ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବରଗଡ଼ ଜିଲ୍ଲା ନିର୍ବାଚନ ସମୀକ୍ଷା
ବରଗଡ଼: ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବରଗଡ଼ ଗସ୍ତକରି ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି ବିଧାନସଭା ଏବଂ ବରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସ୍ଥାନୀୟ ପଂଚାୟତ କଲେଜ ସ୍ଥିତ ଭୋଟ ଗଣନା କେନ୍ଦ୍ର ପରିଦର୍ଶନ କରିବା ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ପି.ସହାୟି ମିଶ୍ର, ସମସ୍ତ ରିଟର୍ଣ୍ଣି ଅଧିକାରୀ, ସହକାରୀ ରିଟର୍ଣ୍ଣି ଅଧିକାରୀ [...]
ବରଗଡ଼: ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବରଗଡ଼ ଗସ୍ତକରି ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି ବିଧାନସଭା ଏବଂ ବରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସ୍ଥାନୀୟ ପଂଚାୟତ କଲେଜ ସ୍ଥିତ ଭୋଟ ଗଣନା କେନ୍ଦ୍ର ପରିଦର୍ଶନ କରିବା ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ପି.ସହାୟି ମିଶ୍ର, ସମସ୍ତ ରିଟର୍ଣ୍ଣି ଅଧିକାରୀ, ସହକାରୀ ରିଟର୍ଣ୍ଣି ଅଧିକାରୀ ତଥା ତହସିଲଦାର, ବିଡ଼ିଓ ଓ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀଙ୍କୁ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ I
ବୈଠକର ପ୍ରଥମ ସଂପାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ପାଞ୍ଚୋଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା କ୍ଷେତ୍ର ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କୁ ଗ୍ରୀଷ୍ମ ପ୍ରବାହ ଏବଂ କାଳ ବୈଶାଖୀ ସମୟରେ ମତଦାନର ପ୍ରସ୍ତୁତିର ସମୀକ୍ଷା କରିବା ସହିତ ଜିରୋ କାଜୁଆଲିଟି ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ପାନୀୟ ଜଳ, ଛାଇ ବ୍ୟବସ୍ଥା , ଦିବ୍ୟାଙ୍ଗ ଏବଂ ବୃଦ୍ଧ ଭୋଟରଙ୍କ ପାଇଁ ହୁଇଲ ଚେୟାର ଓ ଭୋଟର ସହାୟତା କେନ୍ଦ୍ର କରିବାକୁ ନିର୍ଦେଶ ଦେଇଥିଲେ I ପ୍ରତି ଭୋଟ ମୂଲ୍ୟବାନ ତେଣୁ ମତଦାନରେ ନିୟୋଜିତ ପୋଲିସ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ନିମନ୍ତେ ପୋଷ୍ଟାଲ ଭୋଟର ବ୍ୟବସ୍ତା କରିବା ପାଇଁ ନିର୍ଦେଶ ଦେଇଥିଲେ I ଆଦର୍ଶ ବୁଥ ବିଷୟରେ ଆଲୋଚନା କରି ମୁଖ୍ୟ ନିର୍ବାଚନ ଅଧିକାରୀ ସଖି ବୁଥରେ ମହିଳା ପୋଲିଂ ଟିମର ସୁରକ୍ଷା ଏବଂ ସେମାନଙ୍କ ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ସହ ରାଜନୈତିକ ଦଳ ସହିତ ଆଲୋଚନା କରି ମହିଳା ପୋଲିଂ ଏଜେଣ୍ଟ ନିୟୋଜନ କରିବା ପାଇଁ କହିଥିଲେ । ନିର୍ବାଚନ କାର୍ଯ୍ୟରେ କୌଣସି ଅନିୟମିତତା କିମ୍ବା ଦୁର୍ନୀତି ପ୍ରତି ନିର୍ବାଚନ ଆୟୋଗର ଆଭିମୁଖ୍ୟ ଉଲ୍ଲେଖ କରିବା ସହିତ ଆଦର୍ଶ ଅଚରଣବିଧି ଅନୁପାଳନ କରି ମୁକ୍ତ ଏବଂ ନିରପେକ୍ଷ ମତଦାନ ନିମନ୍ତେ କାର୍ଯ୍ୟକରିବାକୁ ନିର୍ଦେଶ ଦେଇଥିଲେ I
ବୈଠକର ଦ୍ଵିତୀୟ ସଂପାନରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ ମତଦାନ ସମୟରେ ସମସ୍ତ ବିଭାଗର ସମନ୍ୱୟ ରଖି ଏକ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ରୁମ୍ ର ଵ୍ୟଵସ୍ଥା କରିବା ସହ ଉଭୟ ମତଦାତା ଏବଂ ପୋଲିଂ ପାର୍ଟିର ସୁରକ୍ଷା ପାଇଁ ପେଟ୍ରୋଲିଂ, କମ୍ବିଙ୍ଗ ଅପରେସନ ଏବଂ ଫ୍ଲାଗମାର୍ଚ୍ଚ ତ୍ୱରାନ୍ୱିତ କରିବାକୁ କହିଥିଲେ I ମାଦକ ଦ୍ରବ୍ୟ ଏବଂ ପଇସା ବଣ୍ଟନକୁ ରୋକିବା ପାଇଁ ରାଜ୍ୟ ଏବଂ ଜିଲ୍ଲା ସୀମାରେ କଡାକଡି ଯାଞ୍ଚ କରିବାକୁ କହିଥିଲେ I
ବୈଠକରେ ଉତ୍ତରାଞ୍ଚଳ ଆରଡ଼ିସି ଶ୍ରୀକାନ୍ତ ପୃଷ୍ଠି ସମସ୍ତ ଅଧିକାରୀ ଆଦର୍ଶ ଆଚରଣବିଧିକୁ ଅନୁପାଳନ କରି ନିୟମାନୁସାରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ।
କୁଲଦୀପ ଯାଦବଙ୍କୁ ବିଶ୍ରାମ ନେବାକୁ ପରାମର୍ଶ
Next Articleଅସମ୍ଭାଳ ତାତି : ୪୩ .୫ ଡିଗ୍ରୀ ସେଲସିୟସ ସହ ଭୁବନେଶ୍ବର ଉତ୍ତପ୍ତ ସହର
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
