ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିଲେ କିଶନ, ଆୟର
ନୂଆଦିଲ୍ଲୀ: ରଣଜୀ ଟ୍ରଫି ଖେଳିବାକୁ ବିସିସିଆଇ ନିର୍ଦ୍ଦେଶ ନ ମାନିବା ଇଶାନ କିଶନ ଓ ଶ୍ରେୟାସ ଆୟରଙ୍କୁ ମହଙ୍ଗା ପଡ଼ିଛି । ବିସିସିଆଇ ବୁଧବାର ଘୋଷଣା କରିଥିବା ନୂଆ କେନ୍ଦ୍ରୀୟ ଚୁକ୍ତିରୁ ଉଭୟ ଖେଳାଳିଙ୍କୁ ବାଦ୍ ଦିଆଯାଇଛି । ବିସିସିଆଇ ଘୋଷଣା କରିଥିବା କେନ୍ଦ୍ରୀୟ ଚୁକ୍ତିର ଶୀର୍ଷ ବର୍ଗ (ଏ +) ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରା ଓ ରବିନ୍ଦ୍ର ଜାଡେଜାଙ୍କୁ ସ୍ଥାନ ଦିଆଯାଇଛି। ‘ଏ’ ବର୍ଗରେ ମୋଟ ୬ [...]
ନୂଆଦିଲ୍ଲୀ: ରଣଜୀ ଟ୍ରଫି ଖେଳିବାକୁ ବିସିସିଆଇ ନିର୍ଦ୍ଦେଶ ନ ମାନିବା ଇଶାନ କିଶନ ଓ ଶ୍ରେୟାସ ଆୟରଙ୍କୁ ମହଙ୍ଗା ପଡ଼ିଛି । ବିସିସିଆଇ ବୁଧବାର ଘୋଷଣା କରିଥିବା ନୂଆ କେନ୍ଦ୍ରୀୟ ଚୁକ୍ତିରୁ ଉଭୟ ଖେଳାଳିଙ୍କୁ ବାଦ୍ ଦିଆଯାଇଛି ।
ବିସିସିଆଇ ଘୋଷଣା କରିଥିବା କେନ୍ଦ୍ରୀୟ ଚୁକ୍ତିର ଶୀର୍ଷ ବର୍ଗ (ଏ +) ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରା ଓ ରବିନ୍ଦ୍ର ଜାଡେଜାଙ୍କୁ ସ୍ଥାନ ଦିଆଯାଇଛି।
‘ଏ’ ବର୍ଗରେ ମୋଟ ୬ ଜଣ କ୍ରିକେଟର ସ୍ଥାନ ପାଇଛନ୍ତି। ଏହି ବର୍ଗରେ ରବିଚନ୍ଦ୍ରନ୍ ଅଶ୍ୱିନ୍, ମହମ୍ମଦ ସାମି, ମହମ୍ମଦ ସିରାଜ, କେଏଲ୍ ରାହୁଲ, ଶୁଭମାନ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି ।
‘ବି’ ବର୍ଗରେ ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ଯଶସ୍ୱୀ ଜୈସୱାଲଙ୍କୁ ସାମିଲ କରାଯାଇଛି।
ବିସିସିଆଇ କେନ୍ଦ୍ରୀୟ ଚୁକ୍ତିର ‘ସି’ ବର୍ଗରେ ୧୫ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ଏମାନେ ହେଲେ ରିଙ୍କୁ ସିଂହ, ତିଳକ ବର୍ମା, ଋତୁରାଜ ଗାଏକୱାଡ, ଶାର୍ଦ୍ଦୁଲ ଠାକୁର, ଶିବମ ଦୁବେ, ରବି ବିଷ୍ଣୋଇ, ଜିତେଶ ଶର୍ମା, ୱାଶିଂଟନ୍ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, କେ.ଏସ୍ ଭରତ, ପ୍ରସିଦ୍ଧ କ୍ରିଷ୍ଣା, ଖାନ ଓ ରଜତ ପାଟିଦାର।
ବାର୍ଷିକ ଚୁକ୍ତି ପାଇଁ ଶ୍ରେୟସ୍ ଆୟର୍ ଓ ଇଶାନ୍ କିଶନଙ୍କ ନାମ ବିଚାର କରାଯାଇନଥିଲା ବୋଲି ବିସିସିଆଇ ଏକ ବିବୃତ୍ତିରେ କହିଛି ।
ଚୟନ କମିଟି ଦ୍ରୁତ ବୋଲର ଆକାଶ ଦୀପ, ବିଜୟକୁମାର ବିଶାକ୍, ଉମ୍ରାନ ମଲିକ, ୟଶ ଦୟାଲ ଏବଂ ବିଦଓ୍ବଥ କାୱେରପ୍ପାଙ୍କ ପାଇଁ ମଧ୍ୟ ଚୁକ୍ତି ସୁପାରିସ କରିଛି ।
ଜାତୀୟ ଦଳର ପ୍ରତିନିଧିତ୍ୱ କରୁନଥିବା ବେଳେ ସମସ୍ତ ଖେଳାଳି ଘରୋଇ କ୍ରିକେଟ୍ ଖେଳିବାକୁ ବିସିସିଆଇ ସୁପାରିସ କରିଛି। ଏହାଛଡ଼ା ବିସିସିଆଇ ଏଥର କେନ୍ଦ୍ରୀୟ ଚୁକ୍ତି ପାଇଁ ୪ଟି ବର୍ଗରେ ସାମିଲ ଖେଳାଳିଙ୍କ ଦରମା ସମ୍ପର୍କରେ କିଛି ଉଲ୍ଲେଖ କରିନାହିଁ।
ସାଧାରଣତଃ ଏ + ବର୍ଗରେ ସାମିଲ ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳୁଥିବା ବେଳେ ‘ଏ’ ବର୍ଗ ଖେଳାଳିଙ୍କୁ ୫ କୋଟି, ବି’ ବର୍ଗର ଖେଳାଳିଙ୍କୁ ୩ କୋଟି ଏବଂ ସି’ ବର୍ଗର ଖେଳାଳିଙ୍କୁ ୧ କୋଟି ଟଙ୍କା ଦିଆଯାଏ | ଖେଳାଳିଙ୍କ ମ୍ୟାଚ୍ ଫି’ ବ୍ୟତୀତ ଏହି ରାଶି ସେମାନଙ୍କୁ ଅଲଗା ପ୍ରଦାନ କରାଯାଏ ।
ସମ୍ବିଧାନରେ ସଂଶୋଧନ ସହ ୨୦୨୯ରେ ଏକକାଳୀନ ନିର୍ବାଚନ ପାଇଁ ସୁପାରିସ କରିପାରେ ବିଧି ଆୟୋଗ
Next Articleପୁରୀ ଚାଲାଣ ହେଉଥିବା ବେଳେ ୧୧୫୨ କିଲୋ ଭାଙ୍ଗ ଜବତ କଲା କେ. ନୂଆଗାଁ ପୋଲିସ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
