न्यूज़रूम ओडिशा
ब्रेकिंग
ओडिया समाचार

ଇଡି ସମନ ଏଡ଼ାଇବା ମାମଲା, କୋର୍ଟରେ ହାଜର ହେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଦ୍ବାରା ଜାରି ପାଞ୍ଚଟି ସମନ ଏଡ଼ାଇବା ନେଇ ଅରବିନ୍ଦ କେଜ୍ରିୱାଲ ଆଜି ରାଉଜ୍ ଆଭେନ୍ୟୁ କୋର୍ଟରେ ଭିସି ଜରିଆରେ ହାଜର ହୋଇଛନ୍ତି । ତେବେ କୋର୍ଟ ତାଙ୍କୁ ମାର୍ଚ୍ଚ ୧୬ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଛନ୍ତି । ତାଙ୍କୁ ବ୍ୟକ୍ତିଗତ ହାଜିରାରୁ ଛାଡ଼ ଦେବାକୁ କେଜ୍ରିୱାଲ ଆବେଦନ କରିଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବାକୁ ତାଙ୍କ ଓକିଲ ଅନୁମତି ମାଗିଥିଲେ। କେଜ୍ରିୱାଲଙ୍କ ଓକିଲ କୋର୍ଟଙ୍କୁ କହିଥିଲେ [...]

Admin•17 फ़रवरी 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଦ୍ବାରା ଜାରି ପାଞ୍ଚଟି ସମନ ଏଡ଼ାଇବା ନେଇ ଅରବିନ୍ଦ କେଜ୍ରିୱାଲ ଆଜି ରାଉଜ୍ ଆଭେନ୍ୟୁ କୋର୍ଟରେ ଭିସି ଜରିଆରେ ହାଜର ହୋଇଛନ୍ତି । ତେବେ କୋର୍ଟ ତାଙ୍କୁ ମାର୍ଚ୍ଚ ୧୬ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଛନ୍ତି । ତାଙ୍କୁ ବ୍ୟକ୍ତିଗତ ହାଜିରାରୁ ଛାଡ଼ ଦେବାକୁ କେଜ୍ରିୱାଲ ଆବେଦନ କରିଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବାକୁ ତାଙ୍କ ଓକିଲ ଅନୁମତି ମାଗିଥିଲେ। କେଜ୍ରିୱାଲଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ବଜେଟ୍ ଅଧିବେଶନ ଚାଲିଥିବା ବେଳେ ଆଜି ବିଧାନସଭାରେ ଆସ୍ଥା ପ୍ରସ୍ତାବ ମଧ୍ୟ ଆଗତ ହେବ। ଏଥିପାଇଁ ସେ ବ୍ୟସ୍ତ ଅଛନ୍ତି । କେଜ୍ରିୱାଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ରେ କରିବାକୁ ଧାର୍ଯ୍ୟ କରିଛନ୍ତି । କେଜ୍ରିୱାଲଙ୍କୁ ମଧ୍ୟ ସେହି ଦିନ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଛନ୍ତି କୋର୍ଟ ।

ଦିଲ୍ଲୀ ଅବକାରୀ ନୀତି (ବର୍ତ୍ତମାନ ପ୍ରତ୍ୟାହୃତ) ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଇଡି ପାଞ୍ଚ ଥର ସମନ ଜାରି କରିଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ଏନେଇ ଇଡି ତାଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଦାଖଲ କରିଥିଲା ।

ଫେବୃଆରୀ ୭ରେ ଇଡି ପିଟିସନର ଶୁଣାଣି କରି କୋର୍ଟ କେଜ୍ରିୱାଲଙ୍କୁ ଫେବୃଆରୀ ୧୭ରେ ହାଜର ହେବାକୁ କହିଥିଲେ।

ଇଡି ନିଜ ଅଭିଯୋଗରେ କହିଥିଲା ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜାଣିଶୁଣି ସମନ ଏଡାଇବାକୁ ଚାହୁଁଛନ୍ତି ଓ “ଅଯୌକ୍ତିକ ବାହାନା” କରୁଛନ୍ତି। ଏଜେନ୍ସି କହିଥିଲା ଯଦି ତାଙ୍କ ପରି ଜଣେ ଉଚ୍ଚ ପଦାଧିକାରୀ ସରକାରୀ ନିୟମକୁ ଅବମାନନା କରନ୍ତି, ତେବେ ଏହା ସାଧାରଣ ଲୋକଙ୍କ ପାଇଁ ଏକ ଖରାପ ଉଦାହରଣ ସୃଷ୍ଟି କରିବ।

ତାଙ୍କୁ ଜାରି ସମନକୁ “ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ” ବୋଲି କହି ଆପ୍ ଆବାହକ ଇଡିକୁ ଚିଠି ଲେଖିଥିଲେ। ତାଙ୍କୁ ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବା ପାଇଁଁ କେନ୍ଦ୍ରର ଏହା ଏକ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଥିଲେ ।

#Odia#Odisha#News
Share Article:

Related Articles