न्यूज़रूम ओडिशा
ब्रेकिंग
ओडिया समाचार

କୁଲଦୀପ ଯାଦବଙ୍କୁ ବିଶ୍ରାମ ନେବାକୁ ପରାମର୍ଶ

ମୁମ୍ବାଇ: ଭାରତୀୟ ସ୍ପିନର କୁଲଦୀପ ଯାଦବ ଏକ ‘ଗ୍ରୋଇନ’ ଇଞ୍ଜୁରିରୁ ସୁସ୍ଥ ହେଉଛନ୍ତି। ତେଣୁ ସତର୍କତାମୂଳକ ପଦକ୍ଷେପ ଭାବେ ଚଳିତ ଆଇପିଏଲରୁ ବିଶ୍ରାମ ନେବାକୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ପରାମର୍ଶ ଦେଇଛି । ଜୟପୁରରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ୱିତୀୟ ମ୍ୟାଚରେ ବାମହାତୀ ସ୍ପିନର କୁଲଦୀପ ଆହତ ହୋଇଥିଲେ । ସେହି ମ୍ୟାଚରେ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଘାତ ଯୋଗୁଁ ୨୯ ବର୍ଷୀୟ କୁଲଦୀପ ପରବର୍ତ୍ତୀ ମ୍ୟାଚରୁ ଓହରିବାକୁ [...]

Admin•5 अप्रैल 2024
Share Article:

ମୁମ୍ବାଇ: ଭାରତୀୟ ସ୍ପିନର କୁଲଦୀପ ଯାଦବ ଏକ ‘ଗ୍ରୋଇନ’ ଇଞ୍ଜୁରିରୁ ସୁସ୍ଥ ହେଉଛନ୍ତି। ତେଣୁ ସତର୍କତାମୂଳକ ପଦକ୍ଷେପ ଭାବେ ଚଳିତ ଆଇପିଏଲରୁ ବିଶ୍ରାମ ନେବାକୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ପରାମର୍ଶ ଦେଇଛି ।

ଜୟପୁରରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ୱିତୀୟ ମ୍ୟାଚରେ ବାମହାତୀ ସ୍ପିନର କୁଲଦୀପ ଆହତ ହୋଇଥିଲେ । ସେହି ମ୍ୟାଚରେ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଆଘାତ ଯୋଗୁଁ ୨୯ ବର୍ଷୀୟ କୁଲଦୀପ ପରବର୍ତ୍ତୀ ମ୍ୟାଚରୁ ଓହରିବାକୁ ବାଧ୍ୟ ହୋଇଥିଲେ । ତାଙ୍କ ସ୍ଥାନରେ ଭେଟେରାନ ଫାଷ୍ଟ ବୋଲର ଇଶାନ୍ତ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସର ଚୂଡ଼ାନ୍ତ ଏକାଦଶକୁ ଫେରିଥିଲେ ।କୁଲଦୀପଙ୍କୁ ମ୍ୟାଚ୍ ଫିଟ୍ ହେବା ପାଇଁ କିଛି ସମୟ ଲାଗିବ ବୋଲି ଆଇପିଏଲର ଏକ ସୂତ୍ରରୁ ଜଣାପଡିଛି।

କୁଲଦୀପ ବିସିସିଆଇର ଜଣେ କେନ୍ଦ୍ରୀୟ ଚୁକ୍ତିଭିତ୍ତିକ ଖେଳାଳି। ଆଗାମୀ ଟି-୨୦ ବିଶ୍ୱକପ ପାଇଁ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇବାକୁ ସେ ଦାବିଦାର।‌ ତେଣୁ ତାଙ୍କ ଆଘାତ ଏବଂ ରିହାବ୍ ସମ୍ବନ୍ଧରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ର କ୍ରୀଡ଼ା ବିଜ୍ଞାନ ଏବଂ ଡାକ୍ତରୀ ଦଳର ପରାମର୍ଶ ଗୁରୁତ୍ୱପୂର୍ଣ୍ଣ ହେବ।

ଭାରତୀୟ ଖେଳାଳିଙ୍କ ଆଘାତ ଏବଂ ଆଘାତ ସମ୍ବନ୍ଧୀୟ ଆଶଙ୍କା ସମ୍ପର୍କରେ ଏନସିଏକୁ ଜଣାଇବା ଆଇପିଏଲ୍ ଫ୍ରାଞ୍ଚାଇଜ୍ ପାଇଁ ବାଧ୍ୟତାମୂଳକ କରାଯାଇଛି ।

ତେବେ କୁଲଦୀପ ସମସ୍ତ ମ୍ୟାଚ୍ ପାଇଁ ଦଳ ସହ ଯାତ୍ରା କରୁଛନ୍ତି । ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସର ଆଗାମୀ ମ୍ୟାଚରେ ତାଙ୍କର ଅଂଶଗ୍ରହଣକୁ ନେଇ ସନ୍ଦେହ ରହିଛି।

କୁଲଦୀପ ଚଳିତ ଆଇପିଏଲରେ ଦୁଇଟି ମ୍ୟାଚ୍‌ରେ ୭.୬୨ ଇକୋନୋମି ସହ ୩ଟି ୱିକେଟ୍ ନେଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରି ୧୯ ୱିକେଟ୍ ନେଇଥିଲେ।

#Odia#Odisha#News
Share Article:

Related Articles