न्यूज़रूम ओडिशा
ब्रेकिंग
ओडिया समाचार

ସମ୍ବିଧାନରେ ସଂଶୋଧନ ସହ ୨୦୨୯ରେ ଏକକାଳୀନ ନିର୍ବାଚନ ପାଇଁ ସୁପାରିସ କରିପାରେ ବିଧି ଆୟୋଗ

ନୂଆଦିଲ୍ଲୀ: ଦେଶରେ ୨୦୨୯ରେ ଏକା ସଙ୍ଗେ ଲୋକସଭା, ବିଧାନସଭା, ପୌର ଓ ପଞ୍ଚାୟତ ସଂସ୍ଥା ଗୁଡ଼ିକର ନିର୍ବାଚନ ହୋଇପାରେ । ଏକକାଳୀନ ନିର୍ବାଚନ ସକାଶେ ଜଷ୍ଟିସ୍ (ଅବସରପ୍ରାପ୍ତ) ଋତୁରାଜ ଅୱସ୍ତିଙ୍କ ନେତୃତ୍ୱାଧୀନ ବିଧି ଆୟୋଗ ଏକ ‘ନୂଆ ଅଧ୍ୟାୟ ଓ ଧାରା’ ଯୋଡ଼ିବା ପାଇଁ ସମ୍ବିଧାନରେ ସଂଶୋଧନ କରିବାକୁ ସୁପାରିସ କରିବା ସମ୍ଭାବନା ରହିଛି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ତିନିଟି ପର୍ଯ୍ୟାୟରେ ରାଜ୍ୟ ବିଧାନସଭା ଗୁଡ଼ିକର କାର୍ଯ୍ୟକାଳ ମଧ୍ୟ ବି ଏକ ସଙ୍ଗେ ଶେଷ କରିବା [...]

Admin•28 फ़रवरी 2024
Share Article:

ନୂଆଦିଲ୍ଲୀ: ଦେଶରେ ୨୦୨୯ରେ ଏକା ସଙ୍ଗେ ଲୋକସଭା, ବିଧାନସଭା, ପୌର ଓ ପଞ୍ଚାୟତ ସଂସ୍ଥା ଗୁଡ଼ିକର ନିର୍ବାଚନ ହୋଇପାରେ । ଏକକାଳୀନ ନିର୍ବାଚନ ସକାଶେ ଜଷ୍ଟିସ୍ (ଅବସରପ୍ରାପ୍ତ) ଋତୁରାଜ ଅୱସ୍ତିଙ୍କ ନେତୃତ୍ୱାଧୀନ ବିଧି ଆୟୋଗ ଏକ ‘ନୂଆ ଅଧ୍ୟାୟ ଓ ଧାରା’ ଯୋଡ଼ିବା ପାଇଁ ସମ୍ବିଧାନରେ ସଂଶୋଧନ କରିବାକୁ ସୁପାରିସ କରିବା ସମ୍ଭାବନା ରହିଛି।

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ତିନିଟି ପର୍ଯ୍ୟାୟରେ ରାଜ୍ୟ ବିଧାନସଭା ଗୁଡ଼ିକର କାର୍ଯ୍ୟକାଳ ମଧ୍ୟ ବି ଏକ ସଙ୍ଗେ ଶେଷ କରିବା ପାଇଁ ସୁପାରିସ କରିବ ବିଧି ଆୟୋଗ । ଯାହା ଦ୍ବାରା ସମଗ୍ର ଦେଶରେ ପ୍ରଥମ ଥର ଏକକାଳୀନ ଭୋଟ୍ ମେ-ଜୁନ୍ ୨୦୨୯ରେ ୧୯ତମ ଲୋକସଭା ନିର୍ବାଚନ ସହିତ ସମ୍ଭବ ହୋଇପାରିବ।

ସମ୍ବିଧାନର ନୂଆ ଅଧ୍ୟାୟରେ ‘ଏକକାଳୀନ ନିର୍ବାଚନ’, ‘ଏକକାଳୀନ ନିର୍ବାଚନର ସ୍ଥିରତା’ ଏବଂ ଲୋକସଭା, ରାଜ୍ୟ ବିଧାନସଭା, ପଞ୍ଚାୟତ ଏବଂ ପୌରସଂସ୍ଥା ପାଇଁ ‘ସାଧାରଣ ଭୋଟର ତାଲିକା’ ସମ୍ବନ୍ଧୀୟ ପ୍ରସଙ୍ଗ ସାମିଲ ହେବ, ଯାହା ଫଳରେ ତ୍ରିସ୍ତରୀୟ ନିର୍ବାଚନ ‘ଏକାଠି’ ଓ ଥରେ’ ହେଇପାରିବ ।

ଯଦି କୌଣସି ଅନାସ୍ଥା ପ୍ରସ୍ତାବ ଯୋଗୁଁ ସରକାର ଭାଙ୍ଗିଯାଏ କିମ୍ବା ଝୁଲା ଲୋକସଭା/ବିଧାନସଭା ପରିସ୍ଥିତି ସୃଷ୍ଟି ହୁଏ, ତେବେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧୀଙ୍କ ସହ ‘ଏକତା ସରକାର’ ଗଠନ ପାଇଁ ଆୟୋଗ ସୁପାରିସ କରିବେ।

ଯଦି ‘ଏକତା ସରକାର’ ସମ୍ଭବ ନ ହୁଏ, ତେବେ ବିଧି ଆୟୋଗ ଗୃହର ଅବଶିଷ୍ଟ ଅବଧି ପାଇଁ ନୂଆରେ ନିର୍ବାଚନ କରିବାକୁ ସୁପାରିସ କରିବେ।

#Odia#Odisha#News
Share Article:

Related Articles