ସତ୍ୟବାଦୀ କଣାସରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: କହିଲେ ନବୀନ ପୁଣି ହେବେ ମୁଖ୍ୟମନ୍ତ୍ରୀ, ବିଜୁଳି ବିଲ୍ ହେବ ଛାଡ
ଭୁବନେଶ୍ୱର – ପୁରୀ ସଂସଦୀୟ କ୍ଷେତ୍ରରେ ଆଜି ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସତ୍ୟବାଦୀ କଣାସ ଅଞ୍ଚଳରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗି ପାଣ୍ଡିଆନ କହିଛନ୍ତି ଯେ, ସୁଆଣ୍ଡୋରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିପୀଠ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଏବଂ ଅଞ୍ଚଳରେ ଅନେକ ରାସ୍ତା ଓ ସେତୁ ନିର୍ମାଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି, ଚାଷୀଙ୍କ କଲ୍ୟାଣ ପାଇଁ କାଳିଆ, ଅସହାୟ [...]
ଭୁବନେଶ୍ୱର – ପୁରୀ ସଂସଦୀୟ କ୍ଷେତ୍ରରେ ଆଜି ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସତ୍ୟବାଦୀ କଣାସ ଅଞ୍ଚଳରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗି ପାଣ୍ଡିଆନ କହିଛନ୍ତି ଯେ, ସୁଆଣ୍ଡୋରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିପୀଠ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଏବଂ ଅଞ୍ଚଳରେ ଅନେକ ରାସ୍ତା ଓ ସେତୁ ନିର୍ମାଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି, ଚାଷୀଙ୍କ କଲ୍ୟାଣ ପାଇଁ କାଳିଆ, ଅସହାୟ ଓ ବରିଷ୍ଠ ନାଗରିକଙ୍କ ପାଇଁ ମଧୁବାବୁ ଭତ୍ତାକୁ ୫୦୦ରୁ ୧୦୦୦ ଟଙ୍କା , ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ୫-ଟି ସ୍କୁଲ ରୂପାନ୍ତରଣ ଇତ୍ୟାଦି ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ମୁଖ୍ୟମନ୍ତ୍ରୀ।
ବିଜେପି କହୁଛି ଜୁନ ୧୦ରେ ସରକାର ଗଢ଼ିବ । କିନ୍ତୁ ଜନତାଙ୍କ ଆଶୀର୍ବାଦରେ ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସରକାର ଗଢ଼ିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶପଥ ନେବା ପରେ ପ୍ରଥମ ଦସ୍ତଖତ କରିବେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ଼ ହେବ । ଦ୍ୱିତୀୟ ଦସ୍ତଖତରେ ପ୍ରାୟ ଶତପ୍ରତିଶତ ପରିବାର ବି.ଏସ୍.କେ.ୱାଇରେ ସାମିଲ ହେବେ । ତୃତୀୟ ଦସ୍ତଖତ ହେବ ମିଶନଶକ୍ତି କର୍ମୀ ଓ ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନସନ୍ ବ୍ୟବସ୍ଥା ।ଏହା ସେମାନଙ୍କର ବହୁ ଦିନର ଦାବି ଥିଲା ବୋଲି ପାଣ୍ଡିଆନ କହିଛନ୍ତି।
ପାଣ୍ଡିଆନ କହିଥିଲେ ଯେ, ବିଜେପି ଆସିଲେ କହୁଛି, ମିଶନ ଶକ୍ତିକୁ ବନ୍ଦ କରିବ, ବନ୍ଦ କରିବା କି ? ଆପଣମାନେ ଭୋଟରେ ଏହାର ଉତ୍ତର ଦେବେ ବୋଲି ପାଣ୍ଡିଆନ ଉପସ୍ଥିତ ଲୋକଙ୍କୁ କହିଥିଲେ । ବି.ଏସ୍.କେ.ୱାଇକୁ ବନ୍ଦ କରିଦେବ, ଆପଣମାନେ ଶଙ୍ଖଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବେ, ତାଙ୍କୁ କଡ଼ା ଜବାବ ମିଳିବ । ବିଜେପି କହୁଛି ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟକିରଣରୁ ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣମାନେ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ, ଦିନରେ ଲଣ୍ଠନ ଦେଖାଉଛନ୍ତି ଲୋକଙ୍କୁ ବିଜେପି ।।
ଆପଣମାନେ ଏମିତି ଲୋକଙ୍କୁ ଚିହ୍ନିକି ରଖନ୍ତୁ ବୋଲି ପାଣ୍ଡିଆନ କହିଥିଲେ।। ବିଧାୟକ ପ୍ରାର୍ଥୀ ସଞ୍ଜୟବାବୁ ଜାଣିଛନ୍ତି ସରକାରଙ୍କ ଠାରୁ କିପରି କାମ ଆଦାୟ କରିବାର ଅଛି, ସେ ଆଶୀର୍ବାଦ ପାଇଲେ ଅଞ୍ଚଳର ବିକାଶ ଡବଲ ସ୍ପିଡରେ ଆଗେଇବ । ସାଂସଦ ପ୍ରାର୍ଥୀ ଅରୂପ ବାବୁ ବମ୍ୱେରେ ଓଡ଼ିଶାର କ୍ୟାନସର ରୋଗୀଙ୍କୁ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରି ସେବା ଓ ସାହାଯ୍ୟ ଯୋଗାଇ ଦେଇଥାନ୍ତି ବୋଲି ପାଣ୍ଡିଆନ କହିଥିଲେ।
ଟି-୨୦ ବିଶ୍ୱକପ: ଅଧିକାଂଶ ଭାରତୀୟ ଖେଳାଳି ମେ ୨୫ରେ ନ୍ୟୁୟର୍କ ଯିବେ
Next Articleଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ, କଡ଼ା ସୁରକ୍ଷା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
