ଟି-୨୦ ବିଶ୍ୱକପ: ଅଧିକାଂଶ ଭାରତୀୟ ଖେଳାଳି ମେ ୨୫ରେ ନ୍ୟୁୟର୍କ ଯିବେ
ନୂଆଦିଲ୍ଲୀ: ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଭାରତର ଅଧିକାଂଶ କ୍ରିକେଟର ଏବଂ ସପୋର୍ଟ ଷ୍ଟାଫ୍ ମେ ୨୫ରେ ନ୍ୟୁୟର୍କ ଯିବେ । ଅବଶିଷ୍ଟ ସଦସ୍ୟ ଆଇପିଏଲ୍ ଫାଇନାଲ ପରେ ମେ ୨୬ରେ ଆମେରିକା ଗସ୍ତ କରିବେ। ପୂର୍ବରୁ କୁହାଯାଇଥିଲା ସେ ଭାରତୀୟ ଦଳର ଯେଉଁ ସଦସ୍ୟ ଆଇପିଏଲ୍ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିନାହାଁନ୍ତି ସେମାନେ ମେ ୨୧ ରେ ଆମେରିକା ଯିବେ । କିନ୍ତୁ ଏହି ଯୋଜନାରେ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ସେମାନେ ମେ [...]
ନୂଆଦିଲ୍ଲୀ: ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଭାରତର ଅଧିକାଂଶ କ୍ରିକେଟର ଏବଂ ସପୋର୍ଟ ଷ୍ଟାଫ୍ ମେ ୨୫ରେ ନ୍ୟୁୟର୍କ ଯିବେ । ଅବଶିଷ୍ଟ ସଦସ୍ୟ ଆଇପିଏଲ୍ ଫାଇନାଲ ପରେ ମେ ୨୬ରେ ଆମେରିକା ଗସ୍ତ କରିବେ।
ପୂର୍ବରୁ କୁହାଯାଇଥିଲା ସେ ଭାରତୀୟ ଦଳର ଯେଉଁ ସଦସ୍ୟ ଆଇପିଏଲ୍ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିନାହାଁନ୍ତି ସେମାନେ ମେ ୨୧ ରେ ଆମେରିକା ଯିବେ । କିନ୍ତୁ ଏହି ଯୋଜନାରେ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ସେମାନେ ମେ ୨୫ରେ ଆମେରିକା ଗସ୍ତ କରିବେ ।
ବିସିସିଆଇର ଏକ ସୂତ୍ରରୁ ପ୍ରକାଶ ଯେ, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଜସପ୍ରୀତ ବୁମରା, ରିଷଭ ପନ୍ତ, ଅର୍ଶଦୀପ ସିଂ, ଅକ୍ଷର ପଟେଲ ଏବଂ ସହାୟକ ଷ୍ଟାଫ୍ ଆସନ୍ତା ୨୫ରେ ଗସ୍ତ କରିବେ।
ପ୍ରଥମ ବ୍ୟାଚ୍ ମେ ୨୧ରେ ନ୍ୟୁୟର୍କ ଯିବାର ଥିଲା । କିନ୍ତୁ ଭାରତୀୟ ଦଳ ମାତ୍ର ଗୋଟିଏ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଥିବାରୁ (ବାଂଲାଦେଶ ବିପକ୍ଷରେ ଜୁନ୍ ୧ରେ) ଖେଳାଳିମାନେ ଘରେ କିଛି ଅତିରିକ୍ତ ସମୟ ବିତାଇବାକୁ ପାଇବେ।
ଆଇପିଏଲ୍ ଫାଇନାଲ୍ ଖେଳୁଥିବା ଖେଳାଳିମାନେ ମେ ୨୭ରେ ନ୍ୟୁୟର୍କ ଯାତ୍ରା କରିବେ । ଟି-୨୦ ବିଶ୍ୱକପରେ ଭାରତ ପ୍ରଥମ ମ୍ୟାଚ୍ ଜୁନ୍ ୫ରେ ଆୟର୍ଲାଣ୍ଡ ଏବଂ ଜୁନ୍ ୯ରେ ପାକିସ୍ତାନ ବିପକ୍ଷରେ ଖେଳିବ।
ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୈସଓ୍ବାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଜସପ୍ରୀତ ବୁମରା ।
Low Pressure Area to Form over BoB around May 22
Next Articleସତ୍ୟବାଦୀ କଣାସରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: କହିଲେ ନବୀନ ପୁଣି ହେବେ ମୁଖ୍ୟମନ୍ତ୍ରୀ, ବିଜୁଳି ବିଲ୍ ହେବ ଛାଡ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
