ବର୍ଷ ଧରି ସିଧା ଥିଲା । କିନ୍ତୁ କିଛି ବିଗତ କିଛି ବର୍ଷରୁ ଏହା ପୂର୍ବ ଆଡକୁ ଢଳି ରହିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ ।
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
