न्यूज़रूम ओडिशा
ब्रेकिंग
ओडिया समाचार

ଇଡି ସମନ ଏଡ଼ାଇବା ଅଭିଯୋଗ, ଆଜି କୋର୍ଟରେ ହାଜର ହୋଇପାରନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନ ଏଡ଼ାଇବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଏଠାରେ ଏକ କୋର୍ଟରେ ହାଜର ହେବେ। ଦିଲ୍ଲୀ ଅବକାରୀ ନୀତି (ବର୍ତ୍ତମାନ ପ୍ରତ୍ୟାହୃତ) ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଇଡି ପାଞ୍ଚ ଥର ସମନ ଜାରି କରିଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ଏହାପରେ ଇଡି ତାଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଦାଖଲ କରିଥିଲା । ଫେବୃଆରୀ ୭ରେ ଇଡି ପିଟିସନର ଶୁଣାଣି କରି [...]

Admin•17 फ़रवरी 2024
Share Article:

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନ ଏଡ଼ାଇବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଏଠାରେ ଏକ କୋର୍ଟରେ ହାଜର ହେବେ। ଦିଲ୍ଲୀ ଅବକାରୀ ନୀତି (ବର୍ତ୍ତମାନ ପ୍ରତ୍ୟାହୃତ) ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଇଡି ପାଞ୍ଚ ଥର ସମନ ଜାରି କରିଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ଏହାପରେ ଇଡି ତାଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଦାଖଲ କରିଥିଲା ।

ଫେବୃଆରୀ ୭ରେ ଇଡି ପିଟିସନର ଶୁଣାଣି କରି କୋର୍ଟ କେଜ୍ରିୱାଲଙ୍କୁ ଫେବୃଆରୀ ୧୭ରେ ହାଜର ହେବାକୁ କହିଥିଲେ।

ଇଡି ନିଜ ଅଭିଯୋଗରେ କହିଥିଲା ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜାଣିଶୁଣି ସମନ ଏଡାଇବାକୁ ଚାହୁଁଛନ୍ତି ଓ “ଅଯୌକ୍ତିକ ବାହାନା” କରୁଛନ୍ତି। ଏଜେନ୍ସି କହିଥିଲା ଯଦି ତାଙ୍କ ପରି ଜଣେ ଉଚ୍ଚ ପଦାଧିକାରୀ ସରକାରୀ ନିୟମକୁ ଅବମାନନା କରନ୍ତି, ତେବେ ଏହା ସାଧାରଣ ଲୋକଙ୍କ ପାଇଁ ଏକ ଖରାପ ଉଦାହରଣ ସୃଷ୍ଟି କରିବ।

ତାଙ୍କୁ ଦିଆଯାଇଥିବା ସମନକୁ “ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ” ବୋଲି କହି ଆପ୍ ଆବାହକ ଇଡିକୁ ଚିଠି ଲେଖିଥିଲେ। ତାଙ୍କୁ ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ କେନ୍ଦ୍ରର ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଥିଲେ ।

#Odia#Odisha#News
Share Article:

Related Articles